ମୋତେ ରକ୍ଷା କର , ମୁଁ ବନ୍ୟା ଜଳରେ ଭାସିଯାଉଛି …ବନ୍ଧୁଙ୍କୁ ଶେଷ ଫୋନ୍ କଲ୍

ହାଇଦ୍ରାବାଦ- ବନ୍ୟାର ବିଭୀଷିକା କେତେ ଭୟଙ୍କର ହୋଇପାରେ ତାର ଆଉ ଏକ ଚିତ୍ର ସାମନାକୁ ଆସିଛି । ଗୋଟିଏ ପଟେ ମୃତ୍ୟୁ ହାତ ଠାରି ଡାକୁଛି , ଆଉ ଗୋଟେ ପଟେ ଜୀବନ ବଞ୍ଚାଇବାକୁ ଅହରହ ସଂଘର୍ଷ କରୁଥିବା ବ୍ୟକ୍ତି ଜଣଙ୍କ ନିରୁପାୟ ହୋଇ ନିଜର ଜଣେ ବନ୍ଧୁଙ୍କୁ କରୁଛନ୍ତି ଫୋନ୍‌ । ମାଗୁଛନ୍ତି ସାହାଯ୍ୟ ଭିକ୍ଷା –

“ ମୋତେ କେହି ଆସି ରକ୍ଷା କର । ମୁଁ କାର୍‌ ଭିତରେ ବନ୍ୟାର ସ୍ରୋତ ଭସାଇ ନେଉଛି …। ଚାରିଆଡ଼େ କିଛି ନାହିଁ । ଖାଲି ପାଣିର ସୁଅ । ମୋ ଗାଡ଼ିର ଚକା ଭାସି ଯାଇଛି । କାର୍‌ଟି ଏକ ଗଛରେ ଲାଖି ରହିଛି । ସେ ବି କିଛି ସମୟ ପାଇଁ …। ମୁଁ ବାହାରକୁ ବାହାରିଲେ ଭାସିଯିବା ସୁନିଶ୍ଚିତ । ଆଉ କାର୍‌ ଭିତରେ ପାଣି ଭର୍ତ୍ତି ହୋଇଗଲାଣି । ଆଉ ବେଶୀ ସମୟ ମୁଁ ସୁରକ୍ଷିତ ନୁହେଁ ଏଠାରେ …।”

ଏହି ହେଉଛି ଜଣେ ବ୍ୟକ୍ତିଙ୍କର ଜୀବନର ଶେଷ ବେଳରେ  ନିଜର ଜଣେ ବନ୍ଧୁଙ୍କୁ ଶେଷ ଫୋନ୍‌ କଲ୍‌ । ଯାହାକୁ ବର୍ଣ୍ଣନା କରିବା ଦେଖିବା ଲୋମହର୍ଷକ ସେତିକି ହୃଦୟବିଦାରକ ।

ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ବନ୍ୟାରେ ଫସି ରହିଥିବା ଜଣେ ଯୁବକଙ୍କ କଲ୍‌ ସଦ୍ୟ ସାମନାକୁ ଆସିଛି । ଯେଉଁଥିରେ ସେ ନିଜର ବନ୍ଧୁଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରୁଛନ୍ତି । ବନ୍ୟା ଯୋଗୁଁ ତାଙ୍କର କାର୍‌ରେ ପାଣି ପଶି ଯାଇଛି । ଶେଷରେ ଏପରି ଦୁଃସମୟରେ ତାଙ୍କୁ କାହାର ସାହାଯ୍ୟ ମିଳିପାରିନି । ଗୁରୁବାର ଦିନ ସେହି ବ୍ୟକ୍ତିଙ୍କର ମିଳିଛି ମୃତଦେହ ।

ମୃତ ବ୍ୟକ୍ତିଙ୍କର ନାଁ ଭେଙ୍କଟେଶ ଗୌଡ଼ । ସେ ଶେଷ କଲ୍ ନିଜର ବନ୍ଧୁକୁ କରିଥିଲେ । ବନ୍ଧୁ ଜଣଙ୍କ ମଧ୍ୟ ନିରୂପାୟ ହୋଇ ତାଙ୍କୁ ସାହସ ଦେଉଥିଲେ ଫୋନ୍‌ରେ । କହୁଥିଲେ ତୁମର କିଛି ହେବନି । ହେଲେ ତାଙ୍କର ଆଖି ସାମନାରେ ତାଙ୍କ ବନ୍ଧୁଙ୍କ କାର   ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲା । ଗୌଡ଼ଙ୍କର ଶେଷ କଲ୍‌ ୧.୪୪ ମିନିଟ୍‌ର ଥିଲା । ଯେଉଁଥିରେ ସେ ଶେଷ ଯାଏ ଜୀବନ ବଞ୍ଚାଇବାକୁ ସାହାଯ୍ୟ ମାଗିଚାଲିଥିଲେ ।

ଉଲ୍ଲେଖନୀୟ ଯେ , ହାଇଦ୍ରାବାଦରେ ପ୍ରବଳ ବର୍ଷା ଫଳରେ ବନ୍ୟା ଆସି ୩୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ପୁରା ତେଲେଙ୍ଗାନାରେ ୫୦ ଲୋକଙ୍କର ଜୀବନ ଯାଇଛି ।

ଗତ ସପ୍ତାହରେ ତେଲେଙ୍ଗାନାରେ ପ୍ରବଳ ବର୍ଷାରେ ଧନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

ଝିଟିପିଟିର ଦାମ୍‌ ୫୫ଲକ୍ଷ ଟଙ୍କା – ଚୋରୀ ହୋଇଯାଇଥିବା ଏହି ଜୀବକୁ ଉଦ୍ଧାର କଲା ପୁଲିସ୍‌ , ୨ଚୋର ଗିରଫ

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ