PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଆସନ୍ତା ୮ ଓ ୯ ତାରିଖରୁ ଆରମ୍ଭ ହେବ ସ୍ଵତନ୍ତ୍ର ଟିକା ଡ୍ରାଇଭ୍, ସାମ୍ବାଦିକଙ୍କୁ ଖୁବ୍ ଶୀଘ୍ର ଦିଆଯିବ ଦ୍ଵିତୀୟ ଡୋଜ୍ ଟିକା

ଭୁବନେଶ୍ଵର, ୦୪/୦୬ : ଆସନ୍ତା ୮ ଓ ୯ ତାରିଖରୁ ଆରମ୍ଭ ହେବ ସ୍ଵତନ୍ତ୍ର ଟିକା ଡ୍ରାଇଭ୍। ୧୮ ରୁ ୪୪ ବର୍ଗ ବୟସ୍କଙ୍କ ପାଇଁ ଦ୍ଵିତୀୟ ଡୋଜ୍ ଟିକାକରଣ ପାଇଁ ବିଏମସିର ସ୍ଵତନ୍ତ୍ର ପ୍ରସ୍ତୁତି। ଟିକାର ଅଭାବ କାରଣରୁ ବନ୍ଦ ଥିବା ମୋବିଲାଇଜେସନ କେନ୍ଦ୍ର ପୁଣି ଥରେ କାର୍ଯ୍ୟକ୍ଷମ ହେବ। ପୂର୍ବରୁ ଗତ ମେ ୩ ରୁ ୫ ତାରିଖରେ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ଦ୍ଵିତୀୟ ଡୋଜ୍ ଟିକା ଦିଆଯିବ। ଏନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।

ବିଏମସି ଅତିରିକ୍ତ କମିଶନର ପୁଣି କହିଛନ୍ତି ଯେ, ମୋବିଲାଇଜେସନ ସେଣ୍ଟର ଜରିଆରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ବିଏମସି ପକ୍ଷରୁ ସୂଚନା ଦିଆଯିବା ସହ ପୂର୍ବରୁ ଦେଇଥିବା କେନ୍ଦ୍ରରେ ହିଁ ଟିକା ଦିଆଯିବ। ତେବେ ଯେଉଁମାନେ କୋୱିନ ଆପ ଜରିଆରେ ସ୍ଲଟ ବୁକିଂ କରି ଟିକା ନେଇଥିଲେ ସେମାନଙ୍କୁ ପୁଣି ସ୍ଲଟ ବୁକିଂ କରିବାକୁ ହେବ। ଟିକାର ପରିମାଣକୁ ଦୃଷ୍ଟିରେ ରଖି ଟିକାକରଣ କରାଯିବ ବୋଲି ବିଏମସି ଅତିରିକ୍ତ କମିଶନର କହିଛନ୍ତି।

ସେହିପରି ସାମ୍ବାଦିକଙ୍କ ଦ୍ଵିତୀୟ ଡୋଜ୍ ଟିକା ନେଇ ଦ୍ଵନ୍ଦ ଦୂର ହୋଇଛି। ସାମ୍ବାଦିକଙ୍କୁ ସ୍ଵତନ୍ତ୍ର ଡ୍ରାଇଭ୍ ଜରିଆରେ ଦ୍ଵିତୀୟ ଡୋଜ ଟିକା ଦିଆଯିବ। ପୂର୍ବଭଳି ୟୁନିଟ-୬ ବାଳିକା ବିଦ୍ୟାଳୟରେ ଖୁବଶୀଘ୍ର ଟିକାକରଣ ହେବ। ଏନେଇ ବିଏମସି କମିଶନର ସଞ୍ଜୟ ସିଂ ନିଷ୍ପତ୍ତି ନେଇଛନ୍ତି।