PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ହେବେନି ଧୋନୀ ! ଏହି ଖେଳାଳି ଧରିବେ ମଙ୍ଗ

ନୂଆଦିଲ୍ଲୀ, ୧୯|୧୨:    ଆଇପିଏଲ ନିଲାମୀକୁ ନେଇ କେବଳ ଫ୍ୟାନ୍ ନୁହେଁ ପ୍ରଯୋଜକମାନେ ମଧ୍ୟ ଅପେକ୍ଷା କରି ରହିଥାନ୍ତି। ୨୦୨୦ରେ ହେବାକୁ ଥିବା ଆଇପିଏଲ ପାଇଁ ପ୍ରଯୋଜକମାନେ ଏବେଠାରୁ ଖେଳାଳିମାନଙ୍କୁ ଚୟନ କରିବା ଆରମ୍ଭ କରିଦେଲେଣି।

ଆଇପିଏଲ ଇତିହାସର ସବୁଠାରୁ ସଫଳ ଟିମ୍ ମୁମ୍ବାଇ ଇଣ୍ଡିଆନସ୍ ୪ ଥର ଚାମ୍ପିୟନ ହୋଇସାରିଛି। ଏହାପରେ ଦ୍ବିତୀୟ ସ୍ଥାନରେ ରହିଛି ମୁମ୍ବାଇ ଇଣ୍ଡିଆନସ୍। ଏହି ଟିମ୍ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ବରେ ୩ଥର ଚାମ୍ପିୟନ ହୋଇଛି। ଗୋଟିଏ ପଟେ ଧୋନୀଙ୍କ ଅବସରକୁ ନେଇ ନାନା ଆଲୋଚନା ହେଉଛି। ତେବେ ଧୋନୀ ଆଇପିଏଲରେ ଖେଳିବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି। କିନ୍ତୁ ସେ ଚେନ୍ନାଇର ଅଧିନାୟକ ରହିବେ ନା ନାହିଁ ତାକୁ ନେଇ ଆଶଙ୍କା ଦେଖାଦେଇଛି।

ତେବେ ଧୋନୀଙ୍କ ପରେ ଚେନ୍ନାଇର ଅଧିନାୟକ ହେବା ରେସରେ ଆଗରେ ଅଛନ୍ତି ସ୍ପିନର ହରଭଜନ ସିଂ। କାରଣ ପୂର୍ବରୁ ତାଙ୍କ ଅଧିନାୟକତ୍ବରେ ମୁମ୍ବାଇ ୨୦୧୧ରେ ଚାମ୍ପିୟନ ହୋଇଥିଲା। ଏହାପରେ ତାଲିକାରେ ଅଛନ୍ତି ସୁରେଶ ରାଇନା। ସେ ଆଇପିଏଲର ଜଣେ ଚର୍ଚ୍ଚିତ ଖେଳାଳି। ସେ ୧୯୩ଟି ମ୍ୟାଚ ଖେଳି ୫୩୬୮ ରନ କରିଛନ୍ତି। ଏଥିରେ ୪୯୩ଟି ଚଉକା ଓ ୧୯୪ ଛକ୍କା ରହିଛି।

ସେହିପରି ରବୀନ୍ଦ୍ର ଜାଡେଜା ମଧ୍ୟ ଅଧିନାୟକ ରେସରେ ଅଛନ୍ତି। ସେ ଦୀର୍ଘଦିନ ହେବ ଚେନ୍ନାଇ ତରଫରୁ ମ୍ୟାଚ ଖେଳୁଛନ୍ତି। ତାଙ୍କ ବୋଲିଂ ମଧ୍ୟ ଭଲ ରହିଛି।

ସେହିପରି ସାଉଥ ଆଫ୍ରିକାର ବ୍ୟାଟସମ୍ୟାନ ଫାପ୍ ଡୁପ୍ଲେସିସ୍, ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟସମ୍ୟାନ ସେନ୍ ଓ୍ବାଟସନ୍ ମଧ୍ୟ ଏହି ତାଲିକାରେ ରହିଛନ୍ତି।