ଦୃଢ଼ ଇଛା ଶକ୍ତିରେ ସବୁ ସମ୍ଭବ ! ଅଟୋ ଚାଳକଙ୍କ ସ୍ବପ୍ନ ହେଲା ସତ : ପିଏଚଡି ହାସଲ କରି ହେଲେ ଅଧ୍ୟାପକ

କେରଳ ୨୦/୪ : “ମୋ ଜୀବନ ଥିଲା ଅନେକ ଗୁଡିଏ ବିଫଳତାର ସମାହାର। କିନ୍ତୁ ଦୃଢ଼ ଇଚ୍ଛା ଶକ୍ତି ବଳରେ ସେହି ବିଫଳତାକୁ ସଫଳତାର ପାହାଚ କରି ଦୁନିଆକୁ ଭୁଲ ପ୍ରମାଣିତ କରି ଦେଖେଇ ଦେଇଥିଲି ।”

ଏହି କଥା ମୋର ନୁହେଁ ସେହି ଯୁବକଙ୍କର , ଯାହାଙ୍କ ନାଁ ଅଜିତ(୨୮)। ଯିଏ ଜୀବନକୁ ଖୁବ ବୁଝିଛନ୍ତି । ଆଉ ତନ୍ନ ତନ୍ନ କରି ପରଖିଛନ୍ତି ସମୟକୁ । ସେଥିପାଇଁ ତ ସେ ଆଜି ପାଲଟି ଯାଇଛନ୍ତି ବିଜେତା । ଅନେକଙ୍କ ପାଇଁ ପ୍ରେରଣା । ସେ କେରଳର ପ୍ରଥମ ଅଟୋ ଚାଳକ ଯିଏକି ପିଏଚଡି କରିଛନ୍ତି । ଆଉ ନିଜ ନାଁ ପୂର୍ବରେ ଯୋଡିଛନ୍ତି Dr.

ଆସନ୍ତୁ ତାହେଲେ ତାଙ୍କୁ ଟିକେ ଭଲରେ ଜାଣିବା । ଆଉ ତାଙ୍କ ଜୀବନର ସଂଘର୍ଷ କାହାଣୀକୁ ପଢ଼ିବା ।

ଯେତେବେଳେ ଅଜିତଙ୍କୁ ମାତ୍ର ତିନି ମାସ ହୋଇଥିଲା, ତାଙ୍କ ପିତା ତାଙ୍କୁ ଓ ତାଙ୍କ ମାଆଙ୍କୁ ଛାଡ଼ି ପଳାଇଥିଲେ। ସେହି ସମୟରେ, ସେ କୁଆଡେ ଯିବେ, କେଉଁଠି ରହିବେ କିଛି ଜାଣି ପାରିନଥିଲେ। ନା ତାଙ୍କର ଥିଲା ଖଣ୍ଡେ ଜାଗା ନା ଘର । ବେସାହାରା ପାଲଟି ଯାଇଥିଲେ।

“ମୋ ମା ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ ଆମେ ତାଙ୍କ ଗାଁକୁ ଚାଲି ଯାଇଥିଲୁ। ଆମକୁ ବିନା ବିଦ୍ୟୁତରେ ଏକ ଘରେ ରହିବାକୁ ପଡୁଥିଲା, ଏବଂ ମା ମୋତେ ସ୍କୁଲରେ ଛାଡି ଦୈନିକ ମଜୁରୀ କାମ ପାଇଁ ଘର ବାହାରକୁ ଯାଉଥିଲେ । ଏହା ଆମ ଜୀବନର ସବୁଠାରୁ କଠିନ ସମୟ ଥିଲା ବୋଲି ଅଜିତ ସ୍ମରଣ କରି କୁହନ୍ତି।

“ମୋ ପରିବାରରେ ପାଠ ସ୍ବପ୍ନ ଥିଲା । ମୁଁ ଭଲ ଛାତ୍ର ନ ଥିଲି, ଏବଂ ଯେତେବେଳେ ମୁଁ ଦଶମ ଶ୍ରେଣୀରେ ଗଣିତରେ ଫେଲ ହୋଇଥିଲି, ମୋ ମା ମୋତେ ପଚାରିଥିଲେ ମୁଁ କଣ କରିବାକୁ ଚାହୁଁଛି? ମୁଁ ଜାଣିଥିଲି ଯେ ମୋତେ ତାଙ୍କୁ ସାହାଯ୍ୟ କରିବାକୁ ପଡିବ, ତେଣୁ ମୁଁ ସ୍କୁଲ ଛାଡି କିଛି ଟଙ୍କା ରୋଜଗାର କରିବାକୁ ସ୍ଥିର କଲି।”

ପାଠ ଛାଡି ଅଜିତ ଏକ ଖଣିରେ ଶ୍ରମିକମାନଙ୍କ ସହ କାମ କଲେ । ସେ ପ୍ରତିଦିନ ପ୍ରାୟ ୧୦୦ ରୁ ୨୦୦ଟଙ୍କା ରୋଜଗାର କଲେ। ଏଥିରେ ଦୁଇଜଣ ଚଳିବା ପାଇଁ ଯଥେଷ୍ଟ ଭଲ ଥିଲା ।

କିନ୍ତୁ ଯେତେବେଳେ ବର୍ଷା ଋତୁ ଆରମ୍ଭ ହେଲା, କାର୍ଯ୍ୟ ଅଧାରେ ବନ୍ଦ ରହିଲା। ତେଣୁ ସେ ମାଛ ବିକ୍ରୟ କରିବା ଏବଂ ଚାଷଜମିରେ କାମ କରିବା ଭଳି କାମ ଆରମ୍ଭ କଲେ । ଯେତିକି ଟଙ୍କା ମିଳିଲା ସେତିକିରେ ଚଳିଲେ ।

ଜୀବନ ନୂଆ ମୋଡ଼ ନେଲା :

“ଯେତେବେଳେ ମୁଁ ଖଣିରେ କାମ କରୁଥିଲି, ଅନେକ ଲୋକ ମୋତେ ପଚାରିଥିଲେ ମୁଁ କାହିଁକି ମୋର ଶିକ୍ଷା ସମାପ୍ତ କରି ନାହିଁ? ସେହି ସମୟରେ, ଟଙ୍କା ରୋଜଗାରର ଉତ୍ସାହ ସହିତ, ମୁଁ ବିଦ୍ୟାଳୟ ପାଠପଢା କଥା ଚିନ୍ତା କରି ନ ଥିଲି ।

କିନ୍ତୁ ଗୋଟେ ବର୍ଷ ବିତିଗଲା ପରେ, ମୁଁ ଅନୁଭବ କଲି ଯେ ମୁଁ ମୋର ସାମର୍ଥ୍ୟରେ ଅଧିକ କିଛି ହାସଲ କରିପାରିବି । ଏବେ ମୁଁ ଆର୍ଥ ସଞ୍ଚୟ କରିବାକୁ ନିଷ୍ପତ୍ତି ନେଲି । ତେଣୁ ୨୦୦୭ରେ, ମୁଁ ମୋର ଶିକ୍ଷା ସମାପ୍ତ କରିବାକୁ ଇଚ୍ଛା କରି ମୁଭାଟୁପୁଜା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଫେରିଥିଲି ବୋଲି ଅଜିତ କହିଛନ୍ତି।

ବିଦ୍ୟାଳୟରେ ଅଜିତଙ୍କ Political Science ଶିକ୍ଷକ ସନ୍ତୋଷ କୁମାର ତାଙ୍କୁ ସ୍କୁଲରୁ ପାସ୍ କରିବା ପରେ ଅଧ୍ୟୟନ ଜାରି ରଖିବାକୁ ଉତ୍ସାହିତ କରିଥିଲେ । ଏହାପରେ ସେ କୋଲେଞ୍ଚେରୀର ସେଣ୍ଟ ପିଟର କଲେଜରେ ଯୋଗ ଦେଇ ମାଲାୟାଲମରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।

ଅର୍ଥ ସମସ୍ୟା କିନ୍ତୁ ତାଙ୍କ ପିଛା ଛାଡ଼ି ନଥିଲା , ସେ ଏକ ସେକେଣ୍ଡ ହ୍ୟାଣ୍ଡ ଅଟୋ କିଣିଲେ । କଲେଜ ପରେ ସନ୍ଧ୍ୟା ବେଳେ ଓ ଛୁଟିଦିନରେ ଅଟୋ ଚଲାଇଲେ । ଏଥିରେ ତାଙ୍କର ସମସ୍ତ କଲେଜ ଫି ପାଇଁ ଟଙ୍କା ରୋଜଗାର କଲେ ।

ଅଜିତ କୁହନ୍ତି ସେ ସ୍ନାତକୋତ୍ତର ଡିଗ୍ରୀ ସମାପ୍ତ କଲା ପରେ, ଆହୁରି ଆଗକୁ ପଢିବାକୁ ଇଚ୍ଛା କଲେ ଏବଂ BEd ଡିଗ୍ରୀ ହାସଲ କରିବା ପାଇଁ ମୁଭାଟୁପୁଜା ଶ୍ରୀ ନାରାୟଣ ଶିକ୍ଷା ମହାବିଦ୍ୟାଳୟରେ ଯୋଗ ଦେଲେ। ଏହାପରେ ଅଧ୍ୟାପକ ହେବାର ଲକ୍ଷ୍ୟ ନେଇ ଅଜିତ ଥୁଚାଥ ଏଜୁଥାଚାନ୍ ମାଲାୟାଲମ୍ ବିଶ୍ୱବିଦ୍ୟାଳୟରେ ମାଲାୟାଲମରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।

୨୦୧୫ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ପରେ, ଅଜିତଙ୍କ ପାଇଁ ଏକ ଖୁସିର ସମୟ ଥିଲା । ସେ ସମଗ୍ର ବିଶ୍ୱବିଦ୍ୟାଳୟର ୧୫ ଜଣ ରିସର୍ଚ୍ଚ ଛାତ୍ରଙ୍କ ମଧ୍ୟରୁ ପ୍ରଥମ ଭାବେ ମନୋନୀତ ହୋଇଥିଲେ।

ଲକ୍ଷ୍ୟ ପୂରଣ ହେଲା :

ଅଜିତ କୁହନ୍ତି , ” ଏହା ମୋ ଜୀବନରେ ଏକ ଅପ୍ରତ୍ୟାଶିତ ମୋଡ଼ ଥିଲା। ମୁଁ କଲେଜରେ ପିଏଚଡି ଛାତ୍ରମାନଙ୍କ ମଧ୍ୟରୁ ପ୍ରଥମ ହେବି ବୋଲି ଆଶା କରି ନ ଥିଲି ଏବଂ ଏଥିପାଇଁ ମୁଁ ମୋର ରିସର୍ଚ୍ଚ ଗାଇଡ୍ ପ୍ରଫେସର ଟି ଅନୀତାକୁମାରୀଙ୍କ ପାଖରେ ପ୍ରକୃତରେ କୃତଜ୍ଞ।”

୨୦୧୯ ରେ ପିଏଚଡି ପାଇବା ପରେ ଅଜିତ ମଧ୍ୟ ସେହି ବର୍ଷ UGC NET କ୍ଲିୟର କରିଥିଲେ । ଆଜି ସେ କୁଟାନେଲୁରରେ ଅବସ୍ଥିତ ଶ୍ରୀ ସି ଅଚୁଥା ମେନନ୍ ସରକାରୀ କଲେଜରେ ଭିଜିଟିଂ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ତାଙ୍କର ଅଟୋରିକ୍ସା ମଧ୍ୟ ଚଳାଉଛନ୍ତି।

“ କେବଳ ମନେ ରଖିବାକୁ ହେବ, ଆମର ସ୍ୱପ୍ନର କୌଣସି ସୀମା ନାହିଁ । କିନ୍ତୁ ଆମେ ସ୍ଥିର କରିଥିବା ଲକ୍ଷ୍ୟ ହିଁ ଶେଷ ସୀମା ” ଭାବିବାକୁ ହେବ ବୋଲି ଅଜିତ କହିଛନ୍ତି ।

   ସମ୍ବନ୍ଧିତ ଖବର


Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ଭୂତ ସହିତ ଲିଭ୍ ଇନ୍ ରିଲେସନସିପରେ ଥିଲେ ଏହି ମହିଳା, ଦେଖନ୍ତୁ ଭିଡିଓ

ବୈଜ୍ଞାନିକ ତିଆରି କଲେ ପ୍ରଥମ ସିନ୍ଥେଟିକ୍‌ ମାନବ ଜିଭ

ମୁଙ୍ଗେରର‘ଲେଡି ସିଙ୍ଘମ’,ଜାଣନ୍ତୁ ତାଙ୍କୁ ଏବେ ଲୋକେ କାହିଁକି ଡାକୁଛନ୍ତି ‘ଜେନେରାଲ୍ ଡାୟାର୍’

ରେଲଓ୍ବେ ଇତିହାସର ପ୍ରଥମ ମାମଲା: ଅପହୃତ ଶିଶୁକୁ ବଞ୍ଚାଇବା ପାଇଁ ବିନା ଷ୍ଟପେଜରେ ଲଗାତାର ୨୪୦ କିଲୋମିଟର ଚାଲିଲା ଟ୍ରେନ

ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ