ପାଠ ପଢ଼ିବାକୁ ପାହାଡ଼ ଚଢ଼ୁଛନ୍ତି ପିଲା – ଛାତ୍ରଛାତ୍ରୀଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ପ୍ରଶଂସା

ପାଣାଜି – ମନରେ କୌଣସି ଜିନିଷକୁ ହାସଲ କରିବାର ଆବେଗ ଥରେ ଆସି ଗଲେ ମଣିଷକୁ ଅସମ୍ଭବ କାମ ବି ସମ୍ଭବପର ହୋଇଯାଏ । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗୋଆରେ । କିଛି ପିଲାଙ୍କର ପାଠ ପଢ଼ିବାର ଆଗ୍ରହ ଆହରେ ହାର ମାନିଛି ସବୁ ପ୍ରତିବନ୍ଧକ । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।

ବର୍ତ୍ତମାନ ସମୟରେ କୋଭିଡ-୧୯ରେ ପାଠପଢା଼ର ମାଧ୍ୟମ ବଦଳି ଯାଇଛି । ପିଲାମାନେ ଅନ୍‌ଲାଇନ୍‌ କ୍ଲାସ୍‌ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି । ଦକ୍ଷିଣ ଗୋଆରେ ମଧ୍ୟ କରୋନା ଭାଇରସ୍‌ ଲକ୍‌ ଡାଉନ୍ ଯୋଗୁଁ ପିଲା ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି। ହେଲେ ଏଥିପାଇଁ ସେମାନେ ନିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ସେମାନଙ୍କର ମନୋବଳ ଭାଙ୍ଗିଯାଇନି ।  ସମୂହ ଅନ୍‌ଲାଇନ୍‌ କ୍ଲାସ୍‌ରେ ଉପସ୍ଥିତ ରହିବା ପାଇଁ ପ୍ରତିଦିନ ୩ କିଲୋମିଟରର ପାହାଡ଼ ଚଢ଼଼ୁଛନ୍ତି ।

पढ़ाई का जुनून, गोवा में Online Classes के लिए चढ़ाई करके पहाड़ी पर पहुंचते हैं छात्र

ଉଲ୍ଲେଖନୀୟ ଯେ, ବନ୍ୟଜନ୍ତୁ ଅଭୟାରଣ୍ୟରେ ଥିବା ଏହି ପାହାଡ଼ ଉପରେ ଇଣ୍ଟରନେଟ୍‌ କନେକ୍ଟିଭିଟି ଭଲ ଆସୁନାହିଁ । ସେଥିପାଇଁ ଅନ୍‌ଲାଇନ୍‌ରେ ପଢ଼ିବାକୁ ନେଇ ୨୫ ଜଣ ଛାତ୍ରଛାତ୍ରୀ ପ୍ରତିଦିନ ସେହି ପାହାଡ ଉପରକୁ ଚଢ଼ୁଛନ୍ତି ।    

ଜିଲ୍ଲା ପ୍ରଶାସନକୁ ଯେବେ ଏହି ବିଷୟରେ ପଚରାଯାଇଥିଲା ତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି , ଏହି ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ର ସବୁ ଟାୱାର ସୂଚାରୁ ରୂପରେ କେମିତି କାମ କରିବ , ସେଥିପାଇଁ  ଚେଷ୍ଟା ଜାରି ରହିଛି । ଦୁର୍ବଳ ଇଣ୍ଟରନେଟ୍‌ କନେକ୍ସନ ଯୋଗୁଁ ପିଲାମାନେ ଅନଲାଇନ୍‌ ପାଠପଢ଼ିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତ । ସେଥିପାଇଁ ଜିଲ୍ଲା କଲେକ୍ଟର ମଧ୍ୟ  ବୈଠକରେ କଥା ଉଠେଇଥିଲେ ।       

   ସମ୍ବନ୍ଧିତ ଖବର


ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଫେସବୁକ୍‌ ଇଣ୍ଡିଆର ପଲିସି ହେଡ ଆଂକ୍ଷୀ ଦାସଙ୍କ ଇସ୍ତଫା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ