ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ୱାଶିଂଟନ – ବର୍ଷ ବର୍ଷ ଧରି ଚନ୍ଦ୍ର ବା ଜହ୍ନମାମୁଁ ସମସ୍ତଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି । ଏହି ଜହ୍ନମାମୁଁ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନେ ଅହରହ ଗବେଷଣା ଚଳେଇଛନ୍ତି । ଏଠାକୁ ମଣିଷ ପଠାଇବାର ଯୋଜନା ଚଳେଇଛନ୍ତି ବୈଜ୍ଞାନିକମାନେ । ଏବେ ଏକ ସୂଚନା ଚର୍ଚ୍ଚାର ବିଷୟ ପାଲିଟିଛି । ଏହି ଚନ୍ଦ୍ରର ଗୋପନ କଥା  ବିଶ୍ୱବାସୀଙ୍କୁ କହିବ ଆମେରିକୀୟ ସ୍ପେସ୍‌ ଏଜେନ୍ସି ନାସା। ଚନ୍ଦ୍ର ବିଷୟରେ କିଛି ମହତ୍ତ୍ୱପୂର୍ଣ୍ଣ ଓ ରୋମାଞ୍ଚକର  ସୂଚନା ହାସଲ କରିଥିବା ସୂଚନା ଦେଇଛି ନାସା ।

ନାସା ଆଜି ( ସୋମବାର) ନିଜର ଏହି ଆବିଷ୍କାର ବିଷୟରେ କହିବ ।  ନାସା ପକ୍ଷରୁ  ବର୍ତ୍ତମାନ ଏତିକି ଖାଲି କୁହାଯାଇଛି ଯେ ମିଶନ ମୁନ୍‌କୁ ନେଇ  ତାକୁ କିଛି ମହତ୍ତ୍ୱପୂର୍ଣ୍ଣ  ତଥ୍ୟ ମିଳିଛି , ଯାହାକି ଚନ୍ଦ୍ରରେ ଜୀବନର ସମ୍ବବନାକୁ ଖୋଜିବା ଅଭିଯାନରେ ସାହାଯ୍ୟ କରିବ ।  ଏହି ସମ୍ୱନ୍ଧରେ  ନାସା ଆଜି ସ୍ଥାନୀୟ  ସମୟାନୁସାରେ ୧୨ଟାରେ ଟିଭିରେ ଏକ କାର୍ଯ୍ୟକ୍ରମ ପ୍ରସାରିତ ହେବ । ଯେଉଁଥିରେ ଗବେଷଣା ସହ ଜଡ଼ିତ କିଛି କଥା ସେୟାର କରାଯିବ ।

ମହାକାଶ ଏଜେନ୍ସି ଦ୍ୱାରା ଜାରି ବୟାନରେ କୁହାଯାଇଛି କି ଚନ୍ଦ୍ରକୁ ନେଇ କିଛି ମହତ୍ତ୍ୱପୂର୍ଣ୍ଣ ଓ ରୋମାଞ୍ଚକତ ତଥ୍ୟ ସଂଗ୍ରହ କରାଯାଇଛି । ଏହି ବିଷୟରେ  ସୋମବାର  ପ୍ରେସ୍‌ ବ୍ରିଫିଙ୍ଗରେ ବିବରଣୀ ସେୟାର କରାଯିବ ।

ଏହା ଏକ ଜରୁରୀ ଜାଣିବା କଥା ଯେ,  ଏହି ଆବିଷ୍କାର ନାସାର ଷ୍ଟ୍ରୋଟୋସ୍ଫୋରିକ୍‌ ଅବଜରଭେଟୋରୀ ଦ୍ୱାରା ଇନଫ୍ରାରେଡ୍‌ ଏଷ୍ଟ୍ରୋନୋମୀ ପାଇଁ କରାଯାଇଥିଲା , ଯାହା ଏକ ସଂଶୋଧିତ ବୋଇଂ  ୭୪୭ ଜେଟ୍‌ ବିମାନ ଅଟେ । ଯାହା ଆମର ସୌର ମଣ୍ଡଳରେ ଗ୍ରହ ଓ ଅନ୍ୟ ଅବଜେକ୍ଟ ଗୁଡ଼ିକର ଇନଫ୍ରାରେଡ୍‌ ଫଟୋକୁ କ୍ୟାପଚର କରିବା ପାଇଁ ୯ଫୁଟର ଦୂରବୀକ୍ଷଣ ର ଉପଯୋଗ କରିଥାଏ । ବିମାନଟି ପୃଥିବୀ ଠାରୁ ପାଖାପାଖି  ୪୧,୦୦୦ ଫୁଟ୍‌ ଉପରେ ଉଡ଼ିଥାଏ ।

 ଉଲ୍ଲେଖନୀୟ ଯେ,  ଚନ୍ଦ୍ରକୁ ମଣିଷ ପଠାଇବାକୁ ନାସାର ଅଭିଯାନ ୩ ଟି ପର୍ଯ୍ୟାୟରେ ସଂପୂର୍ଣ୍ଣ ହେବ । ଚନ୍ଦ୍ରରେ ୨ଟି ମହାକାଶ ଯାନ ଯିବ , ଯେଉଁଥିରେ ଜଣେ ମହିଳା ସାମିଲ ହେବେ । ଚନ୍ଦ୍ରକୁ ଯିବାର ଯାତ୍ରା  ଓରିୟନ ନାମକ ମହାକାଶ ଯାନ ଦ୍ୱାରା ହେବ ।