ଡ୍ରଗ୍ସ ସପ୍ଲାୟରର ମହା ଖୁଲାସା ! ସେକ୍ସ ଇଚ୍ଛା ବଢ଼ାଇବା ଓ ସ୍ଲିମ୍‌ ହେବାକୁ ଅଭିନେତ୍ରୀମାନେ ନେଉଛନ୍ତି ଏହି ନିଶା

ମୁମ୍ୱାଇ –  ଏବେ ଡ୍ରଗ୍ସ ସେବନକୁ ନେଇ ବଲିଉଡ୍‌ରେ ତନାଘନା ଜୋର ଧରିଛି  । ଜଣଙ୍କ ପରେ ଜଣଙ୍କୁ ଏନ୍‌ସିବି ରେଡ୍‌ କରି  ଡ୍ରଗ୍ସ ଲିଙ୍କ୍‌ର ପର୍ଦ୍ଦାଫାସ୍‌ କରୁଛି । ସଦ୍ୟ ଏମିତି ଘଟଣାରେ ଗିରଫ ହୋଇଛନ୍ତି ଲୋକପ୍ରିୟ କମେଡିଆନ ଭାରତୀ ସିଂହ । ଶନିବାର  ଦିନ  ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ( ଏନ୍‌ସିବି)  କମେଡିଆନ ଭାରତୀ ସିଂହଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରି ନେଇଛନ୍ତି ।  ଗିରଫ ପୂର୍ବରୁ  ତାଙ୍କର ଓ ପତି ହର୍ଷଙ୍କ ଘରୁ  ଓ ଅଫିସ୍‌ରେ ରେଡ୍‌ ହୋଇଥିଲା । ସେଠାରୁ ୮୬.୫ ଗ୍ରାମ ଗଞ୍ଜେଇ ଓ ଅନ୍ୟ ଡ୍ରଗ୍ସ ବାହାରି ଥିଲା । ଗତ ମାସରେ  ଏନ୍‌ସିବି  ଆଉ ଜଣେ ଟିଭି ଅଭିନେତ୍ରୀ  ପ୍ରୀତିକା ଚୌହାନଙ୍କୁ ମଧ୍ୟ ଡ୍ରଗ୍ସ, ନେବା ଅଭିଯୋଗରେ ଗିରଫ କରିଥିଲା । ଡ୍ରଗ୍ସ ମାମଲା : କମେଡିଆନ ଭାରତୀ ସିଂହ ଓ ପତି ହର୍ଷଙ୍କୁ ପଠାଗଲା ନ୍ୟାୟିକ ହେପାଜତ , କାଲି ହେବ ଜାମିନ୍‌ ଶୁଣାଣି

ସେପ୍ଟେମ୍ୱର ମାସରେ ଅଭିନେତ୍ରୀ  ସନମ ଜୋହର ଓ  ଏବିଗେଲ୍‌ ପାଣ୍ଡେଙ୍କର ବିରୋଧରେ  ମଧ୍ୟ ଡ୍ରଗ୍ସ ସେବନରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଥିଲା । ତାଙ୍କର ଘରେ ହୋଇଥିବା ରେଡ୍‌ରେ ମଧ୍ୟ ସେଠାରୁ ଡ୍ରଗ୍ସ ମିଳିଥିବାର କୁହାଯାଏ ।  ଏହି ସବୁ କାର୍ଯ୍ୟାନୁଷ୍ଠାନ ସେହି ମାମଲାରେ ହେଉଛି , ଯେଉଁଥିରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କର ଭାଇ ଶୋଭିକଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଶାସକଙ୍କ ପତ୍ନୀଙ୍କର ନିଜ ବଡିଗାର୍ଡ ସହ ଥିଲା ସମ୍ୱନ୍ଧ – ଚୁପ୍‌ ରହିବାକୁ ଦେଇଥିଲେ ୧୨ କୋଟି ଟଙ୍କା

ଏହି ମାମଲାରେ ଏବେ ସୁଦ୍ଧା ପାଖାପାଖି ୩୦ ଜଣ ଲୋକ ଗିରଫ ହୋଇ ସାରିଲେଣି , ଯେଉଁଥିରେ  ଗୋଟିଏ ପରିଚିତ ନାମ ହେଲା  ଫିଲ୍ମ ପ୍ରଡ୍ୟୁସର  କ୍ଷିତିଜ୍‌ ପ୍ରସାଦ । ଏନ୍‌ସିବି ଏବେ ସୁଦ୍ଧା ଦୀପିକା ପାଦୁକୋଣ , ସାରା ଅଲୀ ଖାନ , ଶ୍ରଦ୍ଧା କପୁର, ରକୁଲ ପ୍ରୀତି ସିଂହ ଓ ଅର୍ଜୁନ ରାମପାଳଙ୍କୁ ମଧ୍ୟ ପଚରାପଚରି କରିସାରିଛି । କିନ୍ତୁ ଗିରଫଦାରୀ ଅଧିକାଂଶ ଭାବେ ଛୋଟ ଛୋଟ କଳାକାରଙ୍କ ଠାରେ ଅଧିକ ଦେଖିବାକୁ ମିଳିଛି ।

ଯଦି ଗତ କିଛି  ବର୍ଷର ଇତିହାସକୁ ଦେଖିବା ତ  ଡ୍ରଗ୍ସକୁ ନେଇ ବଲିଉଡ୍‌ରେ ଏକ ମର୍ଡର ମଧ୍ୟ ହୋଇଥିଲା । ତାହା ହେଉଛି ଫିଲ୍ମ ଅଭିନେତ୍ରୀ କୃତ୍ତିକା ଦେଶାଇଙ୍କର ।   ଅଭିଯୋଗ ହେଉଛି କି ସେ  କିଛି ଡ୍ରଗ୍ସ ପେଡଲରଙ୍କ  ପେମେଣ୍ଟ  କରିନଥିଲେ ।  ଏଥିପାଇଁ ତାଙ୍କୁ ସେହି ପେଡଲରମାନେ  ତାଙ୍କର ହତ୍ୟା କରିଦେଇଥିଲେ । ଏହି କେସ୍‌ ବାନ୍ଦ୍ରା କ୍ରାଇମ୍‌ ବ୍ରାଞ୍ଚର  ସିନିୟର  ଇନସ୍ପେକ୍ଟର  ନନ୍ଦକିଶୋର ଗୋପାଳେ  ଡିଟେକ୍ଟ  କରିଥିଲେ ।  ଯେଉଁ ଦିନ ଏନ୍‌ସିବି  ଦୀପିକା ପାଦୁକୋଣଙ୍କୁ ଜେରା କରିଥିଲା , ସେହି ଦିନ ଗୋପାଳେ  ଉସ୍ମାନ ଶେଖ ନାମକ ଜଣେ ଡ୍ରଗ୍ସ ସପ୍ଲାୟରଙ୍କୁ ଗିରଫ କରିଥିଲେ , ଯିଏ ଟିଭି ଇଣ୍ଡଷ୍ଟ୍ରୀ ଓ ବଲିଉଡ୍‌ରେ ଡ୍ରଗ୍ସ ସପ୍ଲାଇ କରିବାର କାମ କରୁଥିଲେ ।

ଉସ୍ମାନ ଶେଖ୍‌ ଗୋପାଳେଙ୍କୁ ପଚରାପଚରି ବେଳେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖୁଲାସା କରିଥିଲେ ,  ବଲିଉଡ୍‌ ରେ ଡ୍ରଗ୍ସ ଏତେ ମାତ୍ରାରେ କାହିଁକି  ନିଆଯାଉଛି ?  ଉସ୍ମାନଙ୍କ କହିବାନୁସାରେ  , ବଲିଉଡ୍‌ରେ ଏହି ମିଥ୍‌ ରହିଛି କି ,  ଡ୍ରଗ୍‌ସ ସେବନ କଲେ  ମଣିଷ ସବୁବେଳେ ସ୍ଲିମ୍‌ ରହିଥାଏ । କାରଣ  ହିଟ୍‌ ଫିଲ୍ମ କରିବା ବା ଦୀର୍ଘ ଦିନ ଧରି  ଟିଭି ଧାରାବାହିକରେ ବା ଅନ୍ୟ ଶୋ ରେ ନିଜର ଉପସ୍ଥିତି ବଜାୟ ରଖିବାକୁ  ସ୍ଲିମ୍‌ ହେବା ଜରୁରୀ ହୋଇଥାଏ ।  ଏଥିପାଇ  ଏଠାରେ ଡ୍ରଗ୍ସର ସେବନ  ପ୍ରଚୁର ମାତ୍ରାରେ କରାଯାଇଥାଏ ।

ଉସ୍ମାନ ଶେଖ୍‌  ଜେରା ବେଳେ ଏହା ବି କହିଥିଲେ କି , ବଲିଉଡ୍‌ରେ ଆଉ ଏକ ମିଥ୍‌  ଅଛି କି , ଡ୍ରଗ୍ସ ସେବନ ଦ୍ୱାରା ସେକ୍ସ ଇଚ୍ଛା ବୃଦ୍ଧି ପାଇଥାଏ । ଏଥିପାଇଁ  ମଧ୍ୟ ଏଠାରେ ଡ୍ରଗ୍ସ ନେଇଥାନ୍ତି ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ