କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

ହାଇଦ୍ରାବାଦ – ଭାରତ ସରକାରଙ୍କର ସଂସ୍ଥା ସେଣ୍ଟର ଫର ସେଲ୍ୟୁଲର ଆଣ୍ଡ ମଲିକ୍ୟୁଲର ବାୟୋଲଜି ଅର୍ଥାତ୍‌ ସିସିଏମବି ସହ ମିଶି ହାଇଦ୍ରାବାଦର ଏକ ଷ୍ଟାର୍ଟ ଅପ୍‌ କମ୍ପାନୀ କ୍ଲୋନ୍‌ ଡିଲ୍ସ କରୋନଏଡ ନାମକ ଏକ ହର୍ବଲ ଇମ୍ୟୁନିଟି ବୁଷ୍ଟର ଲଞ୍ଚ କରିଛନ୍ତି । ହିମାଳୟର ପାହାଡିଆ ଅଞ୍ଚଳରେ ମିଳୁଥିବା ଏହି ଔଷଧୀୟ ଛତୁରୁ ଏହାକୁ ତିଆରି କରାଯାଇଛି । ସିସିଏମ୍‌ବିର ଅଟଳ ଇନକ୍ୟୁବେଶନ ସେଣ୍ଟରରେ ଏହି ଇମ୍ୟୁନିଟି ବୁଷ୍ଟରକୁ ସଫଳ ଲ୍ୟାବ୍‌ ଟ୍ରାଏଲ  କରାଯାଇଛି ।

ଏହି ଔଷଧର ହ୍ୟୁମନ ଟ୍ରାଏଲ ଦେଶର ଭିନ୍ନ ଭିନ୍ନ ହସ୍ପିଟାଲରେ ଏମ୍ସ ନାଗପୁର, ଏମ୍ସ ଭୋପଳ ଓ ଏମ୍‌ଜିଏମ ନଭି ମୁମ୍ୱାଇରେ ହେଉଛି । ଯଦି ସବୁକିଛି ଠିକ୍‌ ରହିଲା ତ ଡିସେମ୍ୱର ସୁଦ୍ଧା ଏହି ଔଷଧକୁ ସରକାରଙ୍କର ମାନ୍ୟତା ମିଳିଯିବ ଏବଂ ଏହି ଔଷଧ ବଜାରରେ ଉପଲବ୍ଧ ହୋଇଯିବ ।

ବୈଜ୍ଞାନିକମାନେ କହିଛନ୍ତ କି  ଲ୍ୟାବ୍‌ରେ କଲଚର କରାଯାଇଥିବା କରୋନା ଭାଇରସ୍‌ ଉପରେ କରୋନଏଡ୍‌ ବହୁତ ପ୍ରଭାବୀ କାମ କରିଛି । ହିମାଳୟର ପାହାଡ଼ିଆ ଅଞ୍ଚଳରେ ଖାସ୍‌ ଛତୁ  କେବଳ ୨ ମାସ ପାଇଁ ହୋଇଥାଏ ଏବଂ ଏଥିରେ ଥିବା  ଆଣ୍ଟି  ଅକ୍ସିଡେଣ୍ଟ ତତ୍ତ୍ୱ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ ।

ଏହି ଇମ୍ୟୁନିଟି ବୁଷ୍ଟରକୁ କରିବା ପାଇଁ  ଅଟଳ ଇନକ୍ୟୁବେଶନ ସେଣ୍ଟର  ସହ ମିଶି କାମ କରୁଥିବା ହାଇଦ୍ରାବାଦର ଷ୍ଟାର୍ଟ ଅପ୍‌ କମ୍ପାନୀ କ୍ଲୋନ୍‌ ଡିଲ୍ସର ସିଓଓ ଅତିକ ପଟେଲ କହିଛନ୍ତି କି କରୋନଏଡ୍‌ ରେ ଛତୁ ର କୋର୍ଡିସ୍ପାଇନ୍‌ ଓ ହଳଦୀରୁ କରକ୍ୟୁମିନ୍‌ର ଏକ୍ସଟ୍ରେକ୍ଟ ରହିଛି । ଯାହା କରୋନା ଭାଇରସ ସହ ଲଢିବା ରେ ବହୁତ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ ।

 

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍