ବ୍ୟକ୍ତିଙ୍କର ଅଭିନବ ପ୍ରତିବାଦ – ଅନ୍ତଃବସ୍ତ୍ର ପିନ୍ଧି ଷ୍ଟୋର୍‌କୁ ଯିବାର ଭିଡ଼ିଓ ଭାଇରାଲ

ୱେଲସ୍‌- ୱେଲ୍ସରେ ବର୍ତ୍ତମାନ ୧୭ ଦିନର ଫାୟାର ବ୍ରେକ୍‌ ଲକ୍‌ଡାଉନ୍‌ ଚାଲିଛି । ଦେଶରେ ସୁପରମାର୍କେଟ ଗୁଡ଼ିକରେ ଲାଗିଛି ରୋକ୍‌ । ସେମାନେ କପଡ଼ା , ଜୋତା , ଖେଳନା ଓ ବେଡିଂ ଭଳି ଜିନିଷ ବିକ୍ରିକୁ ବ୍ୟାନ୍‌ ହୋଇଛି ।

ଏଣୁ ସମୟରେ ଆପଣ ଯଦି ୱେଲ୍ସରେ ଅଛନ୍ତି ତ ଆପଣଙ୍କୁ କୌଣସି ସୁପରମାର୍କେଟ ଷ୍ଟୋରକୁ ଯିବାର ଅନୁମତି ଦିଆଯିବ ନାହିଁ ଏବଂ କପଡ଼ା କିଣିପାରିବେ ନାହିଁ । କାରଣ ଏହି ପୋଷାକ ଜିନିଷକୁ ନନ୍‌-ଏସେନ୍‌ସିଆଲ ( ଅଣ ଆବଶ୍ୟକୀୟ) ଭାବେ ବର୍ଗୀକରଣ କରାଯାଇଛି ।

Video: Man enters Welsh Tesco in underwear as clothes are deemed  nonessential | Daily Mail Online

ଏହି ନିୟମରେ ଅତିଷ୍ଠ ହୋଇ ନୂଆ ନିୟମକୁ ବିରୋଧ କରିବାକୁ ଚାହିଁଥିଲେ ଜଣେ ଜଣେ ବ୍ୟକ୍ତି। ସେ କେବଳ ଅନ୍ତଃବସ୍ତ୍ର , ଜୋତା ଓ ସକ୍ସ ପିନ୍ଧି ଟେକ୍ସୋ ଷ୍ଟୋର ଭିତରକୁ ଜିନିଷ କିଣିବାକୁ ଯାଇଥିଲେ । ସୁପରମାର୍କେଟରେ ତାଙ୍କର ଏକ ଛୋଟ କ୍ଲିପ୍‌ ଏବେ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି । ଏହି ଭିଡ଼ିଓକୁ ସଂପୃକ୍ତ ବ୍ୟକ୍ତିଙ୍କ ୩୮ ବର୍ଷିୟା ପତ୍ନୀଙ୍କ ଦ୍ୱାରା ସୁଟ୍‌ କରାଯାଇଥିଲା ।

ରିପୋର୍ଟ ମୁତାବକ , ଦେଶରେ କପଡ଼ାକୁ ନନ୍‌—ସେନ୍ସିଆଲ ଭାବେ ବର୍ଗୀକରଣ କରିବାକୁ ଅନେକ ଲୋକ ଭଲରେ ଗ୍ରହଣ କରି ପାରିନାହାନ୍ତି ।  କ୍ରିଷ୍ଟୋଫର ନୋଡେନ୍‌ , ଯିଏ କି ନ୍ୟୁପୋର୍ଟରେ ରୁହନ୍ତି , ସେହି ଲୋକଙ୍କ ମଧ୍ୟରୁ ଜଣେ । ଏହି ସର୍ଟ କ୍ଲିପ୍‌ ଭିଡ଼ିଓରେ ନଜର ଆସୁଛି , ଷ୍ଟୋରର ସିକ୍ୟୁରିଟି ଗାର୍ଡ ବାରଣ କରିବା ସତ୍ତ୍ୱେ କ୍ରିଷ୍ଟୋଫର ନୋଡେନ୍‌ ଅଣ୍ଡରୱେୟାରରେ ଷ୍ଟୋର ଭିତରକୁ  ଯାଉଛନ୍ତି ।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଭାରତ ବିସ୍ମୟ ବାଳକ- ବୟସ ମାତ୍ର ୪ ବଜାଉଛନ୍ତି ତାଳରେ ଢୋଲ:ଦେଖନ୍ତୁ ଶୁଣନ୍ତୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

କରୋନା ଭୟ, ମାସ୍କ ପିନ୍ଧି ଭୋଜିରେ ଖାଉଛନ୍ତି ବ୍ୟକ୍ତି- ଦେଖନ୍ତୁ ଭିଡିଓ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…