ବାପା-ପୁଅଙ୍କ ବିବାଦ ! ସିନିୟର ସିଂଘାଣିଆଙ୍କୁ ମିଳିବକି ତାଙ୍କ ହକ୍‌ ?

(ସତ୍ୟ ନାରାୟଣ ମହାପାତ୍ର) : ନିଜର ପିଲାଙ୍କୁ ସ୍ନେହ ଓ ଭଲପାଇବା ଦେବା ଠିକ୍‌ । ହେଲେ ସେମାନଙ୍କୁ ଅନ୍ଧଭଳି ଭଲ ପାଇବା କେତେ ଯେ ଭୁଲ ହୋଇପାରେ , ତାହା ସାରା ଦେଶର ମାତା ପିତାଙ୍କୁ ଚେତେଇ ଦେଇଛି  ସିଂଘାଣିଆ ପରିବାରର ବିବାଦ । ସମ୍ପତ୍ତି ବିବାଦକୁ ନେଇ ଏହି ବାପା -ପୁଅ ,ବିଜୟପତ ସିଂଘାଣିଆ ଓ ଗୌତମ ସିଂଘାଣିଆଙ୍କ କଳି ଆଜି କୋର୍ଟରେ ପହଞ୍ଚିଛି ।

୮୦ବର୍ଷିୟ ବିଜୟପତ ସିଂଘାଣିଆ ନିଜର ଉଦ୍ୟମ ବଳରେ ଏକ ଛୋଟ କପଡ଼ା ବ୍ୟବସାୟକୁ ଭାରତରେ ଏକ ବଡ଼ ଘରୋଇ ଉଦ୍ୟୋଗ ଭାବରେ ପ୍ରସିଦ୍ଧ କରିପାରିଥିଲେ ଏବଂ ଯାହାର ଫଳସ୍ୱରୂପ ରେମଣ୍ଡ ଗ୍ରୁପ୍‌ ଆଜି ଉତ୍ତମ ଗୁଣବତ୍ତା ସଂପନ୍ନ ବଡ଼ ଉତ୍ପାଦକ ଭାବେ ବିଶ୍ୱରେ ନାଁ କମେଇଛି । ସିଂଘାଣିଆ ପରିବାର ଏହି କପଡ଼ା ବ୍ୟବସାୟ ବ୍ୟତୀତ ସିମେଣ୍ଡ , ଡାୟରୀ ଓ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ଉତ୍ସାହ ରଖିଛି ।  

ବିବାଦର ସୂତ୍ରପାତ-

ସିଂଘାଣିଆ ପରିବାରରେ ବିବାଦ ସେତେବେଳେ ମୁଣ୍ଡ ଟେକିଥିଲା , ଯେତେବେଳେ ୨୦୧୫ ମସିହାରେ ବିଜୟପତ ସିଂଘାଣିଆ ନିଜ ନିୟନ୍ତ୍ରଣରେ ଥିବା  ୩୭ ପ୍ରତିଶତ ଅଂଶ ଧନକୁ ନିଜ ପୁଅକୁ ହସ୍ତାନ୍ତର କରିଥିଲେ । ରେମଣ୍ଡକୁ ପ୍ରସିଦ୍ଧ କରିବାରେ ଖୁବ୍‌ ସିଦ୍ଧହସ୍ତ ଥିଲା  ବିଜୟପତ ସିଂଘାଣିଆଙ୍କର । ବର୍ତ୍ତମାନ ୬ହଜାର କୋଟିର ସମ୍ପତ୍ତିକୁ ପରିଚାଳନା କରୁଥିବା ପୁଅ ଗୌତମ ସିଂଘାଣିଆକୁ ୨୦୧୫ରେ ସିନିୟର ସିଂଘାଣିଆ ନିଜର ୧୦୦୦କୋଟି ଟଙ୍କାରୁ ଅଧିକ ଅଂଶଧନ ଦେଇଥିଲେ । ଏହାର ଦୁଇବର୍ଷ ପରେ ଏହି ସିନିୟର ସିଂଘାଣିଆ ଜାଣି ପାରିଥିଲେ କି ତାଙ୍କୁ ପାଇଁ ଏକ ବୁଝାମଣା କରାଯାଇ ଥିଲା। ପରିବାରର ଏକ ଅଲଗା ଝଗଡ଼ାର ବୁଝାମଣା ନେଇ ୨୦୦୭ର ଏକ ଏଗ୍ରିମେଣ୍ଟ ଅନୁସାରେ, ବିଜୟପତ୍‌, ସିଂଘାନିଆ ପରିବାରର ୩୬ ମହଲା ବିଶିଷ୍ଟ ଜେକେ ହାଉସ୍‌ର ଏକ ଆପାର୍ଟମେଣ୍ଟ ପାଇବାର ଥିଲା । ଯାହାକି ମୁମ୍ୱାଇର ୟୁପିମାର୍କେଟ ସ୍ଥିତ ମାଲାବାର ହିଲ୍‌ ଅଞ୍ଚଳରେ ଥିଲା । ତାଙ୍କର ପୁଅ ଗୌତମ ସିଂଘାଣିଆ ରେମଣ୍ଡ ବୋର୍ଡକୁ ଏକ ମୂଲ୍ୟବାନ ସମ୍ପତ୍ତି ବିକ୍ରି କରିବାକୁ ପ୍ରସ୍ତାବ ରଖିଲେ । କିନ୍ତୁ କଥା ଏଇଠି ଥିଲା କି ଯେତେବେଳେ ଏହାର ଏଗ୍ରିମେଣ୍ଟ ହୋଇଥିଲା , ସେତେବେଳେ ଏହାର ମୂଲ୍ୟାଙ୍କନ କରାଯାଇନଥିଲା ।

 ଯେମିତି ଝଗଡ଼ା ବଢ଼ିଲା ବୋର୍ଡ  ବିଜୟପତ୍‌ଙ୍କ ‘ଚେୟାରମ୍ୟାନ୍‌ ଏମେରିଟସ୍‌’ ଟାଇଟଲକୁ କାଢ଼ି ନେଲା ଏବଂ ତାଙ୍କ ନାଁରେ କମ୍ପାନୀଙ୍କୁ ଚିଠିରେ ଅପମାନଜନକ ଭାଷା କହିବାର ଅଭିଯୋଗ ଲଗାଗଲା ।

ବିଜୟପତ୍‌ଙ୍କର ଦାବି ଯେ,  ତାଙ୍କୁ  ସଂପୂର୍ଣ୍ଣ ଭାବେ (physically) ତାଙ୍କର କାର୍ଯ୍ୟାଳୟରୁ ବାହାର କରି ଦିଆଯାଇଥିଲା । ଆଉ ତାଙ୍କୁ ମିଳିଥିବା ଭାରତର ଶ୍ରେଷ୍ଠ ନାରଗିକ ସମ୍ମାନ ପଦ୍ମ ଭୂଷଣ ମଧ୍ୟ ଚୋରି ହୋଇଯାଇଥିଲା।  

ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟବସାୟୀ ବିଜୟପତ୍‌ ସିଂଘାଣିଆ , ଯିଏ ଦିନେ ସମସ୍ତଙ୍କର ଆଦର୍ଶ ଥିଲେ , ଆଜି ପାଲଟିଯାଇଛନ୍ତି ବେସାହାରା ଓ ଏକୁଟିଆ । ଅଚଳ ସମ୍ପତ୍ତିର ମାଲିକଙ୍କ ପାଖରେ ଆଜି ରହିବାକୁ ଘରଟିଏ ନାହିଁ। ରହୁଛନ୍ତି ଭଡ଼ା ଘରେ । ଜୀବନର ଅପରାହ୍ନରେ ଟିକେ ଶାନ୍ତିରେ ଜୀବନ ବିତାଇବା ବେଳେ , ସମ୍ପତ୍ତିକୁ ନେଇ ନ୍ୟାୟ ପାଇଁ ଲଢେଇ କରୁଛନ୍ତି ନିଜ ପୁଅ ସହ । ନିଜର ହକ୍‌ ପାଇବା ପାଇଁ । କାରଣ ନିଜର ଔରସରୁ ଜାତ ପୁଅ ତାଙ୍କୁ ନିଜ ସମ୍ପତ୍ତିରୁ କରିଛନ୍ତି ବଞ୍ଚିତ ।

ପ୍ରତି ମାସରେ ଭଡ଼ା ସ୍ୱରୂପ ୭ଲକ୍ଷ ଟଙ୍କା ପାଇବାକୁ ଦାବି କରିଛନ୍ତି ସିନିୟର ସିଂଘାଣିଆ।ସେ ଅନୁଭବ କରୁଛନ୍ତି ,ଆଉ କହିଛନ୍ତି କି ,ମୁଁ କେବେ ସ୍ୱପ୍ନରେ ଭାବିନଥିଲି କି ଏହି ଏଗ୍ରିମେଣ୍ଟ ପତ୍ରର ପୂରଣ ପାଇଁ ମୋ ପୁଅ ବିରୁଦ୍ଧରେ ମୋତେ ଅଦାଲତକୁ ଯିବାକୁ ପଡ଼ିବ ।

ଏହି ବିବାଦର ସମାଧାନ ପାଇଁ ବମ୍ୱେ  ହାଇକୋର୍ଟ ଦୁଇ ପକ୍ଷକୁ ଆଶ୍ୱାସନ ଦେଇଛି ।  ଏହି ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠର ମୁଖ୍ୟ ବିଚାରପତି ଜିଏସ୍‌ କୁଳକର୍ଣ୍ଣି କହିଛନ୍ତି , ପ୍ରଥମେ ଏହି ମାମଲାକୁ ଅଦାଲତକୁ ଆଣିବା ଉଚିତ୍‌ ନଥିଲା ।

ବର୍ତ୍ତମାନ ରେମଣ୍ଡ ଚେୟାରମ୍ୟାନ୍‌ ଗୌତମ ସିଂଘାଣିଆ କହିଛନ୍ତି ,  ସେ  ଏହି ମାମଲାର ସମାଧନ ପାଇଁ ରାଜି ଅଛନ୍ତି ଏବଂ ସେ ଅନୁମାନ କରୁଛନ୍ତି ଯେ , କିଛି ଅର୍ଥ ଲୋଭୀ ନିଚ୍ଚ ସ୍ୱାର୍ଥର ଲୋକ ତାଙ୍କ ବାପାଙ୍କୁ ଭୁଲ୍‌ ବାଟରେ ନେଉଛନ୍ତି । ଏଣୁ ଏବେ ସେ ସେମାନଙ୍କ କଥା ନଶୁଣି ଏକା ବିଚାର କରିବା ଉଚିତ୍‌ ।

 ରେମଣ୍ଡର ଚେୟାରମ୍ୟାନ କହିଛନ୍ତି , ମୁଁ ଏବେ ଦୁଇଟି ଦାୟିତ୍ୱର ଟୋପି ପିନ୍ଧିଛି । ଗୋଟିଏ ପୁଅ ଭାବେ ଓ ଅନ୍ୟଟି କମ୍ପାନୀର ମୁଖ୍ୟ ଭାବେ । ବେଳେବେଳେ ଏହି ଅର୍ଥସ୍ୱାର୍ଥ ପାଇଁ କଳି ଝଗଡ଼ା ହୁଏ । ତେବେ ମୁଁ  ପୂର୍ଣ୍ଣ ବିଶ୍ୱାସର ସହ ରହିଛି , ମୋତେ ଯାହା ଠିକ୍‌ ଲାଗିବ ତାହା କମ୍ପାନୀର ହିତ ପାଇଁ କରିବି ବୋଲି ଗୌତମ କହିଛନ୍ତି।

ଶେଷରେ ଗୌତମ ସିଂଘାଣିଆ ବୁଝିଛନ୍ତି ସବୁ। ଆଉ କହିଛନ୍ତି ଅନ୍ୟ କାହାର ବିନା ହସ୍ତକ୍ଷେପରେ ସେ ନିଜ ପିତାଙ୍କର ଯତ୍ନ ନେବେ  ଏବଂ ପିତାଙ୍କ ସହ ଏକ ସୁନ୍ଦର ଆରାମଦାୟକ ଜୀବନ ବିତାଇବେ ।

ମାମଲାର କ୍ଲାଇମାକ୍ସ –

ହେଲେ ସେପଟେ ବିଜୟପତ୍‌ ସିଂଘାଣିଆ ଏବେ ଭାରତୀୟ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି , ଯାହାକି ୨୦୦୭ର ଆଇନ୍‌ ଅନୁସାରେ ଯଦି ପିଲାମାନେ ମାତାପିତାଙ୍କର ମୌଳିକ ଆବଶ୍ୟକତା ପୂରଣ ନକରନ୍ତି , ତେବେ ସେମାନେ ନିଜର ପିଲାଙ୍କୁ ଉପହାର ସ୍ୱରୂପ ଦେଇଥିବା ସମ୍ପତ୍ତି ପୁଣି ଫେରି ପାଇ ପାରିବେ ।

ଏବେ ଦେଖିବାକୁ ବାକି ରହିଲା ପୁଣି ପିତା-ପୁତ୍ରଙ୍କର ଏହି ବିବାଦ କେଉଁ ଆଡ଼କୁ ଯାଉଛି । ସମାଧାନ ନା ପୁଣି ଏକ ସମସ୍ୟା ?  ଏହାକୁ ନେଇ ଏବେ ବଡ଼ ପ୍ରଶ୍ନବାଟୀ ସୃଷ୍ଟି କରିଛି ।

   ସମ୍ବନ୍ଧିତ ଖବର


ଗାନ୍ଧୀଙ୍କ ପଥରେ ମୋଦି ସରକାର ! CHAMPIONS ସାହାଯ୍ୟରେ ଚମ୍ପିୟନ ହେବ MSME ସେକ୍ଟର..

୪.୨୫ କୋଟି ଟଙ୍କାରେ ବିକ୍ରୀ ହେଲା ୩୫ ବର୍ଷ ପୁରୁଣା ଜୋତା, ଜାଣନ୍ତୁ କାହିଁକି ଏତେ ଦାମ

୪୫ରେ ବି ୨୫ ବର୍ଷିୟା ଲାଗନ୍ତି ଏହି ଅଭିନେତ୍ରୀ, ଜାଣନ୍ତୁ ତାଙ୍କର ସୌନ୍ଦର୍ଯ୍ୟର ରହସ୍ୟ

ହ୍ୱାଟ୍ସଆପରେ ଏକାଠି ୫୦ ଲୋକଙ୍କୁ କରିପାରିବେ ଭିଡିଓ କଲ୍, ଜାଣନ୍ତୁ ସହଜ ଉପାୟ

ସେକ୍ସ ୱାର୍କରଙ୍କୁ ମିଳିଲା ସୁଯୋଗ …କିନ୍ତୁ ସାମାଜିକ ଦୂରତା ଅନିବାର୍ଯ୍ୟ ..ଜାଣନ୍ତୁ କଣ ରହିଛି ଗାଇଡ୍‌ ଲାଇନ୍

ବଢୁଛି ସୁନା-ରୂପା ଦାମ୍, ୨୦୨୧ ସୁଦ୍ଧା ଛୁଇଁପାରେ ୮୦ ହଜାର ଟଙ୍କା