ଏମିତି ଏକ ଚାକିରୀ – ବିସ୍କୁଟ୍‌ ଖାଇଲେ , ମିଳିବ ୪୦ଲକ୍ଷ ଦରମା !

ସ୍କଟଲ୍ୟାଣ୍ଡ – ଆଜିକାଲି ସମସ୍ୟା ଏମିତି ହେଲାଣି ଯୁବପିଢ଼ିଙ୍କୁ ଚାକିରୀ ଗୋଟେ ପାଇବା ବହୁତ କଷ୍ଟକର କଥା ହୋଇଗଲାଣି । ଚଳିବାକୁ କାମଟିଏ ଖୋଜିବାରେ ନୟାନ୍ତ ହୋଇଯାଉଛନ୍ତି । ଆଉ ମନ ମୁତାବକ ଓ ଆବଶ୍ୟକ ଅନୁଯାୟୀ ଦରମାର ଚାକିରୀଟିଏ ପାଇବା କାଠିକର ପାଠ ହୋଇଗଲାଣି । ହେଲେ ଏହି ଭିତରେ ଏମିତି ବି ଚାକିରୀ ମିଳୁଛି , ଆଉ ତାର ଆକର୍ଷଣୀୟ  ଦରମା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ଆପଣଙ୍କୁ ଅବିଶ୍ୱସନୀୟ ମନେ ହୋଇପାରେ । ଯାହା କି ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ୍ ଭାଇରାଲ ହୋଇଛି ।

ଇଣ୍ଡିପେଣ୍ଡେଣ୍ଟ ନ୍ୟୁଜ୍‌ରେ ପ୍ରକାଶିତ ତଥ୍ୟ ଆଧାରରେ ସ୍କଟଲ୍ୟାଣ୍ଡରେ ଥିବା ବର୍ଡର ବିସ୍କୁଟ୍ କମ୍ପାନୀ ଏହି ଚାକିରୀ ଘୋଷଣା କରିଛି । ଏହି ପୋଷ୍ଟଟି ହେଉଛି ‘ ମାଷ୍ଟର ବିସ୍କୁଟର’ । ଅର୍ଥାତ୍‌ ଯେଉଁ ବ୍ୟକ୍ତି ଏହି କମ୍ପାନୀରେ ଚାକିରୀ କରିବେ ସେ ବିସ୍କୁଟ୍‌ର ସ୍ୱାଦ ପରୀକ୍ଷା କରିବେ । ଏଥିପାଇଁ ଆବେଦକଙ୍କୁ ବିସ୍କୁଟ୍‌ ବିଷୟରେ ଗଭୀର ଜ୍ଞାନ ଥିବା ଆବଶ୍ୟକ ବୋଲି କମ୍ପାନୀ କହିଛି । ଏହି ଚାକିରୀ ପାଇଁ ବାର୍ଷିକ ୪୦ ହଜାର ପାଉଣ୍ଡ( ଯାହାକି ଭାରତୀୟ ମୁଦ୍ରାରେ ୩୭,୯୪,୦୬୨ଟଙ୍କା) ଦରମା ମିଳିବ ।

ଏଥିରେ ଫୁଲ୍‌ ଟାଇମ୍‌ କାମ ରହିବା ସହ କର୍ମଚାରୀଙ୍କୁ ମୁକ୍ତ ସାଇଟ୍‌ ପାର୍କିଂ ସହ ୩୫ ଦିନର ଛୁଟିଦିନ ରହିବ ।  ବର୍ଡର ବିସ୍କୁଟ୍‌ର ଏମ୍‌ଡି ପାଓଲ ପାର୍କିନ୍ସ କହିଛନ୍ତି କି , ଏହା ଚାକିରୀ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଯାହା ଦ୍ୱାରା ସେମାନେ ନିଜର ସ୍ୱପ୍ନକୁ ପୁରା କରିପାରିବେ ।

ଏହିପରି ୨୦୧୯ମସିହାରେ ଏମିତି ନିଯୁକ୍ତି  ଘୋଷଣା କରିଥିଲା କ୍ୟାଡବରୀ । ଏଥିରେ  କମ୍ପାନୀ ଚକୋଲେଟ୍‌ ଟେଷ୍ଟର ନିଯୁକ୍ତ କରୁଥିଲା ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

ଝିଟିପିଟିର ଦାମ୍‌ ୫୫ଲକ୍ଷ ଟଙ୍କା – ଚୋରୀ ହୋଇଯାଇଥିବା ଏହି ଜୀବକୁ ଉଦ୍ଧାର କଲା ପୁଲିସ୍‌ , ୨ଚୋର ଗିରଫ

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ