ବାଲକୋନୀର ପ୍ରେମରୁ ସାତ ଜନମର ସାଥୀ ….ଚର୍ଚ୍ଚାରେ ଏହି ରୋମିଓ-ଜୁଲିଏଟ୍

ଭେରୋନା – ପ୍ରେମ କେତେବେଳେ , ଆଉ କେମିତି ହୁଏ କେହି ଏହା କହିପାରିବେ ନାହିଁ । ସେଥିପାଇଁ କୁହାଯାଏ ପ୍ରେମ ଏକ ଅଦ୍ଭୂତ ଶୀହରଣ । ତାର ପରିଚୟ ସ୍ୱତନ୍ତ୍ର । ଯାହା ଅବର୍ଣ୍ଣନୀୟ । ଏମିତି ଏକ ପ୍ରେମ ଏବେ ଚର୍ଚ୍ଚାରେ ,ଯାହାକୁ ଲୋକେ ଏ ଯୁଗର ରୋମିଓ-ଜୁଲିଏଟ୍‌ ବୋଲି କହୁଛନ୍ତି । କରୋନା ଲକ୍‌ଡାଉନ୍‌ରେ ଇଟାଲିଆନ୍‌ ଦମ୍ପତିଙ୍କ ଏହି ପ୍ରେମ ସାର୍ଥକ ଲଭିଛି ।

ବାଲକୋନୀରେ  ଆରମ୍ଭ ହୋଇଛି ଏହି ପ୍ରେମ। ସେକସ୍ପିୟରଙ୍କ ଗଳ୍ପ ଷ୍ଟାଇଲ୍‌ରେ ଏହି ରୋମାଣ୍ଟିକ୍‌ କାହାଣୀ ଆରମ୍ଭ ହେଉଛି ଦୁଇ ପ୍ରେମୀଙ୍କ ମଧ୍ୟରେ । କିନ୍ତୁ ସେହି ସେହି ରୋମିଓ –ଜୁଲିଏଟ୍‌ଙ୍କ ପ୍ରେମ କାହାଣୀ ଭଳି ଏହି ରୋମିଓ-ଜୁଲିଏଟ୍‌ଙ୍କର  ଦୁଃଖଦ ଶେଷ ହୋଇନି । ଏହା ସୁଖଦପୂର୍ଣ୍ଣ ଭାବେ ଆଗେଇଛି । ଇଟାଲୀର ଭେରୋନା ସହରରେ ଗୋଟିଏ ଆପାର୍ଟମେଣ୍ଟରେ ରହୁଥିବା ଏକ ବାଲକୋନୀରେ ସେମାନଙ୍କର ଆଖି ସହ ଆଖି ମିଶୁଛି । କରୋନା ଲକ୍‌ଡାଉନ୍‌ ସମୟରେ ଘରେ ଥିବା ବେଳେ ପରସ୍ପରଙ୍କର ଦେଖା ହେଉଛି  ଏହି ରୋମିଓ –ଜୁଲିଏଟଙ୍କର ।

ଆପାର୍ଟମେଣ୍ଟର ୬ଷ୍ଠ ଫ୍ଲୋରରେ ରହୁଥିଲେ ପାଓଲା ଆଗ୍ନେଲି (୪୦) ଓ ୭ମ ଫ୍ଲୋରରେ ରହୁଥିଲେ ମାଇକେଲ ଡି ଆଲପାଓସ (୩୮) । ମାର୍ଚ୍ଚର ମଧ୍ୟ ଭାଗରେ ଯେତେବେଳେ ପାଓଲା ଆଗ୍ନେଲି ନିଜ ବାଲକୋନୀରେ ଚାଲୁଥିଲେ , ସେହି ରାତିରେ ତାଙ୍କର ନଜର ପଡ଼ିଥିଲା ଡି ଆଲପାଓଙ୍କ ଉପରେ । ସେ ତାଙ୍କର ଛାତ ଉପରେ ବସିଥିଲେ । ଆଉ ପ୍ରଥମ  ଦେଖାରେ ସେ ମନ ଦେଇ ବସିଥିଲେ। ସେପଟେ ଆଗ୍ନେଲି ଙ୍କର ସୁନ୍ଦର ହସରେ ମୋହିତ ହୋଇଯାଇଥିଲେ ଆଲପାଓ ବୋଲି ସେ କୁହନ୍ତି । ସେଦିନ ସେହି ପ୍ରଥମ ଆଖି ସହ ଆଖିର ମିଳନ ସେମାନଙ୍କୁ ଏକ ନିଆର ଆକର୍ଷଣରେ ବାନ୍ଧିଥିଲା । ସେମାନଙ୍କର ଏକଲା ପଣକୁ ଚୋରିକଲା ପ୍ରୀତି ।

ଆଗ୍ନେଲି କୁହନ୍ତୁ ଏହା ବୋଧେ ଇଶ୍ୱରଙ୍କର ଉଦ୍ଦେଶ୍ୟ ଥିଲା ଏମିତି ହେବାର। କାରଣ ସେହି ଏକା ଆପାର୍ଟମେମ୍ଟରେ ସେ ୫ ବର୍ଷ ବୟରୁ ରହିଆସିଛନ୍ତି , ହେଲେ କେବେ ବି ଆଲପାଓଙ୍କୁ ଦେଖିନଥିଲେ କି ଜାଣିଥିଲେ। କିନ୍ତୁ ପାଖାପାଖି ବିପରୀତ ଘରେ ରହୁଥିଲେ ।

ସେଦିନ ବାଲକୋନୀର ଦେଖା ସାକ୍ଷାତ୍‌ରେ ଆଗ୍ନେଲି ଖୁବ୍‌ ପସନ୍ଦ କରିଥିଲେ ଡି ଆଲପାଓସଙ୍କୁ । ଏହାପରେ ସୋସିଆଲ୍‌ ସାଇଟ୍‌ ଇନଷ୍ଟାଗ୍ରାମରେ ଆରମ୍ଭ ହେଲା ସଂପର୍କର ପର୍ବ । ପରସ୍ପରର ମନ କଥା ସେୟାର କଲେ ମେସେଜ୍‌ ଜରିଆରେ । ତାପରେ ଆରମ୍ଭ ହେବା ଫୋନ୍‌ରେ କଥାବାର୍ତ୍ତା । ସବୁ ପ୍ରେମୀ ଯୁଗଳଙ୍କ ପରି ସେମାନେ ବି ରାତି ରାତି କଥାବାର୍ତ୍ତାରେ ବିତେଇଲେ । ସମୟ କେତେବେଳେ ଯାଉଥିଲେ ସେମାନେ ଜାଣୁନଥିଲେ। ଦୂରରେ ଥାଇ ସେମାନେ ପରସ୍ପରକୁ ଜାଣିଲେ ,ଚିହ୍ନିଲେ , ଆଉ ଅନୁଭବ କଲେ ହୃଦୟର କଥାକୁ। ମଧୁର ହେଲା  ପ୍ରେମ ।

ଆଗ୍ନେଲି ବୃତ୍ତିରେ ଜଣେ ଓକିଲ ଥିବା ବେଳେ , ଡି ଆଲପାଓସ୍ କମ୍ପୁଟର କାମ କରୁଥିଲେ । ବହୁତ ଭଲ ହୃଦୟର ମଣିଷ ଥିଲେ ଡି ଆଲପାଓସ୍‌ ବୋଲି ଆଗ୍ନେଲି କୁହନ୍ତି। ମେ ମାସରେ ଏହି ପ୍ରେମୀ ଯୁଗଳ ଏକ ସ୍ଥାନୀୟ ପାର୍କରେ ପ୍ରଥମଥର ଦେଖାସାକ୍ଷାତ ହେଲେ । ପରସ୍ପରର ମୁହଁରୁ ମାସ୍କ ବାହାର କରି ପରସ୍ପରକୁ ପ୍ରୀତିର ଚୁମ୍ୱନ ଦେଲେ ।  ଦୁଇ  ତୁଷାର୍ତ୍ତ ଓଠ ପ୍ରଥମ ଥର ଅନୁଭବ କଲେ ପ୍ରେମର ମିଠା। ମେଣ୍ଟିଗଲା ମନର ଭୋକ ଓ ଶୋଷ ।

ଜୁଲାଇରେ  ପରସ୍ପରର ପରିବାରୁ ଜଣାଇଲେ ସେମାନେ। ଦୁହେଁ ବାକି ଜୀବନ ସାଥି ହୋଇ ଏକାଠି ରହିବାକୁ ପରିବାର ସହ କଥା ହେଲେ ।  ବର୍ତ୍ତମାନ ଏହି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଆଉ ଯେଉଁ ଛାତରେ ତାଙ୍କର ଦେଖା ହୋଇଥିଲା ସେହିଠାରେ ତାଙ୍କର ବିବାହ ଉତ୍ସବ ହେବ ବୋଲି ସେ ସ୍ୱପ୍ନ ଦେଖିଥିଲେ ବୋଲି ଡି ଆଲପାଓ କହିଥିଲେ।

ଲକ୍‌ ଡାଉନ୍‌ର ଏହି ପ୍ରେମ ଯେତେବେଳେ ସାମନାକୁ ଆସିଲା , ଲୋକେ ସେମାନଙ୍କୁ ରୋମିଓ-ଜୁଲିଏଟ୍‌ କହିବାକୁ ଲାଗିଲେ। ସୋସିଆଲ ମିଡ଼ିଆରେ ତାଙ୍କ ପ୍ରେମକୁ ମିଳିଲା ଅନେକ ପ୍ରଶଂସା। ସେକସ୍ପିୟରଙ୍କ ଲୋକପ୍ରିୟ କାହାଣୀ ପରି ଏହି ପ୍ରେମ ଭେରୋନା ସହରରେ ଆରମ୍ଭ ହୋଇଥିଲା । କିନ୍ତୁ ଏହା ସେହି କାହାଣୀର ଶେଷ ଭାଗଠାରୁ ଥିଲା ଭିନ୍ନ ଓ ମଧୁର ।

ଏହାସହ ମଧ୍ୟ ପଢ଼ିପାରିବେ –୧୦ବର୍ଷିୟା ବାଳିକାଙ୍କ ମହାନତାକୁ ସଲାମ – ନିଜର ୩୧ଇଞ୍ଚ ଲମ୍ୱ କେଶକୁ କାଟି କଲେ ଏମିତି କାମ

   ସମ୍ବନ୍ଧିତ ଖବର


କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ପରମ୍ପରା ଅନେକ ପୂଜା ଏକ

ମା’ ଦୁର୍ଗାଙ୍କ ପ୍ରିୟ ଫୁଲ – ଏହି ଫୁଲ ପ୍ରଦାନ କଲେ ହୋଇଥାଏ ମନୋସ୍କାମନା ପୂରଣ

ବିହାର ନିର୍ବାଚନୀ ପ୍ରତିଶ୍ରୁତିରେ କରୋନା ଭାକ୍‌ସିନ୍‌ – ମାଗଣାରେ ଲୋକଙ୍କୁ କୋଭିଡ୍‌-୧୯ ଟିକା ମିଳିବା ନେଇ ସ୍ପଷ୍ଟ କଲେ ନିର୍ମଳା ସୀତାରମଣ

ନେପାଳର କୁମାରୀ ଦେବୀଙ୍କ ରହସ୍ୟମୟ ଜୀବନ

କୁମାରୀ ଦେବୀ