ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

ନୂଆଦିଲ୍ଲୀ –  ଲୋକେ ଦୀପାବଳୀ ଓ ଧନତେରସକୁ ବର୍ଷ ସାରା ଅପେକ୍ଷା କରିଥାନ୍ତି । ଏହି ସମୟରେ ସୁନା ଅଳଙ୍କାର କିଣିଥାନ୍ତି । ଚଳିତ ବର୍ଷ ବି ଲୋକେ ବଡ଼ ଆଶା ନେଇ ସୁନା ଅଳଙ୍କାର କିଣିବାକୁ ପ୍ରସ୍ତୁତି ଚଳେଇଛନ୍ତି । ବିଶେଷକରି  ମହିଳାମାନେ  ଉତ୍ସବରେ ଅଳଙ୍କାର ନିଶ୍ଚୟ କିଣିଥାନ୍ତି।  ସେମାନେ ଏହାକୁ ନିବେଶ ଓ ଲକ୍ଷ୍ମୀଙ୍କ ଆଗମନ ସହ ଯୋଡ଼ି ଥାନ୍ତି ।

govt rule of jewellery

ଯଦି ଆପଣ ସୁନା ଅଳଙ୍କାର କିଣିବାକୁ ଯାଉଛନ୍ତି ତ ଏହି କଥା ଉପରେ ଧ୍ୟାନ ରଖିଥିବେ । ଆପଣ ଆଉ ଗହଣା ଦୋକାନୀର କଥାରେ ଠକାମୀରେ ପଡ଼ିବେ ନାହିଁ । ଠିକ୍‌ ଦାମର ସୁନା ଅଳଙ୍କାର କିଣିପାରିବେ । ଯଦି ଆପଣ ଅନ୍‌ଲାଇନ୍‌ କିଣୁଛନ୍ତି ତ ଏପରି  ସମସ୍ୟା ବେଶୀ ଆସିନଥାଏ । କିନ୍ତୁ ଯଦି ଗହଣା ଦୋକାନକୁ ଯାଇ କିଣୁଛନ୍ତି ତ ନିଶ୍ଚୟ ସତର୍କ ଥିବେ ।

ज्वेलर्स ग्राहकों को करता है गुमराह

ବାସ୍ତବରେ , ସୁନାର ମୂଲ୍ୟ ବଜାରରେ ଗହଣାର ଓଜନ ଓ କ୍ୟାରେଟ୍‌ ହିସାବରେ  ଅଲଗା ଅଲଗା ହୋଇଥାଏ ।  କିନ୍ତୁ ଯେବେ ଆପଣ ଗହଣା ଦୋକାନରୁ  ସୁନା କିଣୁଛନ୍ତି , ଦେଖନ୍ତୁ ଯେ ବିଲ୍‌ରେ କେଉଁ କେଉଁ ଚାର୍ଜ ଯୋଡ଼ା ଯାଇଛି । ଅନେକ ସମୟରେ ଗ୍ରାହକଙ୍କୁ ଭୁଲେଇବା ପାଇଁ ବିଲ୍‌ରେ ଅନେକ ପ୍ରକାରର ଚାର୍ଜ ସବୁ ଯୋଡ଼ି ଲେଖା ଯାଇଥାଏ ଏବଂ ଗ୍ରାହକଙ୍କୁ କିଛି ଜଣା ନଥିବାରୁ ସେ କିଛି କହିପାରନ୍ତି ନାହିଁ ।

କେନ୍ଦ୍ର ସରକାରଙ୍କ ଅନୁସାରେ , ଗହଣା କିଣିବା ବେଳେ  ଗ୍ରାହକଙ୍କୁ କେବଳ ୩ଟି ଜିନିଷର ଦାମ ଦେବାକୁ ହୋଇଥାଏ ।  ପ୍ରଥମେ – ସୁନା ଅଳଙ୍କାରର ଓଜନ ହିସାବରେ ମୂଲ୍ୟ , ଦ୍ୱିତୀୟରେ ଗଢ଼ା ଦାମ୍‌  ଓ ତୃତୀୟରେ ଜିଏସ୍‌ଟି ( ୩ପ୍ରତିଶତ) ଦେବାକୁ ହୋଇଥାଏ ।

मेकिंग चार्ज को लेकर मोल-भाव

 ଗହଣାର ପେମେଣ୍ଟ ଆପଣ ଅନ୍‌ଲାଇନ୍‌ କରନ୍ତୁ ବା ଅଫ୍‌ଲାଇନ୍‌, ଏହା ଉପରେ ଆପଣଙ୍କୁ କେବଳ  ୩ପ୍ରତିଶତ ଜିଏସ୍‌ଟି ଦେବାକୁ ହେବ ।   

ଏହା ବ୍ୟତୀତ ଗହଣା ଦୋକାନୀ ଆଉ ଯାହା ବି ଚାର୍ଜ ଯୋଡ଼ିଲେ , ଆପଣ ତାଙ୍କୁ ପଚାରି ପାରିବେ । କାରଣ କିଛି ଦୋକାନୀ ପଲିସ୍‌ ବା ଲେବର ଚାର୍ଜ ନାମରେ କିଛି ଟଙ୍କା ଅଲଗା ଭାବେ ନେଇଥାନ୍ତି । ଯାହାକି ପୁରା ଭୁଲ୍‌ କାମ।  ଆପଣ କେବେ ବି ଏହା ଦିଅନ୍ତୁ ନାହିଁ ଏବଂ ସେହି ଦୋକାନୀ ବିରୋଧରେ ଅଭିଯୋଗ ବି ଆଣିପାରିବେ । ଆପଣଙ୍କୁ ଏହା ଜାଣିବାକୁ ହେବ କି ଗହଣା ୨୪ କ୍ୟାରେଟ୍‌ ସୁନାରେ ହୋଇନଥାଏ । ବଜାରରେ ଉପଲବ୍ଧ  ଅଧିକାଂଶ  ଗହଣା ୨୨ କ୍ୟାରେଟ୍‌ ଓ ୧୮ କ୍ୟାରେଟ୍‌ର ହୋଇଥାଏ । ଏଥିପାଇଁ କିଣିବା ସମୟରେ  ଏହି କଥା ଧ୍ୟାନ ରଖିବେ କି ସେହି ଦିନ ବୁଲିଅନ ମାର୍କେଟ୍‌ରେ ସୁନାର ଦାମ କେତେ ରହିଛି ।

   ସମ୍ବନ୍ଧିତ ଖବର


ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ