କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ – କରୋନା ଭାଇରସ୍ ମହାମାରୀବିରୋଧରେ ଲଢ଼େଇ କରିବା ପାଇଁ  ମାସ୍କ ଓ ସୋସିଆଲ ଡିଷ୍ଟାନ୍ସିଂର ପାଳନ କରିବା  ନିହାତି  ଜରୁରୀ । କେନ୍ଦ୍ର ଓ  ରାଜ୍ୟ ସରକାରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ଯ ଲୋକଙ୍କୁ ମାସ୍କ ବ୍ୟବହାର କରିବା ନେଇ ବାରମ୍ୱାର ସଚେତନ କରାଉଛନ୍ତି । ଏହା ସତ୍ତ୍ୱେ ବି ବହୁତ ଲୋକ ମାସ୍କ ବ୍ୟବହାର  କରୁ ନାହାନ୍ତି  ଏବଂ  ନିଜ ସହ  ଅନ୍ୟମାନଙ୍କୁ ବି ବିପଦରେ  ପକାଉଛନ୍ତି ।

ସଦ୍ୟ  ଏମିତି  ଏକ  ଘଟଣା  ବିହାରରୁ  ସାମନାକୁ  ଆସିଛି ।  ଯେତେବେଳେ  ଜଣେ ବ୍ୟକ୍ତିଙ୍କୁ  ମାସ୍କ  ନପିନ୍ଧିବାର  କାରଣ  ପଚରା ଗଲା , ସେ  କହିଲେ କି ଯେତେବେଳେ  ପାଖରେ  କିଏ  ଛିଙ୍କିଲା , ସେତେବଳେ ସେ ନିଶ୍ୱାସ ରୋକି ଦିଅନ୍ତି , ଆଉ ସେଠାରୁ  ଟିକେ  ଦୂରକୁ  ଯାଇ  ପୁଣି  ନିଶ୍ୱାସ  ନେଇଥାନ୍ତି ।

ଏନଡିଟିଭିର  ସାମ୍ୱାଦିକ  ଯେତେବେଳେ  ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାସ୍କ ନପିନ୍ଧିବାର କାରଣ  ପଚାରିଥିଲେ  ସେ  ଏଭ ଳି  ଅଜବ  ତର୍କ  କରିଥିଲେ । ଭିଡ଼ିଓରେ ଏହି ବ୍ୟକ୍ତିଙ୍କର  ଏହି  କଥା  ଭାଇରାଲ  ସାଜିଛି । ଏହି ଭିଡ଼ିଓଟି  ଟ୍ୱିଟରରେ ଶେୟାର କରାଯାଇଥିଲା । ଏହାକୁ ବହୁ ସଂଖ୍ୟାରେ ଲୋକ ପ୍ରତିକ୍ରିୟା ଦେଇଛନ୍ତି । ଟ୍ୱିଟରରେ ଏହି ଭିଡ଼ିଓ ଭାଇରାଲ ହେଉଛି ।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଭାରତ ବିସ୍ମୟ ବାଳକ- ବୟସ ମାତ୍ର ୪ ବଜାଉଛନ୍ତି ତାଳରେ ଢୋଲ:ଦେଖନ୍ତୁ ଶୁଣନ୍ତୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

କରୋନା ଭୟ, ମାସ୍କ ପିନ୍ଧି ଭୋଜିରେ ଖାଉଛନ୍ତି ବ୍ୟକ୍ତି- ଦେଖନ୍ତୁ ଭିଡିଓ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…