ଶେଷରେ କାହଁକି ବିକ୍ରି କରିବାକୁ ପଡ଼ିଲା ବିଗ୍‌ ବଜାର ? ଏବେ ନିଜେ କିଶୋର ବିୟାନୀ କହିଲେ ଏହାର କାରଣ –

ନୂଆଦିଲ୍ଲୀ –ରିଟେଲ୍‌ର କିଙ୍ଗ୍‌ କହିଲେ ନିଜ ବ୍ୟବସାୟର କିଣାବିକା କଥା । ଯେଉଁ କଥା ଜାଣିବାକୁ ଦେଶର ଲୋକଙ୍କ ମନରେ ଉତ୍କଣ୍ଠା ରହିଥିଲା । ରିଟେଲ୍‌ର କିଙ୍ଗ୍‌ ଭାବେ ଜଣାଶୁଣା କିଶୋର ବିୟାନୀ ଅଗଷ୍ଟରେ ଫ୍ୟୁଚର ଗ୍ରୁପ୍‌ର ରିଟେଲ୍‌ , ହୋଲସେଲ ଲଜିଷ୍ଟିକ୍ସ ଓ ୱେୟାରହାଉସ୍‌ ବିଜନେସ୍‌କୁ ୨୪,୭୧୩ କୋଟି ଟଙ୍କାରେ ମୁକେଶ ଅମ୍ୱାନୀଙ୍କ ହାତରେ ବିକ୍ରି କରି ଦେଇଥିଲେ । ରିଟେଲ ସେଗମେଣ୍ଟରେ ବିଗ୍‌ ବଜାରର ବଡ଼ ନାମ ରହିଛି। ଯାହାଉପରେ ଏବେ ମୁକେଶ ଅମ୍ୱାନୀଙ୍କ ଅଧିକାର ହୋଇଯାଇଛି । ଏବେ ନିଜେ କିଶୋର ବିୟାନୀ କହିଛନ୍ତି କେଉଁ କାରଣ ପାଇଁ ତାଙ୍କୁ ନିଜର  ବ୍ୟବସାୟକୁ ବିକ୍ରି କରିବାକୁ ପଡ଼ିଲା ।

संकट की वजह

ବାସ୍ତବିକ୍‌ କଥା ହେଲା , ୨୦୧୯ ମସିହାର ପୂର୍ବରୁ କିଶୋର ବିୟାନୀଙ୍କର ବ୍ୟବସାୟ ଖୁବ୍‌ ଦୃତ ଗତିରେ ଚାଲିଥିଲା। ହେଲେ ,ଏହି ବର୍ଷର ଆରମ୍ଭରେ କିଶୋର ବିୟାନୀଙ୍କର ଫ୍ୟୁଚର ଗ୍ରୁପ୍‌ ଆର୍ଥିକ ସଙ୍କଟରେ ପଡ଼ିଥିଲା । ଏବେ କିଶୋର ବିୟାନୀ କହିଛନ୍ତି କି, କରୋନା ସଙ୍କଟ କାରଣରୁ ଘରୋଇ ରିଟେଲ୍‌ ଷ୍ଟୋର  ବନ୍ଦ ଥିଲା , ଯେଉଁ କାରଣରୁ ୩-୪ ମାସରେ ପାଖାପାଖି ୭,୦୦୦କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିଲା ଏବଂ ଯେଉଁଥି ପାଇଁ ନିଜର କାରବାରକୁ  ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌କୁ ବିକିବାକୁ ପଡ଼ିଲା।

ସେ କହିଛନ୍ତି କି , ଷ୍ଟୋର ବନ୍ଦ ହେବା  କାରଣରୁ ସବୁଠୁ ବଡ଼ ସମସ୍ୟା ଭଡ଼ା ଦେବାକୁ ନେଇ ନଥିଲା , ବ୍ୟାଙ୍କରୁ ଆଣିଥିବା ଲୋନ୍‌ର ସୁଧ ଥିଲା ।

କହିରଖୁଛି କି , ଚଳିତ ବର୍ଷର ଆରମ୍ଭରେ  କିଶୋର  ବିୟାନୀ ଯେବେ ଫ୍ୟୁଚର ରିଟେଲର କରଜକୁ ଭରିବାରେ ଅସଫଳ ହେଲେ,  ବ୍ୟାଙ୍କ କମ୍ପାନୀର ବନ୍ଧକ ରଖିଥିବା ସେୟାରକୁ ଜବତ କରିନେଇଥିଲା।

बेचने के अलावा दूसरा उपाय नहीं

ଫିଗନୀଟେଲ୍‌ ରିଟେଲ କନଭେସନରେ କିଶୋର  ବିୟାନୀ କହିଛନ୍ତି କି କରୋନା ସଙ୍କଟର ଆରମ୍ଭ ୩-୪ ମାସରେ ଆମେ ପାଖାପାଖି ୭୦୦୦ କୋଟିର ରାଜସ୍ୱ  ହରାଇଥିଲୁ । ଏଥିପାଇଁ ଲୋନ୍‌ରେ ଆସୁଥିବା ସୁଧ ସବୁଠୁ ଅଧିକ ଅସୁବିଧାରେ ପକାଇଥିଲା ।

କିଶୋର  ବିୟାନୀ କହିଛନ୍ତି ଗତ ୬-୭ ବର୍ଷରେ ବହୁତ କିଛି ଅର୍ଥ ଅଧିଗ୍ରହଣ କରିଥିଲି , କିନ୍ତୁ  କରୋନା ସଙ୍କଟ ସମୟରେ ମୋତେ ଲାଗିଲା କି ଏବେ ବ୍ୟବସାୟରୁ ବାହାରକୁ ବାହାରିବା ଛଡ଼ା ଆଉ କିଛି ରାସ୍ତା ନାହିଁ ।

साड़ियों के कारोबार से बिग बाजार तक

ଉଲ୍ଲେଖନୀୟ ଯେ, ଶାଢ଼ୀ  ବ୍ୟବସାୟରୁ ବିଗ୍‌ ବଜାର ଯାଏ ଯାତ୍ରା କରିଥିବା  ମାରୱାଡି ପରିବାରରେ ଜନ୍ମିତ  କିଶୋର ବିୟାନୀ ୧୯୮୭ରେ ପେଣ୍ଟାଲୁନ୍‌ ଆରମ୍ଭ କରିଥିଲେ । ଆର୍ଥିକ ଅଭାବ କାରଣରୁ ସେ ଏହି ବ୍ୟବସାୟକୁ ୨୦୧୨ରେ ଆଦିତ୍ୟ ବିର୍ଲା ଗ୍ରୁପ୍‌କୁ ବିକି ଦେଇଥିଲେ । ପେଣ୍ଟାଲୁନ୍‌ ଓ ବିଗ୍‌ ବଜାରର ଆରମ୍ଭର  ବିୟାନୀ କୋଲକତାରୁ ଆରମ୍ଭ କରିଥିଲେ । କିଶୋର ବିୟାନୀ ନିଜର ବ୍ୟବସାୟର ଆରମ୍ଭ ୧୯୮୭ରେ କରିଥିଲେ । ତାଙ୍କର ପ୍ରଥମ କମ୍ପାନୀ ମେନ୍ସ ୱେୟର ଥିଲା ।

   ସମ୍ବନ୍ଧିତ ଖବର


କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

ଝିଟିପିଟିର ଦାମ୍‌ ୫୫ଲକ୍ଷ ଟଙ୍କା – ଚୋରୀ ହୋଇଯାଇଥିବା ଏହି ଜୀବକୁ ଉଦ୍ଧାର କଲା ପୁଲିସ୍‌ , ୨ଚୋର ଗିରଫ

ଅନ୍ଧବିଶ୍ୱାସର କରୁଣ ଦୃଶ୍ୟ … ନିଜ ୨୪ ବର୍ଷିୟ ପୁଅକୁ ବଳି ଦେଇଦେଲେ ମହିଳା !

ଭଙ୍ଗା ହାତରେ ଚା’ ବିକୁଛନ୍ତି ବୟସ୍କ ଦମ୍ପତି

ଏତେ ଭିଡ଼ରେ କରୋନା ବି ପଶି ପାରିବନି- ଏମିତି କହିଲେ ଆଇପିଏସ୍ ଅଫିସର

ଭାରତରେ ପ୍ରଥମ ଥର ଏହି ରାଜ୍ୟରେ ହେଲା ହେଙ୍ଗୁ ଚାଷ, ଖାଦ୍ୟରେ ଏହାକୁ ବ୍ୟବହାର କଲେ ବୃଦ୍ଧିପାଏ ହଜମଶକ୍ତି