PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଗଞ୍ଜେଇ ଟାଣି ଧରା ପଡ଼ିଥିଲେ ଏହି ପୂର୍ବତନ ଷ୍ଟାର ବ୍ୟାଟସମ୍ୟାନ୍, ଯିଏ ପ୍ରଥମ କ୍ରିକେଟର ଭାବେ ୬ ବଲରେ ଲଗାଇଥିଲେ ୬ ଛକା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର ଖେଳାଳି ହର୍ଶଲ ଗିବ୍ସ ନିଜ କ୍ରିକେଟ କ୍ୟାରିୟରରେ ଆକର୍ଷଣୀୟ ଇନିଂସ୍‌ ଖେଳି ଯେତିକି ଚର୍ଚ୍ଚାରେ ରହିଥିଲେ ତାଠୁ ଅଧିକ ବିବାଦ କାରଣରୁ ଚର୍ଚ୍ଚାରେ ଥିଲେ। ୨୦୦୧ ମସିହାରେ ହର୍ଶଲ ଗିବ୍ସ ଏଣ୍ଟିଗାର ଜଲି ବିଚ ରିସୋର୍ଟରେ ଏକ ରୁମରେ ଗଞ୍ଜେଇ ଟାଣିବା ବେଳେ ଧରା ପଡ଼ିଥିଲେ। ଅପରପକ୍ଷେ ଏହି ଷ୍ଟାର ଖେଳାଳିଙ୍କ ନାମରେ ରହିଛି ବହୁବହୁ ବଡ଼ ରେକର୍ଡସ୍‌ ରହିଛି।

୨୦୦୧ ମସିହାରେ ଶନ୍‌ ପଲକଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ଟିମ୍‌ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରିଥିଲା। ସେଠାରେ ଟିମ୍‌ ଟେଷ୍ଟ ଓ ଦିନିକିଆ ସିରିଜ ଖେଳିଥିଲା। ମେ’୧୧ ତାରିଖ ରାତିରେ ହର୍ଶଲ ଗିବ୍ସ ଆଣ୍ଟିଗୁଆରେ ଗଞ୍ଜେଇ ଟାଣୁଥିବା ବେଳେ ଧରା ପଡ଼ିଥିଲେ। ହର୍ଶଲ ଗିବ୍ସଙ୍କ ସହିତ ରୋଜର ଟେଲମାକ୍ସ, ପଲ ଆଦାମ୍ସ, ଜଷ୍ଟିନ୍‌ କେମ୍ପ୍‌ ଓ ଆନ୍ଦ୍ରେ ନେଲ୍‌ ମଧ୍ୟ ସାମିଲ ଥିଲେ। ଏଥିସହିତ ଦଳର କୋଚିଂ ଷ୍ଟାଫ୍‌ ମଧ୍ୟ ସାମିଲ ଥିଲେ।

ଏହି ଘଟଣା ସାମ୍ନାକୁ ଆସିବା ପରେ କ୍ରିକେଟ ସାଉଥ୍‌ ଆଫ୍ରିକା ହର୍ଶଲ ଗିବ୍ସଙ୍କ ସମେତ ଅନ୍ୟ ସାଥୀ ଖେଳାଳିଙ୍କ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ନେଇଥିଲା। ଖେଳାଳିଙ୍କ ଉପରେ ୧୦ ହଜାର ସାଉଥ ଆଫ୍ରିକାନ୍‌ ରେଣ୍ଡ ଜୋରିମାନା ଲଗାଯାଇଥିଲା। ଅନ୍ୟପଟେ ଫିକ୍ସିଂ ମାମଲାରେ ଫିସିଥିବା ଗିବ୍ସଙ୍କୁ କ୍ରିକେଟ ଦକ୍ଷିଣ ଆଫ୍ରିକା ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଥିଲା।

୬ ବର୍ଷ ପରେ କ୍ରିକେଟକୁ ପ୍ରତ୍ୟବାର୍ତ୍ତନ କରିବା ସହ ଗୋଟିଏ ପରେ ଗୋଟିଏ ରେକର୍ଡ କରିବା ଆରମ୍ଭ କରିଥିଲେ। ୨୦୦୬ ମସିହା ମାର୍ଚ୍ଚ ୧୨ ତାରିଖରେ ଦକ୍ଷିଣ ଆଫ୍ରିକା ଟିମ୍‌ ଦିନିକିଆ କ୍ରିକେଟରେ ଇତିହାସ ରଚିଥିଲା। ସବୁଠୁ ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରି ବିଜୟୀ ହାସଲ କରିଥିଲା ଦଳ। ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ୪୩୪ ରନ୍‌ କରିଥିଲା। ହେଲେ ଦକ୍ଷିଣ ଆଫ୍ରିକା ଦଳ ସ୍ମିଥ ଓ ଗିବ୍ସଙ୍କ ଶାନଦାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ଓଭର ପୂର୍ବରୁ ବିଜୟୀ ହୋଇଥିଲା।

ସେହି ମ୍ୟାଚରେ ହର୍ଶଲ ଗିବ୍ସ ୧୧୧ଟି ବଲ୍‌ ଖେଳି ୧୭୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଗିବ୍ସ ୨୧ଟି ଚୌକା ଓ ୭ଟି ଛକା ମାରିଥିଲେ। ଆଉ ଏଭଳି ବିସ୍ଫୋରକ ଇନିଂସ୍‌ ଗିବ୍ସ ନିଶାରେ ଥାଇ ଖେଳିଥିଲେ ବୋଲି କହିଚନ୍ତି। ଗିବ୍ସଙ୍କ ଅଟୋ ବାୟୋଗ୍ରାଫ୍‌ ଟୁ ଦି ପଏଣ୍ଟ: ଦି ନୋ ହୋଲ୍ଡସ ବ୍ୟାରେଡରେ ଲେଖିଛନ୍ତି। ସୂଚନା ଥାଉକି, ଗିବ୍ସ ଦିିନିକିଆ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ଗିବ୍ସ ୬ ବଲରେ ୬ ଛକା ମାରିଥିଲେ।