୩୦ଟି ଗାଁର ପିଲାଙ୍କୁ ସାହା ମୋବାଇଲ୍ ଲାଇବ୍ରେରୀ – ପିଲାଙ୍କୁ ବୁଲି ବୁଲି ପାଠ ପଢ଼ାଉଛନ୍ତି ଦମ୍ପତି

ଦାର୍ଜିଲିଂ – ଦମ୍ପତିଙ୍କ ମହତ ଉଦ୍ୟମ। ଲକ୍‌ଡାଉନ୍‌ରେ ଗରୀବ ପିଲାଙ୍କୁ ମାଗଣାରେ ବହି ଦେବା ସହ ପଢ଼ାଉଛନ୍ତି ପାଠ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ବେଙ୍ଗଲର ଦାର୍ଜିଲିଂ ଜିଲ୍ଲାରେ। ସିଲିଗୁଡ଼ି ପାଖରେ ଥିବା ଚାହା ବଗିଚା ଅଞ୍ଚଳର ଶ୍ରମିକ ପିଲାମାନେ ନିତି ଲାଲ୍ ରଙ୍ଗର ଏକ କାରକୁ ଅନେଇ ରହିଥାନ୍ତି । କେତେବେଳେ ଆସିବ ସେହି କାରଟି । ଆଉ ସେଥିରୁ ଓହ୍ଲାଇବେ ସେମାନଙ୍କ ଦେବଦୂତ।  କାରଣ ଏହି କାରରେ ଆସୁଥିବା ପତି-ପତ୍ନୀ ସେମାନଙ୍କୁ ପଢ଼ାଇବା ପାଇଁ ମାଗଣାରେ ବହିତ ଦିଅନ୍ତି , ହେଲେ ସେହି ପିଲାଙ୍କୁ ଟ୍ୟୁସନ ମଧ୍ୟ କରନ୍ତି ।

अनिर्वाण नंदी और पौलमी चाकी नंदी

ଏହି ଦମ୍ପତି ହେଉଛନ୍ତି ଅନିର୍ବାଣ ନନ୍ଦି ଓ ତାଙ୍କର ପତ୍ନୀ ପୌଲମୀ ଚାକି ନନ୍ଦି। ଅନିର୍ବାଣ ଭାରତୀୟ ଆଇଆଇଟି , ଖଡ଼ଗପୁରରେ ସିନିୟର ରିସର୍ଚ୍ଚ ଫୋଲେ ଥିବା ବେଳେ ପୌଲମୀ ସୋସିଆଲ ସାଇନ୍ସି ଓ ଇକୋନୋମିକ୍ସରେ ରିସର୍ଚ୍ଚ ଏସୋସିଏଟ୍‌।

ବର୍ତ୍ତମାନ କଲେଜ୍‌ ବନ୍ଦ କାରଣରୁ ଉଭୟ ଏବେ ଘରେ ରହୁଛନ୍ତି। ଲକ୍‌ଡାଉନ୍‌ରେ ଉଭୟ ମିଶି ଚା ବଗିଚା ଶ୍ରମିକଙ୍କ ଜୀବନକୁ ସୁଧାରିବାକୁ ପ୍ରୟାସ ଜାରି ରଖିଛନ୍ତି।

अनिर्वाण नंदी और पौलमी चाकी नंदी

ଉଲ୍ଲେଖନୀୟ ଯେ , ସଂପୃକ୍ତ ଅଞ୍ଚଳରେ ଲକ୍‌ଡାଉନ୍‌ ଯୋଗୁଁ ଶ୍ରମିକମାନଙ୍କ ପିଲାଙ୍କର ପାଠପଢ଼ା ପୁରା ଠପ୍‌ ହୋଇଯାଇଛି। ସ୍କୁଲ୍‌ ବନ୍ଦ ଯୋଗୁଁ ସେମାନେ ଆଉ ପାଠପଢ଼ି ପାରୁନାହାନ୍ତି । ଏଥିପାଇଁ ଏହି ଦମ୍ପତି ମିଶି ଏକ ମୋବାଇଲ୍‌ ଲାଇବ୍ରେରୀ ଆରମ୍ଭ କରିଛନ୍ତି ଏବଂ ନିଜର ଗାଡ଼ିରେ ବହି ଭର୍ତ୍ତି କରି ସେହି ଅଞ୍ଚଳର ପିଲାଙ୍କ ପାଖକୁ ନିତି ଯାଉଛନ୍ତି । ସେମାନଙ୍କ କହିବା ହେଲା ଏହି ଗରୀବ ପିଲାମାନଙ୍କ ପାଖରେ ନା ଅଛି ସ୍ମାର୍ଟଫୋନ୍‌, ନା ଅଛି ଲ୍ୟାପ୍‌ଟପ୍‌ ଓ ଇଣ୍ଟରନେଟ୍‌ ସଂଯୋଗ । ଏହି କାରଣରୁ  ସେମାନେ ଅନ୍‌ଲାଇନ୍‌ରେ ପଢ଼ି ପାରୁନାହାନ୍ତି । ଏଥିପାଇଁ  ଏହି ସ୍ୱତନ୍ତ୍ର ମୋବାଇଲ୍‌ ଲାଇବ୍ରେରୀର ଆରମ୍ଭ କରିଛନ୍ତି ଦୁହେଁ ।

ଏହି ଲାଇବ୍ରେରୀ  ପାଇଁ ନନ୍ଦୀ ଦମ୍ପତି ନିଜର ବନ୍ଧୁ ଓ ସଂପର୍କୀୟଙ୍କ ଠାରୁ ବହି ମାଗୁଛନ୍ତି । ଆଉ ଏବେସୁଦ୍ଧା ୬ହଜାରରୁ ଅଧିକ ବହି ସଂଗ୍ରହ କରିଛନ୍ତି । ଏହି ଦମ୍ପତି ଗରୀବ ପିଲାଙ୍କୁ ୩ମାସ ପାଇଁ ବହି ଧାର ସୂତ୍ରରେ ଦେଉଛନ୍ତି ଏବଂ ପାଠପଢ଼ାରେ ସାହାଯ୍ୟ ସହଯୋଗ କରୁଛନ୍ତି ।

अनिर्वाण नंदी और पौलमी चाकी नंदी

ଆଉମଧ୍ୟ ଏହି ପିଲାଙ୍କୁ ଇଂରାଜୀ କମ୍ପୁଟର ସାଇନ୍ସ , ଅର୍ଥଶାସ୍ତ୍ର,ଭୂଗୋଳ ଓ ରାଜନୀତି ବିଜ୍ଞାନ ପଢ଼େଇବା  ସହ ଦମ୍ପତି ‘ଦଶ-ଟଙ୍କାର ଟ୍ୟୁସନ’ ଅର୍ଥାତ୍‌ ଦଶ ଟଙ୍କାରେ ଟ୍ୟୁସନ କରିବା ବି ଆରମ୍ଭ କରିଛନ୍ତି । ଏହି ସମୟରେ ସୋସିଆଲ ଡିଷ୍ଟାନ୍ସର ମଧ୍ୟ ପୁରା ଧ୍ୟାନ ଦିଆଯାଉଛି ।  

ଏମିତି ଏକ ମହତ ଉଦ୍ଦେଶ୍ୟରେ ସଙ୍କଟ ସମୟରେ ଗରୀବ ପିଲାଙ୍କୁ ସାହାଯ୍ୟର ହାତ ବଢ଼ାଇ ସମସ୍ତଙ୍କ ଶ୍ରଦ୍ଧା ଭାଜନ ହୋଇଛନ୍ତି ଏହି ଦମ୍ପତି । ପ୍ରଶଂସାର ସୁଅ ଛୁଟିଛି ତାଙ୍କ ପାଖକୁ ।  

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

ଝିଟିପିଟିର ଦାମ୍‌ ୫୫ଲକ୍ଷ ଟଙ୍କା – ଚୋରୀ ହୋଇଯାଇଥିବା ଏହି ଜୀବକୁ ଉଦ୍ଧାର କଲା ପୁଲିସ୍‌ , ୨ଚୋର ଗିରଫ

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ