ଶିରିଡି ବିମାନବନ୍ଦର ରନଓ୍ବେର ଆଗକୁ ଚାଲିଗଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଶିରିଡି,୨୯।୪: ମହାରାଷ୍ଟ୍ରର ଶିରିଡି ସ୍ଥିତ ଅନ୍ତଃର୍ଜାତୀୟ ବିମାନବନ୍ଦର ଆଜି ଏକ ବଡ ଧରଣର ଦୁର୍ଘଟଣା ଘଟିବାକୁ ଅଳ୍ପକେ ବର୍ତ୍ତି ଯାଇଛି। ସ୍ପାଇସଜେଟ୍ ଦିଲ୍ଲୀରୁ ଶିରିଡି ଆସୁଥିବା ଏକ ବିମାନ ଲ୍ୟାଣ୍ଡିଂ ସମୟରେ ରନଓ୍ବେରୁ ଖସି ଯାଇ ଆଗକୁ ଚାଲିଯାଇଥିଲା। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।  ଦିଲ୍ଲୀରୁ ଶିରିଡି ଅଭିମୁଖେ ଆସୁଥିବା ସ୍ପାଇସଜେଟର ଏହି ବିମାନ ଏସଜି୯୪୬ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି।

ଏହି ଘଟଣା ପରେ ରନେଓ୍ବକୁ ବନ୍ଦ କରି ଦିଆଯାଇଛି। ବିମାନବନ୍ଦର ନିର୍ଦେଶକ ଦୀପକ ଶାସ୍ତ୍ରୀ କହିଛନ୍ତି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୋମବାର ସନ୍ଧ୍ୟା ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣା ପରେ ଶିରିଡି ଯିବା-ଆସିବା କରୁଥିବା ବିମାନରେ ବିଳମ୍ବ ହୋଇପାରେ। ଘଟଣାର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଭଲ ଭାବରେ ଜଣାପଡିନାହିଁ।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…