ଅନ୍ଧବିଶ୍ୱାସର କରୁଣ ଦୃଶ୍ୟ … ନିଜ ୨୪ ବର୍ଷିୟ ପୁଅକୁ ବଳି ଦେଇଦେଲେ ମହିଳା !

ପନ୍ନା ( ମଧ୍ୟପ୍ରଦେଶ) – ଅନ୍ଧ ବିଶ୍ୱାସର ଏକ ଲୋମହର୍ଷଣକାରୀ ଖବର ସାମନାକୁ ଆସିଛି । ମଧ୍ୟ ପ୍ରଦେଶର ପନ୍ନା ଜିଲ୍ଲାରେ ଏମିତି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମହିଳା ଦେବୀ ମାଆଙ୍କୁ ଖୁସି କରିବା ପାଇଁ ନିଜର ୨୪ ବର୍ଷିୟ ପୁଅକୁ ବଳି ଦେଇଛନ୍ତି । ଏକ ଛୁରୀରେ ପୁଅର ବେକ କାଟି ଦେଇଛନ୍ତି । ଘଟଣା ସମୟରେ ଯୁବକ ଜଣକ ଶୋଇଥିଲେ । ଏହି ଘଟଣା ପନ୍ନା ଜିଲ୍ଲାର କୋତୱାଲି ଥାନା ଅଞ୍ଚଳ ଅନ୍ତର୍ଗତ  କୋହନୀ ଗାଁରେ ଗୁରୁବାର ଦିନ ହୋଇଛି ।  ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସେଠାରେ ପୁଲିସ୍‌ ଟିମ୍‌ ମୁତୟନ କରିଦିଆଯାଇଛି ।  

ପନ୍ନା କୋତୱାଲି ଥାନା ପ୍ରଭାରୀ ଅରୁଣ ସୋନୀ  କହିଛନ୍ତି , ଆଜି ସମୟ ପାଖାପାଖି ସାଢ଼େ ୪ଟାରେ ପୁଲିସ୍‌କୁ ସୂଚନା ମିଳିଲା କି କୋହନୀ ଗାଁରେ ସୁନିଆ ବାଇ ଲୋଧୀ (୫୦) ନିଜ ପୁଅ ଦ୍ୱାରକା ଲୋଧୀ(୨୪)ର ବେକ କାଟି ହତ୍ୟା କରିଦେଇଛନ୍ତି ।

ଥାନା ପ୍ରଭାରୀ କହିଛନ୍ତି , ସୁନିଆ ବାଇଙ୍କୁ ପାଖାପାଖି ଗତ ୨ ବର୍ଷରୁ କିଛି ଦୈବୀୟ ପ୍ରଭାବ ହେବାର ଅନୁଭବ ହେଉଥିଲା ଏବଂ ଏମିତି ଘଟଣା ଆଜି ରାତିରେ ମଧ୍ୟ ହୋଇଥିଲା । ଏହି ଭାବ ଆସିବା ପରେ ସେ ନିଜ ପୁଅ ଦ୍ୱାରକା ଲୋଧିର ଗଳାରେ ଛୁରୀରେ କାଟି ହତ୍ୟା କରିଦେଇଥିଲେ ।

ପୁଲିସ୍‌ ସୂଚନା ମୁତାବକ,  ଶବକୁ ପୋଷ୍ଟମର୍ଟମ  କରିବାକୁ ନିଆଯାଇଛି । ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ ପଚରାପଚରି ଚାଲୁ ରହିଛି ।

   ସମ୍ବନ୍ଧିତ ଖବର


ଭାରତ ବିସ୍ମୟ ବାଳକ- ବୟସ ମାତ୍ର ୪ ବଜାଉଛନ୍ତି ତାଳରେ ଢୋଲ:ଦେଖନ୍ତୁ ଶୁଣନ୍ତୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

କରୋନା ଭୟ, ମାସ୍କ ପିନ୍ଧି ଭୋଜିରେ ଖାଉଛନ୍ତି ବ୍ୟକ୍ତି- ଦେଖନ୍ତୁ ଭିଡିଓ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ମ୍ୟାଚ୍‌ ମଝିରେ ମ୍ୟାଚିଙ୍ଗ୍‌: ଅଷ୍ଟ୍ରେଲୀୟ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଲେ ଭାରତୀୟ ଯୁବକ, ଭିଡିଓ ଭାଇରାଲ..