ଦୁବାଇ ଲିଙ୍କ୍‌ – ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କୁ ଭେଟିଥିଲା ଦୁବାଇର ଡ୍ରଗ୍‌ ଡିଲର… କାହିଁକି ?

ମୁମ୍ୱାଇ – ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ମାମଲାର ତଦନ୍ତ  ସିବିଆଇ ଆରମ୍ଭ କରିଦେଇଛି । ମୃତ୍ୟୁ ରହସ୍ୟ ବାହାର କରିବା ପାଇଁ ସିବିଆଇ ଫୋରେନ୍ସିକ୍‌ ଟିମ୍‌ ସହ ଅଭିନେତାଙ୍କ ଘରକୁ ଯାଇଥିଲା ଏବଂ ଘରର ଭିତରୁ ନେଇ ବାହାରେ ଛାତ ଉପରେ ମଧ୍ୟ ଯାଇ ଟିମ୍‌ ଦେଖିଥିଲା । ଏହି ଭିତରେ ଆଉ ଏକ କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ବିଜେପି ନେତା  ସୁବ୍ରମଣ୍ୟମ ସ୍ୱାମୀ ପୁଣି ଥରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ହତ୍ୟା ଯୋଗୁଁ ବୋଲି କହିଛନ୍ତି ଏବଂ ଏହାର  ଲିଙ୍କ୍‌ ଦୁବାଇ ସହ ରହିଛି ବୋଲି କହିଛନ୍ତି । ଡାକ୍ତର କହିଲେ ଶବ ବ୍ୟବଚ୍ଛେଦ ମୁମ୍ୱାଇ ପୁଲିସ୍‌ର ନିର୍ଦ୍ଦେଶରେ ତରବରରେ କରାଯାଇଥିଲା

ସୁଶାନ୍ତ ସିଂହ ରାଜପୁତଙ୍କ ଡୋର୍‌ ଖୋଲିଥିବା key Maker କଲେ ବଡ଼ ଖୁଲାସା , ମୁଁ ଯେବେ ଲକ୍‌ ଭାଙ୍ଗୁଥିଲି ସେମାନେ କହିଲେ …

subramanian swamy, sushant singh rajput suicide case,

ସୁବ୍ରମଣ୍ୟମ ସ୍ୱାମୀ ଦାବି କରିଛନ୍ତି କି,  ମୃତ୍ୟୁ ଦିନ  ସୁଶାନ୍ତ ସିଂହ ଦୁବାଇର ଡ୍ରଗ୍‌ ଡିଲର ସହ  ସାକ୍ଷାତ୍‌ କରଥିଲେ । ସେ ଏହି କଥାର ଟ୍ୱିଟ୍‌ କରିଛନ୍ତି ,  ଯେମିତିକି ସୁନନ୍ଦା ପୁଷ୍କର କେସ୍‌ରେ  ସବୁଠୁ ମୁଖ୍ୟ ଜିନିଷ କଣ ଥିଲା , ତାଙ୍କର ପେଟରେ  ଏମ୍ସର ଡାକ୍ତର  ପୋଷ୍ଟ ମର୍ଟମ  କରିବା ସମୟରେ  କଣ ମିଳିଥିଲା ?  କିନ୍ତୁ ଶ୍ରୀଦେବୀ ଓ ସୁଶାନ୍ତଙ୍କ ମାମଲାରେ ଏମିତି କିଛି ବି ହୋଇନାହିଁ । ହେଲେ ସୁଶାନ୍ତଙ୍କ ମାମଲାରେ ଦୁବାଇର ଡ୍ରଗ୍‌ ଡିଲର ଅୟାଶ ଖାନ୍ ତାଙ୍କର ମୃତ୍ୟୁ ଦିନ ତାଙ୍କୁ ଭେଟିଥିଲା , କାହିଁକି –?

ଉଲ୍ଲେଖନୀୟ ଯେ , କିଛିଦିନ ଦଳେ  ସୁବ୍ରମଣ୍ୟମ ସ୍ୱାମୀ  ଟାଇମ୍ସ ନାଓ ସହ କଥାବାର୍ତ୍ତାରେ କହିଥିଲେ କି ସୁଶାନ୍ତଙ୍କର ହତ୍ୟା ପୁରା ପ୍ଲାନିଂ ସହ କରାଯାଇଥିଲା। ସ୍ୱାମୀ  ଏହି ସମୟରେ  ଏହି କଥାର ମଧ୍ୟ ଦାବି କରିଥିଲେ କି ସୁଶାନ୍ତ  ଦୁବାଇରେ ଟଙ୍କା ଲେଣଦେଣକୁ ନେଇ ଫସି ଥିଲେ । ଏବେ ସୁବ୍ରମଣ୍ୟମ ସ୍ୱାମୀ ଦୁବାଇର ଡ୍ରଗ୍‌ ଡିଲର ନାଁ ପ୍ରକାଶ କରିଛନ୍ତି ।

Sushant Singh Rajput's Death: CBI Inquiry Indicates Suicide ...

କହିରଖୁଛି କି , ଗତ ମାସରେ (ଜୁଲାଇ) ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପତ୍ର ଲେଖି ଏହି ମାମଲାକୁ ନଜର ଦେବାକୁ ଓ ସିବିଆଇ ତଦନ୍ତ କରିବାର ଦାବି କରିଥିଲେ । ସେହି ପତ୍ରରେ ସୁବ୍ରମଣ୍ୟମ ସ୍ୱାମୀ କହିଥିଲେ କି ଦୁବାଇର ଡନ୍‌ ସହ ଯୋଡ଼ି ହୋଇଥିବା ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ବଡ଼ ବଡ଼  ନାମ ସୁଶାନ୍ତଙ୍କ ମୃତ୍ୟୁକୁ  ଆତ୍ମହତ୍ୟା ଦେଖାଇବା ପାଇଁ ପୁଲିସ୍‌ ଉପରେ ପ୍ରଭାବ ପକାଉଛନ୍ତି ।     

   ସମ୍ବନ୍ଧିତ ଖବର


Ola-Uber ଉପରେ ସରକାରଙ୍କ କଟକଣା, ଆଉ ନେଇ ପାରିବେନି ଅଧିକ ଭଡ଼ା

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ

ଚୀନ୍‌ର ଚୋରପଣ- କହିଲା ଭାରତରୁ ବ୍ୟାପିଛି କରୋନା ଭାଇରସ୍‌

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

କଙ୍ଗନାଙ୍କୁ ‘ଦି ଟଙ୍କାର ମଣିଷ’ କହି ଆକ୍ଷେପ କରିଥିଲେ ମୁମ୍ବାଇ ମେୟର, ତା’ପରେ ପାଲଟା ଜବାବ୍‌ ଦେଲେ ପଙ୍ଗା କୁଇନ୍