PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

କରୋନା ରୋକି ପାରିଲାନି ପ୍ରେମକୁ – କରୋନା ସଂକ୍ରମିତ ବ୍ୟକ୍ତି ହସ୍ପିଟାଲରେ କଲେ ବିବାହ

ଟେକ୍ସାସ , ୧୬ ଅଗଷ୍ଟ – କରୋନା ଭାଇରସ୍ କାରଣରୁ ଗୁରୁତର ରୋଗରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣଙ୍କ ଡାକ୍ତରଖାନାରେ ହୋଇଛନ୍ତି ବିବାହ । ଡାକ୍ତରଖାନାର ନର୍ସମାନେ ଏହି ରୋଗୀଙ୍କର ବିବାହର ଆୟୋଜନ କରିଥିଲେ । ଏମିତି ଘଟଣା ଆମେରିକାର ଟେକ୍ସାସର ସାନ୍‌ ଏଣ୍ଟୋନିୟୋରେ ଘଟିଛି ।  

କାର୍ଲୋସ ମୁନିସ୍‌ ନାମକ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ହୋଇ ଗୁରୁତର ଭାବେ ରୋଗରେ ପଡ଼ିଥିଲେ  । କିଛି ଦିନ ପୂର୍ବେ ତାଙ୍କର ରିପୋର୍ଟ କରୋନା ନେଗେଟିଭ୍‌ ଆସିଥିଲା । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଥିଲା । ଡାକ୍ତରଙ୍କ କହିବାନୁସାରେ , କାର୍ଲୋସଙ୍କୁ ସୁସ୍ଥ ହେବାକୁ ସମୟ ଲାଗିପାରେ ।

କାର୍ଲୋସଙ୍କର ବିବାହ  ଟେକ୍ସାସର ମେଥୋଡିଷ୍ଟ ହସ୍ପିଟାଲରେ ୧୧ ଅଗଷ୍ଟରେ ହୋଇଥିଲା । ବାସ୍ତବରେ ଯେବେ ଗ୍ରେସଙ୍କ ସହ ତାଙ୍କର ବିବାହ ସ୍ଥିର ହେଲା , ଏହାର କିଛି ଦିନ ପରେ କୋର୍ଲୋସ ରୋଗରେ ପୀଡ଼ିତ ହେଲେ । ସ୍ୱାସ୍ଥ୍ୟ ଏତେ ବିଗିଡି ଗଲା ଯେ , ତାଙ୍କୁ ଆଇସିୟୁରେ ରଖାଗଲା ।

कोरोना भी नहीं रोक सका प्यार, गंभीर मरीज ने हॉस्पिटल में की शादी

ସିଏନ୍‌ଏନ୍‌ ରିପୋର୍ଟ ମୁତାବକ , ପାଖାପାଖି  ଗୋଟେ ମାସ ଯାଏ ଗୁରୁତର ରୋଗରେ ରହିବା ପରେ କାର୍ଲୋସଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ ୪୨ ବର୍ଷିୟ ଏହି ବ୍ୟକ୍ତିଙ୍କୁ ପ୍ରଥମେ କୌଣସି  ଅନ୍ୟ ରୋଗ ନଥିଲା ।

ଗ୍ରେସ୍‌ କହିଛନ୍ତି , ଗୋଟେ ସମୟରେ ଏମିତି ଲାଗିଲା କି ସେ କୋର୍ଲୋସଙ୍କୁ ହରାଇ ଦେବେ , ଯେବେ ତାଙ୍କର ଉଭୟ ଫୁସଫୁସ୍‌ କୋଲାପ୍‌ସ ହୋଇଯାଇଥିଲା ।

ଗ୍ରେସ୍‌ ନର୍ସଙ୍କୁ କହିଥିଲେ କି , କରୋନା  କାରଣରୁ ତାଙ୍କର ବିବାହ  ରହି ଯାଇଥିଲା । ହେଲେ ନର୍ସ ମାନେ ହସ୍ପିଟାଲରେ ବିବାହର ଉପାୟ ଦେଲେ । ଏଇତି ପାଇଁ କି କାର୍ଲୋସଙ୍କର ମନୋବଳ ବଢ଼ା ଯାଇ ପାରିବ ।  ନର୍ସଙ୍କ କହିବା ହେଲା  ବିବାହ ପରେ କାର୍ଲୋସ‌ଙ୍କ ଠାରେ ପଜିଟିଭ୍‌ରେ ପରିବର୍ତ୍ତନ ହେବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର