PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ପୁଲିସ୍‌କୁ ନାରୀ ସୁରକ୍ଷା ଚିନ୍ତା: ମହିଳାଙ୍କୁ ସୁରକ୍ଷା ଦେବାକୁ ଆରମ୍ଭ ହେବ ଏସ୍‌ପିଓ ବ୍ୟବସ୍ଥା

ଭୁବନେଶ୍ୱର ୧୭/୧୨: ମହିଳା ଓ ଯୁବତୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୁଲିସ୍‌ ଆସନ୍ତା ଜାନୁଆରୀରୁୁ ଆରମ୍ଭ କରିବାକୁ ଯାଉଛି ‘ସ୍ପେଶାଲ୍‌ ପୁଲିସ୍‌ ଅଫିସ୍‌ର’ (ଏସ୍‌ପିଓ) ବ୍ୟବସ୍ଥା । ଏଥିପାଇଁ ଶିକ୍ଷାନୁଷ୍ଠାନର ଛାତ୍ରୀ, ଘରୋଇ ପ୍ରତିଷ୍ଠାନରେ କାମ କରୁଥିବା ଇଚ୍ଛୁୂକ ମହିଳାମାନଙ୍କୁ ପୁଲିସ୍‌ ଏସପିଓ ଭାବେ ତାଲିମ୍‌ ଦେବ । ଏମାନେ ନିଯୁକ୍ତି ପାଇବା ପରେ ଶିକ୍ଷାନୁଷ୍ଠାନ ଓ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଘଟୁଥିବା ନିର୍ଯାତନା ସମ୍ପର୍କରେ ପୁଲିସ୍‌କୁ ଖବର ଦେବେ । ଏମାନଙ୍କ ସହଯୋଗରେ ପୁଲିସ୍‌ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହି ଲକ୍ଷ୍ୟରେ ଏହି ୪୧ ଟି ସଂସ୍ଥାକୁ ଚିଠି ଲେଖାଯାଇଥିବା କମିଶନର ଡ. ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ବର୍ତ୍ତମାନ ମହିଳାମାନଙ୍କ ସୁରକ୍ଷା ନେଇ ରାଷ୍ଟ୍ରୀୟସ୍ତରରେ ଉଦ୍‌ବେଗ ଦେଖା ଦେଇଛି । ବିଶେଷ କରି ସହରାଞ୍ଚଳରେ ନାରୀମାନେ ଶିକ୍ଷାନୁଷ୍ଠାନ କିମ୍ବା କର୍ମକ୍ଷେତ୍ରକୁ ଯାଉଛନ୍ତି । ଅନେକ ସମୟରେ ସେମାନଙ୍କୁ ରାତି ବେଳା ଘରକୁ ଫେରିବାକୁ ପଡୁଛି । ଫଳରେ ସେମାନେ ବାଟଘାଟ ଓ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ସେମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ତେଣୁ ଏଭଳି ସମସ୍ୟା ସମ୍ପର୍କରେ ପୁଲିସ୍‌ କର୍ମଚାରୀମାନେ ଜାଣିବା ସହ ଏହାର ନିରାକରଣ ପାଇଁ ପଦକ୍ଷେପ ନେବା ଦରକାର । କିନ୍ତୁ ନିର୍ଯାତନାର ଶିକାର ହୋଇଥିବା ମହିଳା ଓ ଯୁବତୀମାନେ ସମସ୍ୟାରେ ପଡ଼ିଲେ ବି ଥାନାକୁ ଆସିବାକୁ ସାହସ ଜୁଟାଇ ପାରୁ ନାହାନ୍ତି । କାରଣ ତାଙ୍କ ମନରେ ଭୟ ଓ ଲଜ୍ଜ୍ୟା ରହୁଛି । ଏସବୁ ଦୃଷ୍ଟିରେ ରଖି ଆମେ ଏସ୍‌ପିଓ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛୁ ।

ଏହାର ସଫଳ ରୂପାୟନ ଲାଗି ଟୁଇନ୍‌ ସିଟି ଥିବା ସମସ୍ତ ଶିକ୍ଷାନୁଷ୍ଠାନ କଲ୍‌ ସେଣ୍ଟର, ବଡ଼ ବଡ଼ ଘରୋଇ ଅଫିସ୍‌ ସହ ୪୧ ଟି ସଂସ୍ଥାକୁ ଆମେ ଚିଠି କରିଛୁ । ଉକ୍ତ ଚିଠିରେ ଜଣାଇଛୁ ଆପଣ ସଂସ୍ଥାରେ ୩ରୁ ୪ ଜଣଙ୍କୁ ପ୍ରତିଦିନି ବାଛନ୍ତୁ । ସେମାନଙ୍କୁ ଆମେ ଏସ୍‌ପିଓ ଭାବେ ନିଯୁକ୍ତି ଦେବୁ । ସେମାନଙ୍କୁ ଆଇନ୍‌ଗତ ତାଲିମ ସହ ଆତ୍ମରକ୍ଷା ପ୍ରଶିକ୍ଷଣ ଶିକ୍ଷା ଦେବୁ । ସେମାନେ ସହ ଆଲୋଚନା କରି ସୁରକ୍ଷା ବ୍ୟବସ୍ଥକୁ ସୁଦୃଢ କରିବୁ । ସବୁ ଏସ୍‌ପିଓମାନଙ୍କୁ ଆମେ ହ୍ୱାଟ୍ସଆପ୍‌ରେ ଯୋଡ଼ି ରଖିବୁ । ସେମାନେ ଯଦି କିଛି ଅଭିଯୋଗ ପାଇବେ ତେବେ ସଙ୍ଗେ ସଙ୍ଗେ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଜଣାଇବେ । ତା’ପରେ ପୁଲିସ୍‌ ଘଟଣାର ତଦନ୍ତ କରିବା ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଆମେ ୪୧ ଟି ସଂସ୍ଥାକୁ ଚିଠି ଲେଖିଛୁ । ସେଥିରୁ ୨ଟି ସଂସ୍ଥା ଆମକୁ ଉତ୍ତର ଦେଇ ସାରିଛନ୍ତି ବୋଲି କମିଶନର ଡ. ଷଡଙ୍ଗୀ କହିଛନ୍ତି ।

ଏହି ଏସ୍‌ପିଓମାନଙ୍କୁ କୌଣସି ଦରମା କି ଡ୍ରେସ୍‌କୋଡ୍‌ ଦିଆଯିବ ନାହିଁ । କେବଳ ଆଇନ୍‌ ଗତ କ୍ଷମତା ଦିଆଯିବ । ଆସନ୍ତା ଜାନୁଆରୀ ୨ ତାରିଖରେ ଏସ୍‌ପିଓମାନଙ୍କୁ ନେଇ ଏକ ବୈଠକ କରାଯିବ । ଏହି ବୈଠକରେ ଆଇନ୍‌, ପୁଲିସ୍‌ର ସମ୍ବଳ ଓ କାର୍ଯ୍ୟକାରିତା ବିଷୟରେ ଆଲୋଚନା କରାଯିବ । ଏହି ବ୍ୟବସ୍ଥା ହେଲା ପରେ ପୁଲିସ୍‌କୁ ଅନେକ ଫାଇଦା ମିଳିବ । ନାରୀମାନେ ବି ସୁରକ୍ଷିତ ରହିବେ । ଆମେ ଚାହୁଁଛୁ କାର୍ଯ୍ୟରତ ମହିଳା ଓ ଛାତ୍ରୀମାନଙ୍କ ସହ ପୁଲିସ୍‌ର ସମ୍ପର୍କ ରହୁ । ସମସ୍ୟାରେ ପଡ଼ିଲେ କିଛି ଭୟ ନ କରି ସେମାନେ ପୁଲିସ୍‌କୁ ଯୋଗାଯୋଗ କରି ପାରିବେ ବୋଲି କମିଶନର କହିଛନ୍ତି । ଆମେ ସହଯୋଗକୁ ମାଗୁଛୁ । ସେମାନେ ସହଯୋଗ ମିଳିଲେ ସୁରକ୍ଷାର ବାଟ ଫିଟିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।

ଶିକ୍ଷାନୁଷ୍ଠାନ, କର୍ମକ୍ଷେତ୍ର ହେଉ କି ରାସ୍ତାଘାଟ ସବୁଠି ନିର୍ଯାତନାର ଶିକାର ହେଉଛନ୍ତି ମହିଳା ଓ ଯୁବତୀମାନେ । କିଛି ଘଟଣାରେ ସେମାନେ ମୁହଁ ଖୋଲି ଥାନାରେ ଅଭିଯୋଗ କରୁଛନ୍ତି । କିନ୍ତୁ ଭୟ ଓ ଲଜ୍ଜ୍ୟାରେ ଅନେକ ଘଟଣା ଜଣାଉନାହାନ୍ତି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୁଲିସ୍‌ ଏହି ବ୍ୟବସ୍ଥା କରିବାକୁ ଯୋଜନା କରିଛି ।