ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ମୁମ୍ୱାଇ – ସ୍ୱାମୀଙ୍କ ପରକୀୟା ପ୍ରୀତି ସ୍ତ୍ରୀ ପାଇଁ ହୋଇଗଲା ଅସହ୍ୟ । ଶେଷରେ ନିଜ ସିନ୍ଦୂରକୁ ଆଉ କିଏ ଆପଣେଇବା ଆଗରୁ ,ସେ ବାଟରୁ ହଟେଇବାର ଉପାୟ କଲେ । ଏମିତି ଏକ ଘଟଣା ଘଟିଛି କଲ୍ୟାଣ ଷ୍ଟେସନ ଅଞ୍ଚଳରେ ।

ସୂଚନା ମୁତାବକ , ଜଣେ ମହିଳା ଆଉ ଜଣେ ମହିଳାଙ୍କୁ କଲ୍ୟାଣ ଷ୍ଟେସନ ବାହାରେ ଆକ୍ରମଣ କରିଥିଲେ । ମହିଳାଙ୍କର ସ୍ୱାମୀଙ୍କ ସହ ସଂପୃକ୍ତ ମହିଳାଙ୍କର ଆଫେୟାର ଚାଲିଥିଲା । ପୁଲିସ୍‌ ସୂଚନା ମୁତାବକ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ପ୍ରେମିକାଙ୍କୁ ଏକ ଛୁରୀରେ ବାରମ୍ୱାର ଆଘାତ କରିଥିଲେ ।

ଘଟଣାଟି ଏମିତି –

କଲ୍ୟାଣର ଅମ୍ୱିଭାଲିରେ ରହୁଥିବା ପ୍ରିୟା ଯାଦବ(୫୦) , ତାଙ୍କ ସ୍ୱାମୀ ଶିଭ ଦାସଙ୍କର ଅନ୍ୟ ଜଣେ ଅନିତା ରାଜ୍‌ (୪୫) ନାମ୍ନୀ ମହିଳାଙ୍କ ସହ ଆଫେୟାର ଥିବାର ସନ୍ଦେହ କରୁଥିଲେ । ଗୁରୁବାର ଦିନ ଟ୍ରେନ୍‌ରେ ପ୍ରିୟା କଲ୍ୟାଣ ଷ୍ଟେସନ ଯାଏ ଅନିତାଙ୍କୁ  ଅନୁସରଣ କରିଥିଲେ । ଷ୍ଟେସନ ବାହାରେ ପରସ୍ପର ଭେଟ ହୋଇଥିଲେ ଏବଂ ଯୁକ୍ତିତର୍କ ଲାଗିଥିଲା ଉଭୟଙ୍କ ଭିତରେ । ଏହି ସମୟରେ ପ୍ରିୟା ସାଥିରେ ଆଣିଥିବା ଛୁରୀରେ ଅନିତାଙ୍କୁ ଲଗାତାର ଆଘାତ କରିଥିଲେ ବୋଲି ମହାତ୍ମା ଫୁଲେ ଷ୍ଟେସନର ସବ୍‌—ଇନ୍ସପେକ୍ଟର ନାଗେଶ କଦମ କହିଥିଲେ ।  

ସ୍ଥାନୀୟ ଲୋକ ଓ ପୁଲିସ୍‌ ଟିମ୍‌ ପହଞ୍ଚି ପୀଡ଼ିତା ମହିଳାଙ୍କୁ ତୁରନ୍ତ ପାଖରେ ଥିବା ରୁକ୍ମିଣୀବାଇ ହସ୍ପିଟାଲକୁ ନେଇଥିଲେ ଏବଂ ଅଭଯୁକ୍ତକୁ ଧରିଥିଲେ । ପୁଲିସ୍‌ ଭାରତୀୟ ପେନାଲ୍‌ କୋଡ୍‌ ୩୨୬ ଅନୁସାରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍