ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ନୂଆଦିଲ୍ଲୀ – ପୁଣି ଥରେ ବିବାଦରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌  ମାର୍କଣ୍ଡେୟ କାଟଜୁ । ଯେତେବେଳେ ହାଥରସ୍‌ର ୨୦ ବର୍ଷିୟା ଯୁବତୀଙ୍କର ଗଣଦୁଷ୍କର୍ମକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି , ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଦାବି ଉଠିଛି। ସେତିକି ବେଳେ ଜଷ୍ଟିସ୍‌ କାଟଜୁଙ୍କର ବିବାଦୀୟ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏକ ସୋସିଆଲ ମିଡ଼ିଆରେ ପୋଷ୍ଟରେ କାଟଜୁ କହିଛନ୍ତି , ଦୁଷ୍କର୍ମ ମାମଲା ବଢ଼ୁଥିବା ପଛରେ ରହିଛି ଦେଶରେ ବଢ଼ୁଥିବା ବେରୋଜଗାରୀ ଏକମାତ୍ର କାରଣ । ସେକ୍ସ କେମିତି ମଣିଷର ପ୍ରାକୃତିକ ଅଭିଳାଷ, ଏହାକୁ ଦର୍ଶାଇ , ସେ କହିଛନ୍ତି – ମଣିଷ  ସାଧାରଣତଃ ତାର ଏହି ଇଚ୍ଛାକୁ ସାକାର କରିଥାଏ ବିବାହ ମାଧ୍ୟମରେ ଏବଂ ବେରୋଜଗାରୀ ବଢ଼ୁଥିବାରୁ ଯୁବକମାନଙ୍କୁ ବିବାହ କରିବାକୁ ଅସୁବିଧା ହେଉଛି । ଆଉ ଏହି ଯୌନ ଲାଳସା ତାଙ୍କୁ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ କରିବାକୁ ବାଧ୍ୟ କରୁଛି ।

“ ସେକ୍ସ ବା ଯୌନ କ୍ରିୟା  କରିବା ବ୍ୟକ୍ତିର ଏକ ପ୍ରାକୃତିକ ଇଚ୍ଛା । ଏହାକୁ ଅନେକ ସମୟରେ କୁହାଯାଏ , ଖାଦ୍ୟ ପରେ , ପରବର୍ତ୍ତୀ ଆବଶ୍ୟକତା ହେଲା ଯୌନ କ୍ରିୟା। ଭାରତ ପରି ରକ୍ଷଣଶୀଳ ସମାଜରେ ଜଣେ ସାଧାରଣ ଭାବେ ବିବାହ ମାଧ୍ୟମରେ ସେକ୍ସ କରିବାର ନିୟମ ରହିଛି। କିନ୍ତୁ ଯେତେବେଳେ ଦେଶରେ  ବହୁଳ ଭାବେ  ବେରୋଜଗାରୀ ବଢ଼ୁଛି, ବହୁ ସଂଖ୍ୟାରେ ଯୁବକ ଶ୍ରେଣୀୟ ବ୍ୟକ୍ତି ସେକ୍ସରୁ ବଞ୍ଚିତ ରହୁଛନ୍ତି । ଏପରିକି ସେମାନଙ୍କର ଯେଉଁ ବୟସରେ ଏହା ଏକ ସାଧାରଣ ଆବଶ୍ୟକ, ତାହା ସେମାନେ ପାଉ ନାହାନ୍ତି ।” କାଟଜୁ ଲେଖିଛନ୍ତି   ।

ଏହାସହ ଆଉ ମଧ୍ୟ ସେ ଲେଖିଛନ୍ତି , “  ମୁଁ ଆଉ ଥରେ ଏହାକୁ ସ୍ପଷ୍ଟ କରି କହୁଛି କି  ମୁଁ ଦୁଷ୍କର୍ମକୁ ସଠିକ୍‌ ବୋଲି କହୁଛି , ଏହାକୁ ମୁଁ ନିନ୍ଦା କରୁଛି । କିନ୍ତୁ ଦେଶର ପରିସ୍ଥିତିକୁ ଦେଖି ଏହା ବୃଦ୍ଧି ଘଟୁଛି । ତେଣୁ ଯଦି ଆମେ ଏହି ଦୁଷ୍କର୍ମକୁ ଶେଷ କରିବାକୁ ବା ହ୍ରାସ କରିବାକୁ ଚାହିଁବା ତ ଆମକୁ ଭାରତରେ ଏମିତି ଏକ ସାମାଜିକ ଓ ବ୍ୟବସ୍ଥା କରିବାକୁ ହେବ , ଯାହାକି କେହି ଆଉ ବେରୋଜଗାରୀ ରହିବେ ନାହିଁ ।   ”

ହାଥରସ୍‌ର ଏହି ଗଣଦୁଷ୍କର୍ମ ଘଟଣା ସମୟରେ ଜଷ୍ଟିସ୍‌ କାଟଜୁଙ୍କର ଏହି ବିବାଦୀତ ତର୍କ  ସମସ୍ତଙ୍କୁ ଅସ୍ଥିର କରିଦେଇଛି । ସେହି ପୁରୁଷଙ୍କୁ ନିନ୍ଦା କରିବା ବଦଳରେ  ସେ ଦୁଷ୍କର୍ମକୁ ସଠିକ୍‌ ଦର୍ଶାଇଛନ୍ତି ଏବଂ ଦୁଷ୍କର୍ମକାରୀର ଦୋଷର ବୋଝ ସାମାଜିକ ସମସ୍ୟା ଉପରେ ଲଦି ଦେଇଛନ୍ତି ।  

ସେପଟେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁଙ୍କର ଏହି ଲେଖାକୁ ରିଟ୍ୱିଟ୍‌ କରି ବହୁ ଲୋକେ ଅନେକ ପ୍ରତିକ୍ରିୟା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ନଦୀରେ କୁମ୍ଭୀର ସହ ପହଁରିବାର ମଜା ନେଉଥିଲେ ବ୍ୟକ୍ତି …ଆଉ ତାପରେ ଏମିତି ଘଟଣା ଘଟିଲା