ହ୍ୟାପି ମଦର୍ସ ଡେ’ ଶାଶୂ ମା’ ….ମାତୃ ଦିବସରେ ବୋହୂର ଚିଠି

ଭୁବନେଶ୍ୱର ୧୦ / ୦୫ : ଫିଲ୍ମ ବା ଟିଭି ସିରିୟଲରେ ଆପଣ ଶାଶୂ-ବୋହୂ ସଂପର୍କକୁ ନେଇ ଅନେକ କାହାଣୀ ଦେଖିଥିବେ। ସେଥିରେ ଅଧିକାଂଶ ଶାଶୂ ମା’ଙ୍କୁ ଭିଲିୟନ ଭାବେ ପ୍ରଦର୍ଶିତ କରାଯାଇଥାଏ । କିନ୍ତୁ ବାସ୍ତବ ଲାଇଫ୍‌ରେ ଶାଶୂ ଓ ବୋହୂ ମଧ୍ୟରେ କେତେ ସ୍ନେହ ପ୍ରେମ ଥାଏ , ତାହା କେବେ ଦେଖିଛନ୍ତି ? କେବେ ଅନୁଭବ କରିଛନ୍ତି ଶାଶୂ-ବୋହୂ ନୁହେଁ , ମା-ଝିଅ ପରି କେତେ ମଧୁର ଓ ମହାନ ଏହି ସଂପର୍କ । ଆସନ୍ତୁ ତାହେଲେ ଜାଣିବା ଜଣେ ବୋହୂର ଚିଠିରୁ , ଯିଏ ନିଜ ଶାଶୂକୁ ଲେଖିଛନ୍ତି ଏଭଳି ସ୍ନେହ ପୂର୍ଣ୍ଣ ଚିଠି।   

… ମୋର ଲଭ୍‌ ମ୍ୟାରେଜ୍‌ ହୋଇଥିଲା। ଏଥିପାଇଁ ଶାଶୂ ଘରେ କେମିତି ଚଳିବି ତାକୁ ଭାବି ଚିନ୍ତିତ ଥିଲି। ସମସ୍ତେ ମୋତେ ଗ୍ରହଣ କରିବେ ନା ନାହିଁ । ଅନ୍ୟ ବୋହୂଙ୍କୁ ଯେମିତି ନିଜର କରିଛନ୍ତି ମୋତେ ସେମିତି ସ୍ନେହ ଦେବେ ନା ନାହିଁ , ଏହି ଆଶା ଆଶଙ୍କାରେ ମୁଁ ନିଜକୁ ତଉଲୁଥିଲି । ସମୟର ଅଛିଣ୍ଡା ଗଣିତ କଷୁଥିଲି। କିନ୍ତୁ ଏହି ସବୁ ଡ଼ର ପ୍ରଥମ ଭେଟରେ ମୋର ଉଭାନ ହୋଇଯାଇଥିଲା । ମୁଁ ଯାହା ଭାବି ବହୁତ ଡ଼ରି ଯାଇଯାଇଥିଲି , ସେମିତି କିଛି ଘଟିନଥିଲା । ପରିବାର ମୋତେ ଥରେ ଗ୍ରହଣ କରିନେଲେ ମାନେ, ହୃଦୟରୁ ଆପଣେଇ ସାରିଥିଲେ । ଜଣେ ନବବିବାହିତା ଝିଅ ପାଇଁ ଏହାଠୁ ବଡ଼ ଖୁସି କଣ ହୋଇପାରେ ।

ମୋ ଶାଶୂ  ମା’ ଘରର ନିୟମକୁ ନେଇ ଖୁବ୍‌ କଠୋର ଥିଲେ। ମୋ ସ୍ୱାମୀ ପ୍ରଥମରୁ ଏହାର କିଛି କିଛି ଆଭାସ କରିଥିଲେ ମୋତେ ।  କିନ୍ତୁ ସତରେ, ମୋତେ ତାଙ୍କ ସହ କିଛିବି  ଅସୁବିଧା ହୋଇନି । କାରଣ  ମୁଁ ତାଙ୍କର ପ୍ରତି ଗାଳି ଆକଟକୁ ହସି ହସି ସ୍ନେହ ଭାବି ଆପଣେଇ ନେଉଥିଲି । କିଛି ମଧ୍ୟ ଛୋଟ ବୋହୂ ହେବାର ଫାଇଦା ଅଛି , ଆଉ କିଛି ମୁଁ କୌଣସି କଥାକୁ ଧରି ବସୁନଥିଲି ।

କାମ ଯୋଗୁଁ ଏବେ ମୁଁ ନିଜର ଶଶ୍ୱର ଘର ଠାରୁ ଦୂରରେ , କିନ୍ତୁ  ମୋର ମନେପଡୁଛି ବିବାହ ପରେ ପ୍ରତି ଉତ୍ସବ ଓ ପର୍ବପର୍ବାଣୀ ପୂର୍ବରୁ ଶାଶୂ ମା’ ମୋତେ ସବୁ କିଛି କହୁଥିଲେ ଏବଂ ଯଦି ମୋର କେତେବେଳେ ଦେହ ଖରାପ ହେଉଥିଲା ତ ସେ ନିଜ ପୁଅକୁ  ତାଗିଦ୍‌ କରି ମୋର ଯତ୍ନ ନେବାକୁ କହୁଥିଲେ ।

ଆଉ ଯେତେବେଳେ ଶାଶୂଙ୍କର ଦେହ ଅସୁସ୍ଥ ହେଉଥିଲା ମୁଁ ମଧ୍ୟ ପୁରା ହକ୍‌ରେ ତାଙ୍କୁ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ତାଗିଦ୍‌ କରୁଥିଲି । କାରଣ  ସେ ନିଜକୁ କେବେ ଧ୍ୟାନ ଦେଉନଥିଲେ । ମୋର ଶାଶୂ ମା  ଜଣେ ଖୁବ୍‌ ଭଲ  ରୋଷେୟା ଏବଂ ତାଙ୍କର ନୂଆ ନୂଆ ଡିସେସ କରିବାରେ ବଡ଼ ସଉକ ଥାଏ । ମୋର କିନ୍ତୁ ଖାଇବାରେ ଭାରି ସଉକ ।

ସବୁ ସଂପର୍କରେ ସୁଖ ଦୁଃଖ ଓ କଳି ତର୍କ ଥାଏ । ଆମର ପରିବାରରେ ବି ଏମିତି ହୁଏ । କିନ୍ତୁ ମୋତେ ଯେତେ ସ୍ନେହ ଶ୍ରଦ୍ଧା ମିଳିଛି , ଏହାକୁ ଦେଖି ମୁଁ ଖାଲି ଏତିକି କହିବି – “ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ଶାଶୂ , ଆପଣଙ୍କୁ ଝିଅ ଭଳି ସ୍ନେହ ଦେବେ, ଆପଣଙ୍କୁ ବି ସେମିତି  ଏକ ଝିଅ ହୋଇ ତାଙ୍କୁ ମା’ ଟିଏ ଭାବି ସମ୍ମାନ ଦେବା ଉଚିତ୍ । ତାଙ୍କର ଗାଳି ଆକଟ ବି ସହିବାକୁ ହେବ । ଏଥିରେ ପ୍ରେମ ବଢ଼େ । ଆଉ ସଂପର୍କ ମଧୁର ହୁଏ ।

   ସମ୍ବନ୍ଧିତ ଖବର


ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଇଲେ ୩ ମାସ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ, ଏହି ରାଜ୍ୟରେ ନିୟମ ଲାଗୁ

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ

ହ୍ୱାଟସ୍‌ଆପ୍‌ ଓ୍ୱେବରେ ଆସୁଛି ଏହି ସବୁ ନୂଆ ଫିଚର

୯୧ ବର୍ଷୀୟ ବୃଦ୍ଧଙ୍କୁ ସଲାମ୍‌: ମାନବ ସମାଜର ସୁରକ୍ଷା ପାଇଁ କରୁଛନ୍ତି ଏହି କାମ୍, ଭିଡିଓ ଭାଇରାଲ

ଟ୍ରେନରେ ମିଳିବ ନାହିଁ ରନ୍ଧା ଖାଦ୍ୟ, ଜାଣନ୍ତୁ କ’ଣ ନୂଆ ପ୍ଲାନ୍‌ କରୁଛି ରେଳ ବିଭାଗ

ଆଜି ଜନ୍ମଦିନ: କ୍ରିକେଟ ଖେଳିବାକୁ ମନା କରିଥିଲେ ବାପା, ପୁଅ ହେଲା ଭାରତର ଷ୍ଟାର କ୍ରିକେଟର