ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବର୍ଷିଲେ ନିଜ ଭଉଣୀ – କହିଲେ ମୋ ଭାଇ ମିଛୁଆ , ଧୋକାବାଜ୍‌ ଓ କ୍ରୁର‌

ଆମେରିକା – ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ଭଉଣୀ କଥିତ ରୂପେ  ମିଛୁଆ ଓ କ୍ରୁର କହିଛନ୍ତି । ବାସ୍ତବିକ୍‌ ଟ୍ରମ୍ପଙ୍କର ଭଉଣୀ ଓ ପୂର୍ବତନ ଫେଡରଲ ଜଜ୍‌ ମାରିଆନି ଟ୍ରମ୍ପ ବେରୀଙ୍କର ଏକ ଅଡ଼ିଏ ଟେପ୍‌ ଏବେ ଲିକ୍‌ ହୋଇଛି। ଦାବି କରାଯାଉଛି କି ଏହି ଅଡିଓ କ୍ଲିପ୍‌କୁ ନେଇ ମାରିଆନି ଟ୍ରମ୍ପ ବେରୀଙ୍କର ଭଣଜା କହିଥିଲେ କି , ମୁଁ ନିଜର ମାଇଁଙ୍କୁ ଗୁପ୍ତଚର ତରିକାରେ ଏଥିପାଇଁ ରେକର୍ଡ କରିଥିଲି , ଯାହାକି କିଛି ବି ଆଇନ୍‌ ସମସ୍ୟା ବେଳେ ରକ୍ଷା କରିହେବ।

କୁହାଯାଉଛି କି , ଏହି ଅଡ଼ିଓ ଟେପ୍‌ରେ ହୋଇଥିବା କଥାବାର୍ତ୍ତାକୁ ସବୁଠୁ ପ୍ରଥମେ  ୱାଶିଂଟନ ପୋଷ୍ଟ ନିଜର ଖବରକାଗଜରେ ପ୍ରକାଶିତ  କରିଥିଲା ।  ଏହାପରେ  ଅନ୍ୟ ମିଡ଼ିଆ ସଂସ୍ଥାମାନେ  ମଧ୍ୟ ଏହି ଟେପ୍‌କୁ  ନିଜର ଖବରରେ  ସ୍ଥାନ ଦେଇଥିଲେ ।  ଏହି ଟେପ୍‌ରେ କଥିତ ରୂପେ  ମାରିଏନ୍‌ ଟ୍ରମ୍ପ ବେରି  ଟ୍ରମ୍ପଙ୍କ ବିଷୟରେ କହିଥିଲେ କି ତାଙ୍କର ଟ୍ୱିଟ୍‌ ବେକାର ଓ ମିଛରୁ ଇଶ୍ୱର ହିଁ ବଞ୍ଚାଇବେ , ଏହା ଧୋକାବାଜ ଓ କ୍ରୁରତା ।

ଏହା ବି କୁହାଯାଉଛି କି ଏହି ଟେପ୍‌ରେ ମାରିଏନ୍‌ ଟ୍ରମ୍ପ ବେରି  ଡୋନାଲ୍ଡ ଟ୍ରମ୍ପଙ୍କର ନୁହେଁ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଜୋଏ ବିଡେନ୍‌ଙ୍କର ସମର୍ଥନ କରିବାର ଶୁଣାଯାଉଛି । ଏହି ଗୁପ୍ତଚର ଉପାୟରେ ରେକର୍ଡିଂରେ ବେରୀ ଟ୍ରମ୍ପ ପ୍ରଶାସନର ମାଇଗ୍ରେସନ ନୀତିକୁ ନିନ୍ଦା କରିଛନ୍ତି । ଏହା କୁହାଯାଉଛି କି  ଏହି ଅଡିଓ  ରେକର୍ଡିଂ ୨୦୧୮-୧୯ ମସିହାରେ କରାଯାଇଛି ।

ଏହା ପୂର୍ବରୁ କେବେ ବି ଟ୍ରମ୍ପଙ୍କର ଭଉଣୀ  ମାରିଏନ୍ ଟ୍ରମ୍ପ ବେରୀ  ସର୍ବସାଧାରଣରେ  ନିଜ ଆଇ ଡୋନାଲ୍ଡ ଟ୍ରମ୍ପଙ୍କର ଆଲୋଚନା କରି ନାହାନ୍ତି । ମାରିଏନ୍‌ ଟ୍ରମ୍ପ  କହି ସାରିଛନ୍ତି କି ସେ  ନିଜର ଭାଇଙ୍କର ବହୁତ ନିକଟତର ଏବଂ ଯେବେ ସେ ଥରେ  ଅପରେସନ ବିଷୟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଥିଲେ । ସେତେବେଳେ ତାଙ୍କର ଭାଇ  ପ୍ରତିଦିନ  ତାଙ୍କୁ ଦେଖିବାକୁ ଆସୁଥିଲେ ।

   ସମ୍ବନ୍ଧିତ ଖବର


ରୁଷ ସାଟେଲାଇଟ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲା ଭାରତୀୟ ଗୁଇନ୍ଦା ଉପଗ୍ରହ

ଓ୍ବାଜିଦଙ୍କ ପରଲୋକ ପରେ ପରିବାର ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ପତ୍ନୀ, କହିଲେ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଛି …

ନାଗାଲାଣ୍ଡର ଏହି ଗାଁରେ ହୀରା ମିଳିବା ଖବର ପରେ ପାହାଡ ଖୋଳିଦେଲେ ଗ୍ରାମବାସୀ

‘ନିବାର’ ବାତ୍ୟା ଯୋଗୁ ବେଳାଭୂମିରେ ଜମା ହେଲା ସୁନା, କଥା ପ୍ରଚାର ହେବା ପରେ ସୁନାର ସନ୍ଧାନ ପାଇଁ ଲାଗିଲା ପ୍ରବଳ ଭିଡ଼

ଶାଳୀକୁ ନେଇ ଫେରାର ହେଲା ଭିଣୋଇ, ଧରା ପଡିବା ପରେ ବିଷ ପିଇଲେ ଯୁବତୀ

ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ