କରୋନା ଆକ୍ରାନ୍ତ ଥିଲେ , ୨ ସପ୍ତାହ କୋମାରେ ରହିବା ପରେ ଯାଆଁଳା ଶିଶୁକନ୍ୟାଙ୍କୁ ଜନ୍ମ ଦେଲେ ମହିଳା

ଆୟରଲ୍ୟାଣ୍ଡ- ଆୟରଲ୍ୟାଣ୍ଡର ମେଡିକଲରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଡାକ୍ତରମାନେ ଚମତ୍କାର ହିଁ କହିଛନ୍ତି । ଏଠାରେ ଜଣେ ମହିଳା ଯେତେବେଳେ ୨ମାସ ଓ ଏକ ସପ୍ତାହର ଗର୍ଭବତୀ ଥିଲେ , ସେତେବେଳେ କରୋନାରେ ପୀଡ଼ିତ ହେଲେ । ଏହାପରେ ମହିଳାଙ୍କର ଅବସ୍ଥା ଏତେ ଖରାପ ହୋଇଗଲା ଯେ , ସେ ମେଡିକଲରେ କୋମାରେ ରହିଲେ ।

ମହିଳା ଜଣଙ୍କ ୨ସପ୍ତାହ କୋମାରେ ରହିବା ବେଳେ ଡାକ୍ତରମାନେ ଚିନ୍ତାରେ ପଡ଼ିଲେ । ଭାବିଲେ ତାଙ୍କ ପେଟରେ ବଢ଼ୁଥିବା ପିଲାର  ବଞ୍ଚିବାର ସମ୍ଭାବନା ବହୁତ କମ୍‌ । କିନ୍ତୁ ଧୀରେ ଧୀରେ ମହିଳାଙ୍କର ଅବସ୍ଥା ଭଲ ହେବାକୁ ଆସିଲା ଏବଂ ସେ ଯାଆଁଳା ସୁସ୍ଥ ଶିଶୁକନ୍ୟା ଜନ୍ମ ଦେଇଥିଲେ ।

Danielle Martin

ଉକ୍ତ ଘଟଣାଟି ଆୟରଲ୍ୟାଣ୍ଡରେ ଘଟିଛି । ଫକ୍ସ ନ୍ୟୁଜ୍‌ର ରିପୋର୍ଟ ମୁତାବିକ୍‌ , ୩୨ ବର୍ଷିୟା ଡେନିଏଲ  ମାର୍ଟିନ୍‌ ଗତ ସପ୍ତାହରେ ଦୁଇଟି ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ଡେନିଏଲଙ୍କର ଗୁରୁତର ରୋଗ ହେବା ସତ୍ତ୍ୱେ ଯାଆଁଳା ଶିଶୁକନ୍ୟା ସୁସ୍ଥ ଭାବେ ଜନ୍ମ ହେବାକୁ ପରିବାର ଲୋକ ଚମତ୍କାର ଭାବିଛନ୍ତି । ଯେବେ ଡେନିଏଲଙ୍କୁ କରୋନା ହୋଇଥିଲା , ସେତେବେଳେ ତାଙ୍କୁ ଏହା ଜଣାନଥିଲା ଯେ, ତାଙ୍କ ଗର୍ଭରେ ଯାଆଁଳା ପିଲା ବଢ଼ୁଛି ।  

Corona

ନିଶ୍ୱାସ ନେବାରେ ଅସୁବିଧା ହେବା ପରେ ଡେନିଏଲଙ୍କୁ ଏପ୍ରିଲ୍‌ ଆରମ୍ଭରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ତାଙ୍କୁ ଲାଗୁଥିଲା କି ସାଧାରଣ ଚେଷ୍ଟ ଇନଫେକ୍ସନ କାରଣରୁ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ  ହେଉଥିଲା । କିନ୍ତୁ ପରେ ଜାଣିଲେ ସେ ଗର୍ଭବତୀ ଅଛନ୍ତି ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

ଝିଟିପିଟିର ଦାମ୍‌ ୫୫ଲକ୍ଷ ଟଙ୍କା – ଚୋରୀ ହୋଇଯାଇଥିବା ଏହି ଜୀବକୁ ଉଦ୍ଧାର କଲା ପୁଲିସ୍‌ , ୨ଚୋର ଗିରଫ

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ