ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ସରଗୁଜା – ଜଣେ ପତ୍ନୀ ନିଜର ପତି ବିରୋଧରେ ଥାନାକୁ ଯାଇଛନ୍ତି । କାରଣ ତାଙ୍କର ପତି ତାଙ୍କୁ ଇସ୍‌ଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଛନ୍ତି । ଆଉ ମନା କଲେ ନାନା ନିର୍ଯାତନା ଦେଉଛନ୍ତି । ଘଟଣାଟି ଛତିଶଗଡ଼ର ସରଗୁଜା ଜିଲ୍ଲାରୁ ସାମନାକୁ ଆସିଛି।

ନାବାଳିକାଙ୍କୁ ନିଜ ଘରେ ଦୁଷ୍କର୍ମ – ଅଭିଯୁକ୍ତ ଫେରାର

ସୂଚନା ମୁତାବକ , ଅମ୍ୱିକାପୁର ନିବାସୀ ମଧୁମିତା ବିଶ୍ୱାସଙ୍କର କହିବା ହେଲା  ତାଙ୍କର ପତି  ଅମିତା ବିଶ୍ୱାସ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଛନ୍ତି । ଆଉ ଇସ୍‌ଲାମ ଧର୍ମ ନେବାକୁ ଚାହୁଁଛନ୍ତି । ବିରୋଧ କରିବାରୁ ତାଙ୍କୁ ଅକଥନୀୟ ଯନ୍ତ୍ରଣା ଦେଉଛନ୍ତି । ମଧୁମିତା କହିଛନ୍ତି ତାଙ୍କ ପତି କେବେ ଇସଲାମ  ଆପଣେଇଲେ ତାଙ୍କୁ ଜଣାନାହିଁ । ତାଙ୍କ ପୁଅର ଜନ୍ମ ପରେ ସେ ଝିଅର ନାଁ ମୁସଲିମ୍‌ ଧର୍ମ ଆଧାରରେ ରଖିବାକୁ ଚାହିଁଲେ । ଯେବେ ସେ ଏହି କଥାକୁ ବିରୋଧ କଲେ , ସେତେବେଳେ ଅମିତ ତାଙ୍କୁ କହିଥିଲେ କି ସେ ଇସଲାମ୍‌କୁ ଆପଣେଇ ସାରିଛନ୍ତି । ଆଉ ଏହି ଧର୍ମର ପ୍ରଚାର କରୁଛନ୍ତି ।

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ -ବାଂଲାଦେଶ ଓ ରୁଷ୍‌ରୁ ଆଣୁଥିଲା ଯୁବତୀଙ୍କୁ

ମଧୁମିତାଙ୍କ କହିବାନୁସାରେ ,ତାଙ୍କର ଜଣେ ୧୪ ବର୍ଷିୟ ପୁଅ ମଧ୍ୟ ଅଛି । ତାଙ୍କ ନାଁ ତନିଶ ଏବଂ  ସ୍ୱାମୀ ଅମିତ ମଧ୍ୟ ଏହି ପୁଅକୁ ବାଧ୍ୟ କରାଉଛନ୍ତି । ମଧୁମିତା କହିଛନ୍ତି, ଅମିତ ତାଙ୍କୁ ଘରୁ ହିନ୍ଦୁ ଦେବାଦେବୀଙ୍କ ଫଟୋ ହଟାଇବାକୁ ବାଧ୍ୟ କରୁଛନ୍ତି । ଏମିତି ନକଲେ ଅମିତ ତାଙ୍କୁ ମାଡ଼ପିଟି କରିବାକୁ ପଛାଉ ନାହାନ୍ତି । ସେ ୧୯ ନଭେମ୍ୱର ୨୦୨୦ରେ ଘରେ ଗ୍ୟାସ୍‌ ପାଇପ୍‌ ଲାଇନ୍‌ କାଟି ଜୀବନରେ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ ।

ମଧୁମିତା ନିଜର ପତିଙ୍କ ଉପରେ ମୁସଲିମ୍‌ ଯୁବତୀଙ୍କ ସହ ଅବୈଧ ସମ୍ୱନ୍ଧ ରଖିବାର ଅଭିଯୋଗ ମଧ୍ୟ ଲଗେଇଛନ୍ତି। ତାଙ୍କର କହିବା ହେଲା ତାଙ୍କ ସ୍ୱାମୀ ଇସଲାମ ଧର୍ମର ଅନୁଗାମୀ ହେବା ପରେ ଗୁପ୍ତରେ ତାଙ୍କ ସହ ବିବାହ କରିଛନ୍ତି । ଏହି ବିଷୟରେ ମଧୁମିତା ଭୋପାଳର ସୁଖି ସେୱାନିଆ ଥାନାରେ ଏତଲା ଦେଇ ମାମଲା ରୁଜୁ କରିବାକୁ ଦାବି କରିଥିଲେ।