ମହାଶିବରାତ୍ରିରେ ବିଶେଷ ସଂଯୋଗ, ବର୍ଷକୁ ମାତ୍ର ଥରେ ଖୋଲୁଥିବା ଏହି ମନ୍ଦିରରେ କରନ୍ତୁ ଦର୍ଶନ

ଜୟପୁର ୨୦/୨: ମହାଶିବରାତ୍ରିରେ ଏଥର ମଧ୍ୟ ଭୋଳାନାଥଙ୍କ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ ଏବଂ ହଜାର ହଜାର ସଂଖ୍ୟାରେ ଭକ୍ତ ଶିବଙ୍କ ପୂଜା-ର୍ଚ୍ଚନା କରି ତାଙ୍କୁ ପୁଷ୍ପ ଅର୍ପଣ କରିବେ । ଏହି ଅବସରରେ ଶିବ ବରଯାତ୍ରୀ ବାହାର କରାଯିବ ଯେଉଁଥିରେ ନନ୍ଦୀ, ଗଣ, ଦେବତା ସାମିଲ ହୋଇ ଖୁସି ମନାଇବେ । ଭଗବାନ ଭୋଳାନାଥଙ୍କ ଆରାଧନାର ଉତ୍ସବ ମହାଶିବରାତ୍ରିର ପର୍ବ ବିଶେଷ ସଂଯୋଗରେ ପାଳନ କରାଯିବ । ୫୯ ବର୍ଷ ପରେ ମକର ରାଶିରେ ଚନ୍ଦ୍ର-ଶନିଙ୍କ ସଂଯୋଗ ପର୍ବର ମାହାତ୍ମ୍ୟକୁ ବଢାଇବ । ସର୍ବାର୍ଥିସିଦ୍ଧି, ଉତ୍ତରାଷାଢା, ଶ୍ରବଣ ନକ୍ଷତ୍ରର ଅନେକ ଯୋଗ ଏହି ଦିନ ପଡୁଛି ।

ଜ୍ୟେତିଷଙ୍କ ଅନୁସାରେ ମହାଶିବରାତ୍ରିରେ ଶୁଭ ଯୋଗ ସୃଷ୍ଟି ହେଉଛି । ଶନି-ଚନ୍ଦ୍ରର ମକର ରାଶିରେ ୟୁତି ସହିତ ବୃହସ୍ପତି ଧନୁ ରାଶିରେ ରହିବ । ବୁଧ କୁମ୍ଭ ରାଶିରେ ଓ ଶୁକ୍ର ନିଜ ଉଚ୍ଚ ରାଶି ମୀନରେ ରହିବ । ୫ ଗ୍ରହର ରାଶି ପୁନରାବୃତ୍ତି ବିଶେଷ ଶୁଭଫଳଦାୟୀ ରହିବ । ଚନ୍ଦ୍ରମା ମନ ଓ ଶନି ଉର୍ଜାର କାରକ ଗ୍ରହ । ଏହି ଯୋଗ ସାଧନାର ସିଦ୍ଧି ପାଇଁ ବିଶେଷ ମହତ୍ତ୍ୱ ରଖିଥାଏ ।  ପ୍ରଥମ ପ୍ରହରର ପୂଜା ୨୧ ଫେବୃୟାରୀ ଶୁକ୍ରବାର ସନ୍ଧ୍ୟା ୬.୧୮ ରୁ ରାତି ୯.୨୮ ମିନିଟ୍ ସମୟରେ ହେବ । ଦ୍ୱିତୀୟ ପ୍ରହର ପୂଜା ରାତି ୯.୨୯ ରୁ ୧୨.୩୯ ମିନିଟ୍ ସମୟରେ ହେବ । ତୃତୀୟ ପ୍ରହର ପୂଜା ମଧ୍ୟରାତ୍ରି ୧୨.୪୦ରୁ ୩.୫୦ ରେ ହେବ । ଅନ୍ତିମ ପ୍ରହର ପୂଜା ମଧ୍ୟରାତ୍ରି ପରେ ୩.୫୧ ଟାରୁ ସକାଳ ୭.୦୨ ପର୍ଯ୍ୟନ୍ତ ହେବ ।

ଛୋଟିକାଶୀ ଜୟପୁରରେ ମନ୍ଦିର ପରିସରକୁ ବିଭିନ୍ନ ପୁଷ୍ପରେ ସଜାଯାଉଛି । ଶିବାଳୟରେ ରଙ୍ଗବେରଙ୍ଗର ଲାଇଟ୍ ଲଗାଯାଉଛି । ଏହା ସହିତ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ବିଶେଷ ବ୍ୟବସ୍ଥା ମଧ୍ୟ କରିଛନ୍ତି । ତାଡକେଶ୍ୱର ମନ୍ଦିରରେ ସୋମବାର ସକାଳ ୩.୩୦ ଟାରେ ମଙ୍ଗଳା ଆରତୀ ସହିତ ପୂଜା ସେବା ଆରମ୍ଭ ହୋଇଥାଏ । ମହନ୍ତ ରମେଶ ବ୍ୟାସ କୁହନ୍ତି ବହୁତ ଥାଟବାଟରେ ସଜାସଜି ହୁଏ । ଦର୍ଶନ ପାଇଁ ଏଥର ନୂଆ ବ୍ୟବସ୍ଥା ମଧ୍ୟ ହୋଇଛି ।

ବ୍ୟାସ କହିଛନ୍ତି ଶିବଭକ୍ତଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ପାଣି ଚଢାଇବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ପ୍ରଥମ ଥର ପାଇଁ ଭିଆଇପିଙ୍କ ଦର୍ଶନ ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି । ୨୫୦ ବାସ୍କେଟ୍(ପାଣି ଭରିବା ପାତ୍ର) ଉପଲବ୍ଧ କରାଯିବ । ସ୍ଥାନୀୟ ବ୍ୟାପାର ମଣ୍ଡଳୀ ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ଜଳ ଚଢାଇବା ବ୍ୟବସ୍ଥା କରିବ । ୨୦୦ ରୁ ଅଧିକ କର୍ମୀ, ସାଦା ପୋଷାକରେ ପୋଲିସ ଜବାନ ବ୍ୟବସ୍ଥା ମଧ୍ୟ ବ୍ୟବସ୍ଥା ଉପରେ ନଜର ରଖିବେ ।  

ଜୟପୁରର ସମସ୍ତ ଶିବ ମନ୍ଦିର ବର୍ଷସାରା ଖୋଲା ରୁହେ । ତେବେ ଗୋଟିଏ ମନ୍ଦିର ବର୍ଷରେ ମାତ୍ର ଥରେ ଶିବ ଦର୍ଶନ ପାଇଁ ଖୋଲିଥାଏ ଯେଉଁଥିରେ ମୋତି ଡୁଙ୍ଗରୀ କିଲ୍ଲା ସ୍ଥିତ ଏକଲିଙ୍ଗେଶ୍ୱର ମହାଦେବ ମନ୍ଦିର ଓ ସିଟି ପ୍ୟାଲେସରେ ସ୍ଥିତ ରାଜେଶ୍ୱର ମହାଦେବ ମନ୍ଦିର ପ୍ରମୁଖ । ୫ ଟନ୍ ଓଜନ ଓ ୧୪ ମୁଖୀ ରୁଦ୍ରାକ୍ଷ ଅଳଙ୍କୃତ ଜ୍ୟେର୍ତିଲିଙ୍ଗେଶ୍ୱର ମହାଦେବ ମନ୍ଦିରରେ ଶିବରାତ୍ରିରେ ଭକ୍ତଙ୍କୁ ଗଙ୍ଗାଜଳ, ବେଲ ପତ୍ର, ମିଶ୍ରିତ ଦୁଗ୍ଧ ଭକ୍ତଙ୍କୁ ନିଶୁଳ୍କ ବିତରଣ କରାଯିବ ।

ସଦାଶିବ ଜ୍ୟେର୍ତିଲିଙ୍ଗେଶ୍ୱର ମନ୍ଦିର ଟ୍ରଷ୍ଟର ସଂସ୍ଥାପକ ବିଷ୍ଣୁ ନାଟାଣୀ କୁହନ୍ତି କି ଆମେରିକା, ରୋମାନିଆ, ଦିଲ୍ଲୀ, ମୁମ୍ବାଇରୁ ମଧ୍ୟ ଭକ୍ତଙ୍କ ଅନୁଷ୍ଠାନ ପାଇଁ ପ୍ରିବୁକିଂ କରାଯାଇଛି । ବୈଶାଳୀନଦର କ୍ୱିନ୍ସ ରୋଡ ସ୍ଥିତ ଝାରଖଣ୍ଡ ମହାଦେବ ମନ୍ଦିରରେ ୪ ପ୍ରହରର ପୂଜାରେ ଜଳାଭିଷେକ, ବିଭିନ୍ନ ଦ୍ରବ୍ୟରୁ ଭୋଳାନାଥଙ୍କ ଅଭିଷେକ ସହିତ ଅନ୍ୟ କାର୍ଯ୍ୟକ୍ରମ ହେବ । ଭୋଳାନାଥଙ୍କ ଶୃଙ୍ଗାର ପାଇଁ ବିଦେଶୀ ଫୁଲ ମଧ୍ୟ ମଗାଯାଇଛି । ତେବେ ୩୦୦ ପୋଲିସ ଜବାନ, ୨୦୦ରୁ ଅଧିକ କର୍ମୀ ସୁରକ୍ଷା ବ୍ୟବସ୍ଥା ସମ୍ଭାଳିବେ ।  

   ସମ୍ବନ୍ଧିତ ଖବର


କରୋନା ସହ ଲଢ଼ିବା ପାଇଁ Google Doodle ର ନୂତନ ଅବତାର : ମହାମାରୀକୁ କିପରି ରୋକି ହେବ ଜାଣନ୍ତୁ

କେରଳରେ ମଦ ଦେକାନ ବନ୍ଦ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ବ୍ରେକ୍

ଆମେରିକାରେ କରୋନା ନେବ ଲକ୍ଷାଧିକ ପ୍ରାଣ, ଏବେ ଠାରୁ ୧ ଲକ୍ଷ ବଡିବ୍ୟାଗ୍‌ କିଣିବାକୁ ଅର୍ଡର ଦେଲା ଟ୍ରମ୍ପ ପ୍ରଶାସନ

କରୋନାରେ ଦୋକାନୀଙ୍କ ମୃତ୍ୟୁ, ଜିନିଷ କିଣିବାକୁ ଆସୁଥିଲେ ମରକଜର ଜମାତି, ଏବେ ବିପଦରେ ବସ୍ତି ଲୋକଙ୍କ ଜୀବନ