
ଅଷ୍ଟ୍ରେଲିଆ –ଜଣେ ଯୁବକ ଗୋଟିଏ ବର୍ଷରେ ୨୩ଟି ପିଲାର ବାପା ହୋଇଛନ୍ତି । ଏହା ନିଶ୍ଚୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ । ହେଲେ ଏକଥା ସତ । ଏହି ମାମଲାଟି ଅଷ୍ଟ୍ରେଲିଆରେ ଘଟିଛି ।
ବାସ୍ତବରେ ଘଟଣାଟି ହେଲା ଏୟା ଯେ , ଜଣେ ଯୁବକ ନିଜର ସ୍ପର୍ମ ଡୋନେଟ୍ କରି ୨୩ଟି ପିଲାର ବାପା ହୋଇଛନ୍ତି । ଆରମ୍ଭରେ ଏହି ଯୁବକଙ୍କ ସ୍ପର୍ମ ଡୋନେଟ୍ କରିବା ଏକ ସଉକ ଥିଲା । ସେ ଏମିତି ଖୁସିରେ କରୁଥିଲେ । ହେଲେ ପରେ ଏହା ତାଙ୍କର ଫୁଲ୍ ଟାଇମ୍ ଜବ୍ ହୋଇଗଲା । ଆଉ ସେ ଯେତେବେଳେ ଚର୍ଚ୍ଚାକୁ ଆସିଲେ ଏବେ ତାଙ୍କର ଏହି କାରନାମାର ତଦନ୍ତ ଆରମ୍ଭ ହୋଇ ଯାଇଛି ।

ଏଲନ ଫାନ୍ ନାମକ ଏହି ବ୍ୟକ୍ତି ସ୍ପର୍ମ ଡୋନେଟ୍ କରି ଦେଶରେ ଖୁବ୍ ଚର୍ଚ୍ଚିତ ପାଲଟି ଯାଇଛନ୍ତି । ମହିଳାମାନେ ତାଙ୍କର ଗାଢ଼ ଓ ସୁସ୍ଥ ସ୍ପର୍ମ ପାଇଁ ତାଙ୍କୁ ପସନ୍ଦ କରୁଛନ୍ତି ବୋଲି ଯୁବକ ଜଣଙ୍କ କହିଛନ୍ତି ।

ଡେଲି ମେଲ୍ ରିପୋର୍ଟ ମୁତାବକ , ଏଲନ୍ ନିଜେ ଦୁଇଟି ପିଲାର ପିତା । କିନ୍ତୁ ସେ ପ୍ରାଇଭେଟ୍ ଭାବେ ସ୍ପର୍ମ ଡୋନେଟ୍ କରି ପାଖାପାଖି ୨୩ ଜଣ ପିଲାଙ୍କୁ ଜନ୍ମ ଦେଇଛନ୍ତି । ସେ ରେଜିଷ୍ଟର ଫର୍ଟିଲିଟି ସେଣ୍ଟରରେ ମଧ୍ୟ ସ୍ପର୍ମ ଡୋନେଟ୍ କରିଥାନ୍ତି । ଅଷ୍ଟ୍ରେଲିଆର ବ୍ରେସ୍ବେନ୍ରେ ରହୁଥିବା ୪୦ ବର୍ଷିୟ ଏଲନଙ୍କୁ ଏବେ ଯାଞ୍ଚ କରାଯାଉଛି । କିଛି ଫର୍ଟିଲିଟି କ୍ଲିନିକ୍ ତାଙ୍କ ବିଷୟରେ ଅଭିଯୋଗ କରିଛନ୍ତି । ଏଲନଙ୍କ ଉପରେ ଅଭିଯୋଗ ଏହା ଯେ, ସେ ବୈଧ କ୍ଲିନିକ୍ରୁ ଅଧିକ ସ୍ପର୍ମ ଡୋନେଟ୍ କରିଛନ୍ତି ଏବଂ ସ୍ଥିର ସୀମା ଠାରୁ ଅଧିକ ପିଲା ଜନ୍ମ ଦେଇଛନ୍ତି ।

ଅଷ୍ଟ୍ରେଲିଆର ଭିକ୍ଟୋରିଆର ଆଇନ୍ ଅନୁସାରେ ଜଣେ ପୁରୁଷ କେବଳ ୧୦ ‘ଫ୍ୟାମିଲି’ କ୍ରିଏଟ୍ କରି ପାରିବ । ସେପଟେ କିନ୍ତୁ ଏଲନ କହିଛନ୍ତି କି ମହିଳାଙ୍କୁ ମନା କରିବା ତାଙ୍କ ପାଇଁ ବହୁତ ମୁସ୍କିଲ୍ କାମ ହୋଇଥାଏ । ଏହି କାରଣରୁ ସେ ଗୋଟିଏ ଦିନରେ ୩ଜଣ ମହିଳାଙ୍କୁ ସ୍ପର୍ମ ଡୋନେଟ୍ କରିଛନ୍ତି ।