କରୋନା ବେଳେ ନିଆରା ବିବାହ – ଦୂରରେ ରହି ଦୂରବୀକ୍ଷଣରେ ବାହାଘର ଦେଖିଲେ ପରିବାର ଲୋକେ

ନୂଆଦିଲ୍ଲୀ – ସାରା ବିଶ୍ୱରେ ଏବେ କରୋନା ମହାମାରୀର ପ୍ରଭାବ । ଏହା ଲୋକଙ୍କ ଜୀବନଶୈଳୀକୁ ପୁରା ପରିବର୍ତ୍ତନ କରିଦେଇଛି । ଘରୁ ବାହାରିଲା ମାତ୍ରେ ଲୋକେ ମୁହଁରେ ଫେସ୍‌ ମାସ୍କ ଓ ସୋସିଆଲ ଡିଷ୍ଟାନ୍ସିଂର ପାଳନ କରୁଛନ୍ତି । ସରକାର ଦେଶରେ କରୋନା ନେଇ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ଆଉ ଦେଶରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ଭାରତ ସମେତ ପୁରା ବିଶ୍ୱରେ ସବୁ ଦେଶରେ କରୋନା ପ୍ରୋଟୋକଲ ଅନୁସାରେ ବିବାହ ଉତ୍ସବ ଅନୁଷ୍ଠିତ ହେଉଛି । ସୀମିତ ଅତିଥିଙ୍କ ଗହଣରେ ବିବାହ କାର୍ଯ୍ୟ ସମାପନ ହେଉଛି । କିନ୍ତୁ ଘରର ସବୁ ସଦସ୍ୟ ବି କରୋନା ନିୟମ ଅନୁସାରେ ଉତ୍ସବରେ ଉପସ୍ଥିତ ରହିପାରନ୍ତି ନାହିଁ । ଏଥିପାଇଁ ଅନେକ ଦମ୍ପତି ଏହି ସମୟରେ ସେମାନଙ୍କର ବିବାହକୁ ନେଇ  ଚିନ୍ତିତ ହୁଅନ୍ତି ।

परिवार ने दूरबीन से देखी शादी

ଏହି ସମୟରେ ଏମିତି ଏକ ବିବାହ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯାହାକି ପୁରା ନିଆରା ଓ ସତନ୍ତ୍ର । ମିଡ଼ିଆ ରିପୋର୍ଟ ମୁତାବିକ୍‌  ଆମେରିକୀୟ ମହିଳା ଲିଣ୍ଡସେ କ୍ଲାସ୍‌ ଓ କାନାଡାର  ଏଲେକ୍ସ ଲେକିଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଥିଲା । ଏଭଳି ଏକ ସଙ୍କଟପୂର୍ଣ୍ଣ ସମୟରେ  ନିଜର ବିବାହରେ ପୁରା ପରିବାରକୁ ସାମିଲ କରିବା ପାଇଁ  ଏକ ଦମ୍ପତି ସ୍ୱତନ୍ତ୍ର ଉପାୟରେ ୱେଡିଂ ପ୍ଲାନିଂ କରିଥିଲେ ।

କରୋନା ଭାଇରସ୍‌ ଯୋଗୁଁ ଅନ୍ତଃରାଷ୍ଟ୍ରୀୟ ଯାତାୟାତ ବନ୍ଦ ହେବା କାରଣରୁ ଆମେରିକା ଓ କାନାଡ଼ାର ଦମ୍ପତିଙ୍କର ବିବାହରେ ପୁରା ପରିବାର ଉପସ୍ଥିତ ରହିପାରିନଥାନ୍ତେ । ଏହି ଦମ୍ପତି କେମିତି ଦୁଇ ପରିବାର ଏହି ବିବାହ ଉତ୍ସବକୁ ଦେଖିପାରିବେ ସେପରି ଚିନ୍ତା କରି  ସଂପୃକ୍ତ ଅଧିକାରୀଙ୍କର ଅନୁମତି ନେଇଥିଲେ ଓ କାନାଡ଼ାର ନ୍ୟୁ ବ୍ରନ୍ସୱିକ୍‌ ପ୍ରାନ୍ତର ଏକ ଆଉଟ୍‌ଡୋରଉତ୍ସବରେ ବିବାହ କରିଥିଲେ ।

शादी में 30 लोगों को मिली शामिल होने की अनुमति

ଦମ୍ପତିଙ୍କର ଆମେରିକା ଓ କାନାଡା ମଧ୍ୟରେ ଥିବା ସୀମାରେ ସେଣ୍ଟ କ୍ରୋଇକ୍ସ ନଦୀ କୂଳରେ ବିବାହ ଅନୁଷ୍ଠିତ ହୋଇଥିଲା । ଆଲେକ୍ସ କହିଥିଲେ ନଦୀ କୂଳରେ ବିବାହ ଅନୁଷ୍ଠିତ ହେଉଥିଲା , ଆଉ ମୋ ପରିବାର ସେପଟେ କୂଳରେ ଥାଇ ଦୂରବୀକ୍ଷଣ ଯନ୍ତ୍ରରେ ଉତ୍ସବଟିକୁ ଦେଖୁଥିଲେ । ଏହି ବିବାହରେ ୩୦ଜଣ ଅତିଥି ଉପସ୍ଥିତ ଥିଲେ ।  

ଲିଣ୍ଡସେ କହିଛନ୍ତି କରୋନା ସମୟରେ ତାଙ୍କର ଏହି ବିବାହ ଜୀବନରେ ଏକ ଅଭୁଲା ସ୍ମୃତି ହୋଇ ରହିଗଲା ।

   ସମ୍ବନ୍ଧିତ ଖବର


ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ପରମ୍ପରା ଅନେକ ପୂଜା ଏକ

ମା’ ଦୁର୍ଗାଙ୍କ ପ୍ରିୟ ଫୁଲ – ଏହି ଫୁଲ ପ୍ରଦାନ କଲେ ହୋଇଥାଏ ମନୋସ୍କାମନା ପୂରଣ