ଶାସକଙ୍କ ପତ୍ନୀଙ୍କର ନିଜ ବଡିଗାର୍ଡ ସହ ଥିଲା ସମ୍ୱନ୍ଧ – ଚୁପ୍‌ ରହିବାକୁ ଦେଇଥିଲେ ୧୨ କୋଟି ଟଙ୍କା

ଦୁବାଇ – ଦୁବାଇର ଶାସକ ଶେଖ୍‌  ମହମ୍ମଦ  ବିନ୍‌ ରାଶିଦ୍‌  ଅଲ୍‌ ମକତୁମ୍‌ଙ୍କର ପତ୍ନୀ  ରାଜକୁମାରୀ ହୟାଙ୍କର(୪୬) ନିଜର ବଡିଗାର୍ଡ ରସେଲ ଫ୍ଲାୱର (୩୭)ଙ୍କ ସହ ସମ୍ୱନ୍ଧ ଥିଲା ।  ସେ ବଡ଼ିଗାର୍ଡଙ୍କୁ ନିଜର  ଏହି ସଂପର୍କ ବିଷୟରେ କାହାକୁ ନକହିବାକୁ  ପାଖାପାଖି ୧୨ କୋଟି ଟଙ୍କା ମଧ୍ୟ ଦେଇଥିଲେ । ବ୍ରିଟେନ କୋର୍ଟରେ ଚାଲୁଥିବା ଶୁଣାଣି ଆଧାରରେ ଡେଲି ମେଲ୍‌ ଏହି ଦାବି କରିଛି ।

ଦୁବାଇ  ଶାସକ  ରାଜକୁମାରୀ  ହୟାଙ୍କୁ କିଛି ସୂଚନା ନଦେଇ  ଶରିୟା ଆଇନ୍‌ ଅନୁସାରେ  ତାଙ୍କୁ  ଫେବ୍ରୁୟାରୀ ୨୦୧୯ରେ ଛାଡ଼ପତ୍ର ଦେଇଥିଲେ ।  ହୟାଙ୍କର  ବଡ଼ିଗାର୍ଡ  ବିବାହିତ ଥିଲେ , କିନ୍ତୁ ଏପରି ଅନୈତିକ ସଂପର୍କ ଯୋଗୁଁ ତାଙ୍କର  ବୈବାହିକ ସଂପର୍କ ମଧ୍ୟ ଭାଙ୍ଗି  ଯାଇଥିଲା ।  ରାଜକୁମାରୀ ହୟା ଦୁବାଇ  ଛାଡ଼ି ସାରିଛନ୍ତି ଏବଂ ଅନେକ ବର୍ଷ ହେଲା ବ୍ରିଟେନ୍‌ରେ ରହୁଛନ୍ତି । ନାବାଳିକାଙ୍କୁ ମାସ ମାସ ଧରି ଦୁଷ୍କର୍ମ କରୁଥିଲା ୪ଟି ପିଲାର ବାପା ! ଗିରଫ

ପିଲାଙ୍କ କଷ୍ଟଡିକୁ ନେଇ ହୟା ବ୍ରିଟେନର କୋର୍ଟରେ ମୋକଦମା କରିଥିଲେ ଏବଂ ନଷ୍ପତ୍ତି ତାଙ୍କ ପକ୍ଷରେ ଆସିଥିଲା। ହୟା ନିଜର ବଡିଗାର୍ଡଙ୍କୁ ବହୁତ ମହଙ୍ଗା  ଉପହାର ସବୁ ଦେଉଥିଲେ , ଯେଉଁଥିରେ ୧୨ ଲକ୍ଷର ଘଡ଼ି ଓ ୫୦ ଲକ୍ଷ ଟଙ୍କାର  ବନ୍ଧୁକ ଭଳି ଜିନିଷ ରହିଥିଲା । ଲଜ୍ଜା ! ୭୦ବର୍ଷିୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରି ନିର୍ମମ ହତ୍ୟା

ଉଲ୍ଲେଖନୀୟ ଯେ,  ହୟା  ଦୁବାଇର ଶାତକ  ଶେଖ୍‌ ମହମ୍ମଦ ବିନ୍‌ ରାଶିଦ୍‌ ଅଲ୍‌ ମକତୁମ୍‌ଙ୍କର ୬ତମ ଓ ସବୁଠୁ କମ୍‌ ବୟସର ପତ୍ନୀ ଥିଲେ ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !