PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ପପୁଙ୍କ ବିରୋଧରେ ଦୂତିଙ୍କ ମାନହାନି ମାମଲା ଚେତାବନୀ

ଭୁବନେଶ୍ୱର ୨୧/୮: ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି । ନିଜର ଅପ୍‌କମିଂ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ପପୁ ଅଡ଼ୁଆରେ ପଡ଼ିଥିବା ବେଳେ ଏବେ ଆଥଲେଟ୍‌ ଦୂତିଚାନ୍ଦ ପପୁଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ଏପରିକି ସେ ପପୁଙ୍କ ବିରୋଧରେ ମାନହାନି ମାମଲା କରିବେ ବୋଲି ଚେତାବନୀ ଦେଇଛନ୍ତି । ଦୂତି ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଲେଖିଛନ୍ତି, ମୋତେ ବହୁତ ଖରାପ ଲାଗୁଛି । ମୁଁ କେବେ ବି ପପୁ ଭାଇଙ୍କ ବ୍ୟକ୍ତିଗତ କଥାରେ ମୁଣ୍ଡ ପୂରାଇ ନାହିଁ । ମୋ ପରିବାର ବିଷୟରେ ନଜାଣି କାହିଁକି ଏମିତି ଖରାପ କହିଲେ ବୋଲି ଦୂତି ପ୍ରଶ୍ନ କରିଛନ୍ତି ।

ଏବେ ବ୍ୟକ୍ତିଗତ ହିସାବରେ ଯାହା କରିବାକୁ ହେବ ମୁଁ କରିବି । ମୁଁ ଏବେ ଆଇନର ଆଶ୍ରୟ ନେବି । ମୋତେ ଆପଣ ସର୍ବସମ୍ମୁଖରେ ଲଜ୍ଜିତ କରିଛନ୍ତି । ମୋତେ ମାନସିକ ଭାବେ ନିର୍ଯାତିତ କରିଛନ୍ତି । ମୁଁ ଆପଣଙ୍କ ଉପରେ ମାନହାନୀ ମକଦ୍ଦମା କରିବି ବୋଲି ଦୂତି ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ର ଲେଖିଛନନ୍ତି ।

କିନ୍ତୁ ପପୁ ତାଙ୍କ ବିରୋଧରେ କ’ଣ କହିଛନ୍ତି ଯାହାକି ତାଙ୍କୁ ଆଘାତ ଦେଇଛି, ସେନେଇ ଦୂତି ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ଉଲ୍ଲେଖ କରିନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ, ପପୁ କୁଆଡ଼େ ଦୂତିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କେତେକ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଯାହାର ଅଡ଼ିଓ ଭାଇରାଲ ହୋଇଥିଲା । ହାସ୍ୟ ଅଭିନେତା ପପୁଙ୍କ ଅପ୍‌କମିଂ ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ବିବାଦୀୟ ପୋଷ୍ଟରରେ ମହିଳାମାନଙ୍କୁ ଅପମାନିତ କରାଯାଇଥିବା ଦୂତି ଅଭିଯୋଗ କରିଛନ୍ତି । ଯାହାକୁ ନେଇ ପପୁଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର