
ମୁମ୍ୱାଇ – ସାତଜନ୍ମକୁ ସାଥି ହୋଇ ରହିବା ପାଇଁ ବାହାବେଦୀରେ ଅଗ୍ନିକୁ ସାକ୍ଷୀ ରଖି ଦୁଇ ମନ ଏକ ନୁହେଁ । ହୋମ ନିଆଁ, ମନ୍ତ୍ରପାଠ ଦେହ ମନ ପ୍ରାଣକୁ ପବିତ୍ର କରିଦିଏ । ଦୁହେଁ ଦୁହିଁଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ ହୁଅନ୍ତି । ଦୁନିଆ ତାଙ୍କୁ ପତିପତ୍ନୀର ମାନତ୍ୟ ଦିଏ । ଏଇଠୁ ଆରମ୍ଭ ହୁଏ ସଂସାର ପଥ , ଜୀବନ ଯାତ୍ରା । ହେଲେ କିଛି ଦିନ ପରେ ଯେତେବେଳେ ସେହି ସଂପର୍କ ବିଷ ପାଲଟି ଯାଏ । ନିଜର ବିଶ୍ୱାସୀ ମଣିଷଟି ଅବିଶ୍ୱାସୀ ହୋଇଯାଏ ?
ଗୁଗଲ ମ୍ୟାପ୍ ଦେଖି ଯାଉଥିଲେ – ଡ୍ୟାମ୍ ଭିତରେ ପଶିଗଲା କାର…ପହଁରି ନପାରି ଜୀବନ ହାରିଲେ ଚାଳକ
ଏମିତି ଏକ ଘଟଣା ଦେଶର ଇକୋନୋମିକ ରାଜଧାନୀ କୁହାଯାଉଥିବା ମୁମ୍ୱାଇରେ ଘଟିଛି । ଏକ ଲୋକଲ ଟ୍ରେନ୍ରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ନିଜର ପତ୍ନୀଙ୍କୁ ଚଳନ୍ତା ଟ୍ରେନ୍ରୁ ତଳକୁ ଠେଲି ଦେଇଥିଲେ । ଆଉ ମହିଳାଙ୍କର ହୋଇଥିଲା ମୃତ୍ୟୁ ହୋଇଥିଲା ।

ଜଣେ ପୁଲିସ୍ ଅଧିକାରୀ ଗୁରୁବାର ଦିନ ଏହି ସୂଚନା ଦେଇ କହିଥିଲେ କି ଏହି ଘଟଣା ସୋମବାର ଦ୍ୱିପ୍ରହର ଚେମ୍ୱୁର ଓ ଗୋୱଣ୍ଡି ରେଳୱେ ଷ୍ଟେସନର ମଧ୍ୟରେ ହୋଇଛି । ଏହାପରେ ବ୍ୟକ୍ତିଙ୍କୁ ଗିରଫ କରିନିଆ ଯାଇଛି । ଅଧିକାରୀ ଜଣଙ୍କ କହିଛନ୍ତି କି ମାନଖୁର୍ଦ ଅଞ୍ଚଳରେ ରହୁଥିବା ୩୧ ବର୍ଷିୟା ଅଭିଯୁକ୍ତ ଜଣେ ଶ୍ରମିକ ଏବଂ ତାଙ୍କର ୨୬ ବର୍ଷିୟା ମୃତ ପତ୍ନୀ ବି ଜଣେ ଶ୍ରମିକ ଥିଲେ । ୭୦ ବର୍ଷ ପରେ ସମୁଦ୍ରରୁ ବାହାରିଲା ୧୪ ବିଲିୟନ ଟଙ୍କାର ଭାରତୀୟ ସମ୍ପତ୍ତି ! ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବୁଡ଼ି ଯାଇଥିଲା ଏହି ଜାହାଜ
ଅଧିକାରୀଙ୍କ ସୂଚନା ମୁତାବକ ,ଦୁହିଁଙ୍କର ବିବାହ ଦୁଇ ମାସ ପୂର୍ବେ ହୋଇଥିଲା । ସରକାରୀ ରେଲୱେ ପୁଲିସ୍ ( ଜିଆରପି)ର ଜଣେ ଅଧିକାରୀ କହିଥିଲେ କି ଉଭୟ ସୋମବାର ଦିନ ନିଜର ୭ବର୍ଷିୟା ଝିଅକୁ ନେଇ ଟ୍ରେନ୍ରେ ଯାତ୍ରା କରୁଥିଲେ । ମୃତ ମହିଳାଙ୍କର ଏହା ଦ୍ୱିତୀୟ ବିବାହ ଥିଲା । ଏହି ଝିଅଟି ମହିଳାଙ୍କର ପ୍ରଥମ ବିବାହରେ ଜନ୍ମ ହୋଇଥିଲା । ମହିଳା ଜଣଙ୍କ ଟ୍ରେନ୍ର ଏକ ବଗିର ଡୋର ପାଖରେ ଛିଡ଼ା ହୋଇଥିଲେ । ସେ ବାହାରକୁ ଅନେଇ ଥିଲେ । ସେତିକି ବେଳେ ତାଙ୍କର ସ୍ୱାମୀ ତାଙ୍କୁ ଧରି ତଳକୁ ଠେଲି ଦେଇଥିଲେ । ଏହାପରେ ସେ ରେଳ ଧାରଣାରେ ପଡ଼ିଯାଇଥିଲେ। ଯେତେବେଳେ ଟ୍ରେନ୍ ଗୋୱଣ୍ଡି ଷ୍ଟେସନରେ ରହିଲା , ସେହି ଡ଼ବାରୁ ଜଣେ ମହିଳା ଓହ୍ଲାଇ ରେଲୱେ ପୁଲିସ୍କୁ ଏହି ଘଟଣାର ସୂଚନା ଦେଇଥିଲେ। ଡ଼ଙ୍ଗା ବୁଡ଼ିବା ପୂର୍ବରୁ ଡ୍ୟାନ୍ସ କରୁଥିଲେ ମହିଳାମାନେ , ସାମନାକୁ ଆସିଲା ଭାଇରାଲ ଭିଡ଼ିଓ

ଜିଆର୍ପି ଅଧିକାରୀ କହିଛନ୍ତି , ପୁଲିସ ଅଭିଯୁକ୍ତକୁ ଧରି ଘଟଣା ସ୍ଥଳକୁ ନେଇଥିଲା , ସେଠାରେ ତାଙ୍କର ପତ୍ନୀ ଆହତ ଅବସ୍ଥାରେ ଚେତା ହରାଇ ପଡ଼ିଥିଲେ । ପୀଡ଼ିତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।
ଉକ୍ତ ଘଟଣାରେ ପୁଲିସ୍ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି ଅଭିଯୁକ୍ତ ଘଟଣା ଶମୟରେ ନିଶାରେ ଥିଲା । ମୃତ ମହିଳାଙ୍କର ଝିଅକୁ ତାଙ୍କର ସଂପର୍କୀୟଙ୍କ ଦାୟିତ୍ୱରେ ଦିଆଯାଇଛି ।