SpiceJetର ଦମଦାର୍ ଅଫର୍, ୯୮୭ ଟଙ୍କାରେ କରନ୍ତୁ ଟିକେଟ ବୁକ୍

ନୁଆଦିଲ୍ଲୀ ୧୨/୩: ବିମାନ ସେବା କମ୍ପାନୀ ସ୍ପାଇସଜେଟ୍ ୪ ଦିନ ପାଇଁ ଏକ ସେଲ୍ ଘୋଷଣା କରିଛି । ସ୍ପାଇସ୍ ଜେଟ୍ ଘରୋଇ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ନୂଆ ଅଫର ଆରମ୍ଭ କରିଛି । ସ୍ପାଇସ୍ ଜେଟ୍ ମନସୁନ୍ ସେଲ ଅନୁସାରେ ଘରୋଇ ଟିକେଟର ପ୍ରାରମ୍ଭିକ ମୂଲ୍ୟ ୯୮୭ ଟଙ୍କା ରଖିଛି ଏବଂ ଅନ୍ତର୍ଜାତୀୟ ଡେଷ୍ଟିନେସନ୍ ପାଇଁ ୩୬୯୯ ଟଙ୍କାରୁ ଟିକେଟର ମୂଲ୍ୟ ଆରମ୍ଭ ହେଉଛି ।

କେବେ ପର୍ଯ୍ୟନ୍ତ ମିଳିବ ଯାତ୍ରାର ସୁଯୋଗ
ସ୍ପାଇସଜେଟ୍ ସେଲ୍ ୧୨ ମାର୍ଚ୍ଚ ଅର୍ଥାତ୍ ଆଜିଠୁ ଆରମ୍ଭ ହୋଇଯାଇଛି ଏବଂ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ।  ଏହି ଟିକେଟ୍ ପ୍ରଥମେ ଆସ ପ୍ରଥମେ ପାଅ ଆଧାରରେ ଦିଆଯିବ । ଏହା ସହିତ ଏହି ଟିକେଟର ରିଫଣ୍ଡ ମଧ୍ୟ ଆପଣଙ୍କୁ ମିଳିପାରିବ । ଏମରଜେନ୍ସି କ୍ୟାନସେଲ୍ କଲେ କେବଳ କ୍ୟାନ୍ସଲେସନ ଚାର୍ଜ ଦେବାକୁ ପଡିବ ।

ସ୍ପାଇସ ଜେଟ୍ ୧୧ ଫ୍ଲାଇଟ୍ ଆରମ୍ଭ କରିଛି
ସ୍ପାଇସଜେଟ୍ ଉଡାଣ ଯୋଜନାରେ ୧୧ ନୂଆ ଫ୍ଲାଇଟ୍ ଆରମ୍ଭ କରିବାନେଇ ଘୋଷଣା କରିଛି । ଏହି ଫ୍ଲାଇଟ୍ ୨୯ ମାର୍ଚ୍ଚରୁ ଅପରେଟ୍ ହେବ । ଏହା ସହିତ ଜଳନ୍ଧର-ଜୟପୁର-ଜଳନ୍ଧର ରୁଟରେ ୨ ନୂଆ ଉଡାଣ ଆରମ୍ଭ କରିଛି । ଏଥିରେ କମ୍ପାନୀର ୧୨ ସହରରେ ୫୪ ଉଡାଣ ହେବ । ଏଥିରେ ମୁମ୍ବାଇ-ଲେହ, ଲେହ-ଶ୍ରୀନଗର, ଶ୍ରୀନଗର-ମୁମ୍ବାଇ ରୁଟ୍ ପାଇଁ ପ୍ରଥମ ଥର ନନ୍ ଷ୍ଟପ୍ ଫ୍ଲାଇଟ୍ ଆରମ୍ଭ କରାଯିବ । ଲେହ ଓ ମୁମ୍ବାଇ ଯାଉଥିବା ଯାତ୍ରୀଙ୍କୁ ଶ୍ରୀଗନର ଜରିଆରେ ଯାତ୍ରା କରିବାକୁ ପଡିବ ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି