୯ ମାସ ହେଲା ଗାଏବ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ : ଏମିତି ଚାଲିଛି ଗୁଜବ !

ପ୍ୟୋଙ୍ଗୟାଙ୍ଗ୍ – ଉତ୍ତର କୋରିଆର ଡିକ୍ଟେଟର କିମ୍‌ଜୋଙ୍ଗ୍‌ ଉନ୍‌ଙ୍କର ପତ୍ନୀ ରୀ ସୋଲ ଜୁ ଗତ ୯ମାସ ହେଲା ସାର୍ବଜନିକ ରୂପେ ନଜର ଆସୁନାହାନ୍ତି । ଏହି ଭିତରେ ଏମିତି ବି ଅନୁମାନ କରାଯାଉଛି କି  ନିଜେ କିମ୍‌ ନିଜ ପତ୍ନୀଙ୍କୁ ଗାଏବ କରିଦେଇଛନ୍ତି । ପଶ୍ଚିମୀ  ମିଡ଼ିଆର କିଛି  ଖବର ମୁତବାକ ,  କିମ୍‌ଙ୍କର ପତ୍ନୀ ରୀ’ଙ୍କର ସ୍ୱାସ୍ଥ୍ୟ ଗତ କିଛି ମାସରୁ ଖରାପ ହୋଇଛି । ଆଉ ଏ ଭିତରେ  କରୋନା ଭାଇରସ୍‌ର ବିପଦ ଥିବାରୁ ତାଙ୍କୁ କୁଆଡ଼େ ବି ଯାତ୍ରା କରିବା ବର୍ତ୍ତମାନ ପାଇଁ ବନ୍ଦ ହୋଇଯାଇଛି । ସୂଚନା ଯେ , କିଛି ମାସ ପୂର୍ବରୁ କିନ୍‌ ଜୋଙ୍ଗ ଉନ୍‌ଙ୍କ ବିଷୟରେ ବି ଏମିତି କଥା ସବୁ ଉଠିଥିଲା ।

ବ୍ରିଟିଶ୍‌ ମିଡ଼ିଆର ଏକ ଖବର ମୁତାବିକ୍‌ , କିମ୍‌ ଜୋଙ୍ଗ ଉନ୍‌ଙ୍କର ପତ୍ନୀଙ୍କୁ ଶେଷ ଥର ପାଇଁ ଜାନୁୟାରୀ ୨୦୨୦ରେ ଦେଖିବାକୁ ମିଳିଥିଲା । ଏହି ମୁତାବିକ୍‌ ସେ ୨୫ ଜାନୁୟାରୀରେ ନିଜର ପତିଙ୍କ ସହ ନଜର ଆସିଥିଲେ । ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗ୍‌ରେ ଲୁନର ନ୍ୟୁ ଇୟର ପାଳନ ସମୟରେ ରୀ ସୋଲ୍‌ ଜୁ ନିଜ ପତି କିମ୍‌ ଜୋଙ୍ଗ ଉନ୍‌ଙ୍କ ପାଖରେ ବସିଥିବାର ନଜର ଆସିଥିଲେ । ଏହାପରେ ୯ମାସର ସମୟ ବିତି ସାରିଛି , ହେଲେ ସେ ସାର୍ବଜନିକ ସ୍ତରରେ ନଜର ଆସିନଥିଲେ । କେବଳ ଏତିକି ନୁହେଁ ,  ସେ ୧୦ ଅକ୍ଟୋବରରେ ପ୍ୟୋଙ୍ଗୟାଙ୍ଗରେ ହୋଇଥିବା ବଡ଼ ଧରଣର  ମିଲିଟ୍ରୀ ପ୍ୟାରେଡ୍‌ରେ ମଧ୍ୟ ନଜର ଆସିନଥିଲେ , କିନ୍ତୁ ଏଥିରେ ସେ ପ୍ରତିବର୍ଷ  ନିଜର ସ୍ୱାମୀଙ୍କ ସହ ସାମିଲ ହେଉଥିଲେ ।

କିମ୍‌ ଜୋଙ୍ଗ ଉନ୍‌ଙ୍କର ପତ୍ନୀଙ୍କୁ ନେଇ ଦୁନିଆରେ ୩ ପ୍ରକାରର ଅଟକଳ ପ୍ରଚାରିତ ହେଉଛି । ପ୍ରଥମଟି ହେଲା କିମ୍‌ଙ୍କର ପତ୍ନୀ କୌଣସି ପ୍ରକାରର ସ୍ୱାସ୍ଥ୍ୟ  ସମସ୍ୟାରେ ପୀଡ଼ିତ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି । ୨ୟ ଅଟକଳଟି ହେଲା କିମ୍‌ ଜୋଙ୍ଗ ଉନ୍‌ଙ୍କର ଖୁଡ଼ୀ କିମ୍‌ କ୍ୟୁଙ୍ଗ୍‌ –ହୁଇଙ୍କର ସ୍ୱାସ୍ଥ୍ୟ ଏହି ସମୟରେ ବହୁତ ଖରାପ ଏବଂ ରୀ ସୋଲ ଜୁ ତାଙ୍କର  ସେବା କରିବାରେ ବ୍ୟସ୍ତ । ୩ୟ ଅଟକଳଟି ହେଉଛି ରୀ ସୋଲ ଜୁ ନିଜ ଝିଅର ପାଠପଢ଼ାରେ ଫୋକସ କରୁଛନ୍ତି । କହିରଖୁଛି କି କିମ୍‌ଙ୍କର ଝିଅ ବର୍ତ୍ତମାନ ସ୍କୁଲ୍‌ ଶିକ୍ଷା ଆରମ୍ଭ କରିଛନ୍ତି ।