ସ୍ମୃତି ଇରାନୀଙ୍କ ଡିଗ୍ରୀ ବିଦାଦ ପରେ ରାହୁଲଙ୍କୁ ଜେଟଲୀଙ୍କ ପ୍ରଶ୍ନ,ଏମ୍ଏ ନକରି କିଭଳି ଏମଫିଲ୍ କଲ?

ନୂଆଦିଲ୍ଲୀ,୧୩।୪: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟେତାକୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯିବା ପରେ ଏବେବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ ରାହୁଲ ଗାନ୍ଧୀଙ୍କ ଡିଗ୍ରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜେଟଲୀ ନିଜ ସୋସିଆଲ ମିଡିଆ ବ୍ଲଗ୍ରେ ରାହୁଲଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜେଟଲି କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ମାଷ୍ଟର ଡିଗ୍ରୀ(ଏମ୍ଏ)ନ କରି କିପରି ଏମ୍ଫିଲ ଡିଗ୍ରୀ ହାସଲ କଲେ ତାହା କୁହନ୍ତୁ।’
ସ୍ମୃତି ଇରାନୀଙ୍କ ପରେ ଏବେ ରାହୁଲଙ୍କ ସତ୍ୟପାଠକୁ ନେଇ ଏବେ ବିବାଦ ଘନେଇଛି। ରାହୁଲ ୨୦୦୪ ଏବଂ ୨୦୦୯ ଲୋକସଭା ନିର୍ବାଚନ ସମୟରେ ସତ୍ୟପାଠରେ ଦର୍ଶାଇଥିଲେ ଯେ, ସେ ଟ୍ରିନିଟି କଲେଜରୁ ଡେଭଲପମେଣ୍ଟ ଇକୋନୋମିକ୍ସରେ ଏମ୍ଫିଲ କରିଛନ୍ତି। କିନ୍ତୁ ୨୦୧୪ରେ ସତ୍ୟପାଠରେ ଦର୍ଶାଇଥିଲେ ଡେଭଲପମେଣ୍ଟ ଷ୍ଟଡିଜରେ ଏମଫିଲ କରିଛନ୍ତି। ଏହାକୁ ନେଇ ଜେଟଲୀ ନିଜ ଟ୍ବିଟର ବ୍ଲଗ୍ରେ ଉଲ୍ଲେଖ କରିବା ସହ ଟ୍ବିଟ ମଧ୍ୟ କରିଛନ୍ତି।
One day the focus would be on the BJP candidate’s educational qualification, fully forgetting that a public audit of Rahul Gandhi’s academic credentials may leave a lot to be answered. Afterall, he got an M.Phil without a Masters degree.
— Chowkidar Arun Jaitley (@arunjaitley) April 13, 2019
କେନ୍ଦ୍ରମନ୍ତ୍ରୀ ଜେଟଲୀ ନିଜ ବ୍ଲଗରେ ଲେଖିଛନ୍ତି, ‘ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଏହା ଭିତରେ ରାହୁଲ ଗାନ୍ଧୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଲୋକେ ଭୁଲି ଯାଉଛନ୍ତି। ରାହୁଲଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଏମିତି କେତେ ପ୍ରଶ୍ନ ରହିଛି, ଯାହାର ଜବାବ ଆଜି ପର୍ଯ୍ୟନ୍ତ ମିଳିନାହିଁ। ଏଥିରେ କିଛି ସନ୍ଦେହ କରିବାର ନାହିଁ ଯେ, ରାହୁଲ ମାଷ୍ଟର ଡିଗ୍ରୀ (ପିଜି) ନ କରି ଏମଫିଲ କରିଛନ୍ତି। ଏହା ଉପରେ ଆଜି କେହି ପ୍ରଶ୍ନ କରୁନାହାନ୍ତି। ରାହୁଲ କିଛି ମାସ ତଳେ ନିଜେ ଏହା ସ୍ବୀକାର କରିଥିଲେ।’ଉଲ୍ଲେଖନୀୟ ଯେ ଉତ୍ତର ପ୍ରଦେଶର ଆମେଥିରୁ ନାମାଙ୍କନ ଦାଖଲ କରିବା ବେଳେ ସତ୍ୟପାଟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚର୍ତୁବେଦୀ ’କ୍ୟୁଁକି ମନ୍ତ୍ରୀ ଭି କଭି ଗ୍ରାଜୁଏଟ୍ ଥି’ କହି କଟାକ୍ଷ କରିଥିଲେ।