
ନୂଆଦିଲ୍ଲୀ – ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କ ଉପରେ ନିଆଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏଠାରେ କଠୋର ହୋଇଛି ଦଣ୍ଡବିଧାନ ବ୍ୟବସ୍ଥା । ଦୁଷ୍କର୍ମକାରୀଙ୍କୁ ରାସାୟନିକ ଉପାୟରେ ନପୁଂସକ କରିବାର ଦଣ୍ଡବିଧି ଲାଗୁ କରି ଦିଆଯାଇଛି । ବିଶ୍ୱର ଅନେକ ଇସଲାମିକ୍ ଦେଶ ଗୁଡ଼ିକରେ ମଧ୍ୟ ଏହି ପ୍ରକାରର ଆଇନ୍ ପୂର୍ବରୁ ପ୍ରଚଳିତ ଅଛି । ପାକିସ୍ତାନ ସରକାର ଏବେ ଏହି ଆଇନ୍ କାର୍ଯ୍ୟକାରୀ କରିଛି । ଏହି ଅପରାଧ ଅନୁସାରେ କେବଳ ନପୁଂସକ କରି ଦିଆଯିବନି , ଏହାସହ ଫାଶୀ ଦଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି । ହେଲେ ଫାଶୀ ଦଣ୍ଡ ସାର୍ବଜନିକ ସ୍ତରରେ ଦିଆଯିବ ନାହିଁ ।
ଏହି ଆଇନ୍କୁ ନେଇ ଆଇନ୍ ମନ୍ତ୍ରୀ ଫାରୁଘ୍ ନସୀମ କହିଛନ୍ତି – ଅନ୍ତରାଷ୍ଟ୍ରୀୟ ଆଇନ୍କୁ ନଜରରେ ରଖି ନପୁଂସକ କରିବା ପୂର୍ବରୁ ଦୋଷୀର ସହମତି ନେବା ଜରୁରୀ । ଅନ୍ୟଥା ନପୁଂସକ କରିବାର ନିଷ୍ପତ୍ତିକୁ ଦୁଷ୍କର୍ମକାରୀ ତରଫରୁ କୋର୍ଟରେ ଚେତାବନୀ ଦିଆଯାଇପାରେ ।
କୋର୍ଟ ହିଁ ଏହି ଦଣ୍ଡ ଉପରେ ମୋହର ଲଗାଇ ପାରିବେ । କୋର୍ଟ ଏହା ବି ସ୍ଥିର କରିବେ ଦୋଷୀକୁ କିଛି ସମୟ ପାଇଁ ନା ସାରା ଜୀବନ ନପୁଂସକ କରି ଦିଆଯିବ । ଆଇନ୍ରେ ଏହି ବ୍ୟବସ୍ଥା ମଧ୍ୟ ରହିଛି କି ଯଦି ଦୁଷ୍କର୍ମର ଦୋଷୀ ନିଜର ସହମତି ନଦିଏ ତ ତାକୁ ଫାଶୀ ଦଣ୍ଡ ବା ୨୫ ବର୍ଷର ଜେଲ ଦଣ୍ଡ ଦିଆଯାଇପାରେ । ଏହା ମଧ୍ୟ କୋର୍ଟ ସ୍ଥିର କରିବେ ।