ଫ୍ଲିପକାର୍ଟର ‘ବିଗ୍‌ ଦିୱାଲୀ ସେଲ୍’ – ହୋଇ ଯାଆନ୍ତୁ ପ୍ରସ୍ତୁତ , ଏହି ଜିନିଷ ଉପରେ ମିଳିବ ୮୦% ଯାଏ ଡିସ୍କାଉଣ୍ଟ

ନୂଆଦିଲ୍ଲୀ – ଦଶହରା ପରେ ପୁଣି ଦିପାବଳୀ ଅଫର୍‌ । ପୁଣି ହେବେ ଗ୍ରାହକ ମାଲାମାଲ। ଏମିତି ସୁଯୋଗ ଆଣିଛି ଲୋକପ୍ରିୟ ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ । ୨୯ ଅକ୍ଟୋବରରୁ ନିଜର ବିଗ୍ ଦିବାଲୀ ସେଲ୍‌  ଆରମ୍ଭ କରିବାକୁ ଯାଉଛି  ଏହି ଇ-କମର୍ସ କମ୍ପାନୀ  ।

ଏହି ସମୟରେ କମ୍ପାନୀ ଅନେକ  ଉତ୍ପାଦକ ଉପରେ ୮୦ ପ୍ରତିଶତ ଯାଏ  ଡିସ୍କାଉଣ୍ଟ ଦେବ । ଏହା ପୂର୍ବରୁ କମ୍ପାନୀ  ୧୭ରୁ ୨୧ ଅକ୍ଟୋବର ମଧ୍ୟରେ  ବିଗ୍‌ ବିଲିୟନ ଡେ ସେଲ୍‌ର ଆୟୋଜନ କରିଥିଲା । ଏହି ସମୟରେ କମ୍ପାନୀର ଦଶହରା ସ୍ପେଶାଲ ସେଲ୍‌ ଚାଲୁ ରହିଛି । ଦିବାଲୀ ଧମାକା ସେଲ୍‌ ୪ନଭେମ୍ୱର ଯାଏ ଚାଲିବ ବୋଲି କମ୍ପାନୀ ସୂଚନାରୁ ଜଣାପଡ଼ିଛି ।

Flipkart Big Diwali sale starts on October 29; 80% discount on smartphones,  laptops — Details inside | India News | Zee News

ଜାଣନ୍ତୁ କେଉଁ କେଉଁ ଜିନିଷ ଉପରେ ମିଳିବ ଡିସ୍କାଉଣ୍ଟ –

ଇଲେକ୍ଟ୍ରନିକ୍ସ ଓ  ଆସେସରିଜ୍‌ ଯଥା- କ୍ୟାମେରା , ଲ୍ୟାପଟପ୍‌ , ସ୍ମାର୍ଟୱାଚ୍‌ ଓ ହେଡ୍‌ଫୋନ୍‌ ଉପରେ ୮୦ ପ୍ରତିଶତ ଯାଏ ରିହାତି ମିଳିବ । ସେପଟେ ସ୍ୱତନ୍ତ୍ର ଲ୍ୟାପଟପ୍‌ ଉପରେ ୫୦ ପ୍ରତିଶତ  ରିହାତି ଅଫର  ମିଳିବ । ଆଉମଧ୍ୟ ଲ୍ୟାପ୍‌ଟପ୍‌  ଉପରେ ୪୫  ପ୍ରତିଶତ ବେଳେ ହେଡଫୋନ୍‌ , ସ୍ପିକର୍ସ , ଟିଭି , ରେଫ୍ରିଜରେଟର୍ସ , ମାଇକ୍ରୋୱେଭ୍‌ ୱାଶିଂମେସିନ୍‌ ଓ ରୋଷେଇ ସାମଗ୍ରୀ ଉପରେ  ୮୦ ପ୍ରତିଶତ ରିହାତି ପାଇପାରିବେ । ଗ୍ରାହକ ଏକ୍ସଚେଞ୍ଜ ଅଫର ସହ ଅତିରିକ୍ତ ଡିସ୍କାଉଣ୍ଟର ମଧ୍ୟ ଲାଭ ନେଇପାରିବେ ।

Flipkart Big Diwali Sale Starts October 29, Brings Discounts on  Smartphones, TVs, and More - ExaVibes | Brings latest news and updates.

ଏହି ସବୁ ବ୍ୟାଙ୍କ କାର୍ଡରେ ମିଳିବ ଡିସ୍‌କାଉଣ୍ଟ-

ସେଲ୍‌ ସମୟରେ ଆକ୍ସିସ୍‌ ବ୍ୟାଙ୍କ୍‌ ସହ ଏଚ୍‌ଡିଏଫ୍‌ସି , ଆଇସିଆଇସି, ଏସ୍‌ବିଆଇ , ବଜାଜ ଫିନଜର୍ଭ କାର୍ଡ ଓ ଅନ୍ୟ ବଡ଼ବଡ଼ ବ୍ୟାଙ୍କର ଡେବିଟ୍‌ କାର୍ଡରେ ମଧ୍ୟ  ନୋ –କଷ୍ଟ ଇଏମ୍‌ଆଇ ଅଫର ଦିଆଯିବ । ଆକ୍ସିସ୍‌ ବ୍ୟାଙ୍କର କ୍ରେଡିଟ୍‌ ଓ ଡେଭିଟ୍‌ କାର୍ଡ ଓ ଇଏମ୍‌ଆଇ ଟ୍ରାଜାକ୍ସନ କରିବାରେ ୧୦ ପ୍ରତିଶତ ଇନଷ୍ଟାଣ୍ଟ ଡିସ୍‌କାଉଣ୍ଟ ମଧ୍ୟ ମିଳିବ ।

   ସମ୍ବନ୍ଧିତ ଖବର


ଭାରତ ବିସ୍ମୟ ବାଳକ- ବୟସ ମାତ୍ର ୪ ବଜାଉଛନ୍ତି ତାଳରେ ଢୋଲ:ଦେଖନ୍ତୁ ଶୁଣନ୍ତୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

କରୋନା ଭୟ, ମାସ୍କ ପିନ୍ଧି ଭୋଜିରେ ଖାଉଛନ୍ତି ବ୍ୟକ୍ତି- ଦେଖନ୍ତୁ ଭିଡିଓ

ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ମ୍ୟାଚ୍‌ ମଝିରେ ମ୍ୟାଚିଙ୍ଗ୍‌: ଅଷ୍ଟ୍ରେଲୀୟ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଲେ ଭାରତୀୟ ଯୁବକ, ଭିଡିଓ ଭାଇରାଲ..

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ