ସନ୍ଦେହ ସାରି ଦେଲା ସଂପର୍କ- ମୋବାଇଲ୍‌ ପାସ୍‌ୱାର୍ଡ ଦେବାକୁ ମନା କରିବାରୁ ଜୀବନ ନେଲା ପ୍ରେମିକ

ନୂଆଦିଲ୍ଲୀ – ଯାହା ସହ ସାରା ଜୀବନ ରହିବ ବୋଲି ସେ କଥା ଦେଇ ସାଥିରେ ରଖିଥିଲା , ତାର ନେଲା ଜୀବନ । ସରିଗଲା ସାଥି ହୋଇ ସାଥିରେ ରହିବାର କଥାଦିଆ ନିଆ । ପାପ ହୋଇଗଲା ପ୍ରୀତି। ଚରିତ୍ରକୁ ସନ୍ଦେହ କରି  ଲିଭ୍‌ ଇନ୍‌ରେ ରହୁଥିବା ମହିଳାଙ୍କର ଜୀବନ ନେଲା ନିଷ୍ଠୁର ବ୍ୟକ୍ତି। ଏମିତି ଏକ ହୃଦୟ ଥରା ଘଟଣା ଘଟିଛି  ରାଜଧାନୀ ଦିଲ୍ଲୀରେ ।

ସୂଚନା ମୁତାବକ ,  ୩୯  ବର୍ଷିୟ  ବ୍ରହ୍ମପାଳ ସିଂହ, ଜଣେ ୩୫ ବର୍ଷିୟା  ମହିଳା ମମତା ଶର୍ମାଙ୍କୁ (ଯାହା ସହ ସେ ଲିଭ୍‌ ଇନ୍‌ରେ ରହୁଥିଲେ) ହତ୍ୟା କରିଛନ୍ତି । ମହିଳା ଜଣକ କାହା ସହ ଫୋନ୍‌ରେ କଥା ହେଉଥିବା ଦେଖି ବ୍ୟକ୍ତି ଜଣକ ଫୋନ୍‌ ପାସ୍‌ୱାର୍ଡ ମାଗିଥିଲେ । ସେ ଦେବାକୁ ମନା କରିବାରୁ ତାଙ୍କୁ ଏକ ହାତୁଡ଼ିରେ ପିଟି ମାରିଦେଇଥିବା ସୂଚନା ମିଳିଥିଲା ।

ସୂଚନା ଯେ, ଉକ୍ତ ଘଟଣାଟି ଗତ  ସପ୍ତାହରେ ମଙ୍ଗଳବାର ଦିନ ଇଷ୍ଟ ଦିଲ୍ଲୀର ବିନୋଦ ନଗରରେ ଘଟିଥିଲା । ଅଭିଯୁକ୍ତକୁ ଗତ ଶନିବାର ଦିନ ଗିରଫ କରାଯାଇଛି ।  

The Color Purple Box Assignment - Gender Violence

ପୁରା ଘଟଣା  ଏମିତି –

ମୃତକ ମହିଳା ମମତା ଶର୍ମା ଏକ ପ୍ରାଇଭେଟ୍‌ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି ।  ମଙ୍ଗଳବାର ଦିନ ସନ୍ଧ୍ୟାରେ ତାଙ୍କ ୧୭ ବର୍ଷିୟ ପୁଅ ଘରକୁ ଫେରି ଦେଖିଲେ କି ତାଙ୍କ ମୁଣ୍ଡ ଫାଟି ଯିବା ସହ ମହିଳା ଜଣକ ମରି ପଡିଥିଲେ । ତାଙ୍କ ଶରୀର ପାଖରେ ଏକ ହାତୁଡ଼ି ପଡ଼ି ଥିବାର ମଧ୍ୟ ସେ ଦେଖିଥିଲେ । ଏହାପରେ ପୁଲିସ୍‌ ଖବର ପାଇଥିଲା ।

ମହିଳାଙ୍କର ଲିଭ୍‌ ଇନ୍‌ ପାର୍ଟନର ବ୍ରହ୍ମପାଳ ସିଂହକୁ ପୁଲିସ୍‌ ସନ୍ଦେହ କରିଥିଲା । କାରଣ ସେ ମହିଳାଙ୍କର ମୃତ୍ୟୁ ପରେ ଘରୁ ଫେରାର ଥିଲା । କେହି ଜଣେ ପୁଲିସ୍‌କୁ ବ୍ରହ୍ମପାଳ ଲୁଚିଥିବା ସ୍ଥାନର ଠିକଣା ଦେବା ପରେ ,ପୁଲିସ୍‌ ଯାଇ ଶନିବାର ଦିନ ଅକ୍ଷରଧାମ ପାଖରୁ ତାକୁ ଗିରଫ କରିଥିଲା। ଜେରା ବେଳେ ସେ ହିଁ ହତ୍ୟା କରିଥିବା ସବୁ ସତ କହି ଦେଇଥିଲା ।

Hyderabad: Man arrested for character assassination of woman

କ୍ରାଇମ୍‌ ବ୍ରାଞ୍ଚ ପୁଲିସ୍ ଡେପୁଟୀ କମିଶନର ରାକେଶ ପାୱେରିୟା  କହିଥିଲେ କି  ୩ ବର୍ଷ ପୂର୍ବେ ଏହି ମୃତ ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଛାଡ଼ପତ୍ର ଦେଇଥିଲେ । ଆଉ ୨ବର୍ଷ ପୂର୍ବେ ତାଙ୍କର ଏହି ବ୍ରହ୍ମପାଳ ସହ ଦେଖା ହୋଇଥିଲା , ଯିଏକି ଜଣେ  ବିବାହିତ ବ୍ୟକ୍ତି ଏବଂ ତାଙ୍କର ୩ଟି ପିଲା ଅଛନ୍ତି । ସେ ଏମିତି ଯାହା କାମ ମିଳିଲା କରି ପେଟ ପୋଷୁଥିଲା । କିନ୍ତୁ ପ୍ରଥମେ ସେ ଇଷ୍ଟ ଦିଲ୍ଲୀରେ ଥିବା  ଖିଚିରିପୁରରେ ନିଜ ଘର ଭଡ଼ା ଲଗେଇ ଟଙ୍କା ରୋଜଗାର କରୁଥିଲା ।

୨ ମାସ ପୂର୍ବେ  ବ୍ରହ୍ମପାଳ ଓ ମୃତ ମହିଳା ମମତା ବିନୋଦ ନଗରରେ ଏକ ଫ୍ଲାଟ୍‌ ଭଡ଼ାରେ ନେଇ ଏକାଠି ରହିଲେ । ମମତାଙ୍କର ୧୭ ବର୍ଷିୟ ପୁଅ ମଧ୍ୟ ତାଙ୍କ ସହ ରହିଲେ ।

ପରେ , ମମତା ବହ୍ମପାଳ ସହ ସଂପର୍କ ରଖି ତା ପାଖରେ ରହିବାକୁ ଚାହୁଁନଥିଲା । କାରଣ ସେ ତାର ସ୍ତ୍ରୀ ସହ ପରିବାର ଲୋକଙ୍କୁ ନେଇ ସମସ୍ୟାରେ ପଡ଼ିଥିଲା । ହେଲେ ବ୍ରହ୍ମପାଳ  ମମତା ସହ ସଂପର୍କ ଭାଙ୍ଗିବାକୁ ଚାହୁଁନଥିଲା ।

   ସମ୍ବନ୍ଧିତ ଖବର


ଲଦାଖରେ ନୌସେନାର ‘ମାକ୍ରୋଜ୍’ କମାଣ୍ଡୋ ମୁତୟନ କଲା ଭାରତ, ଡ୍ରାଗନ୍‌କୁ ଦେବେ କଡ଼ା ଟକ୍କର

ଛତିଶଗଡ ସୁକମାରେ IED ବିସ୍ଫୋରଣ; ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ, ୯ ଜଣ ଯବାନ ଗୁରୁତର…

ଏହି ବ୍ଲଡ ଗ୍ରୁପ ଥିବା ଲୋକଙ୍କୁ କରୋନାର ବିପଦ ସବୁଠାରୁ କମ୍, ଷ୍ଟଡିରେ ଭିଟାମିନ୍ ଡି’କୁ ନେଇ ଆସିଲା ଏଭଳି ତଥ୍ୟ

ରୁଷ ସାଟେଲାଇଟ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲା ଭାରତୀୟ ଗୁଇନ୍ଦା ଉପଗ୍ରହ

ଓ୍ବାଜିଦଙ୍କ ପରଲୋକ ପରେ ପରିବାର ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ପତ୍ନୀ, କହିଲେ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଛି …

ନାଗାଲାଣ୍ଡର ଏହି ଗାଁରେ ହୀରା ମିଳିବା ଖବର ପରେ ପାହାଡ ଖୋଳିଦେଲେ ଗ୍ରାମବାସୀ