ମୁଲାୟମ ଅସୁସ୍ଥ, ହସ୍ପିଟାଲରେ ଚିକିତ୍ସା ପରେ କରାଗଲା ଡିସଚାର୍ଜ

ଲକ୍ଷ୍ନୌ, ୨୬।୪: ସମାଜାବଦୀ ପାର୍ଟିଂ ସଂରକ୍ଷକ ମୁଲାୟମ ସିଂହ ଯାଦବ ଅସୁସ୍ଥ। ତାଙ୍କୁ ସଞ୍ଜୟ ଗାନ୍ଧି ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତରମାନେ ତାଙ୍କର ମସ୍ତିଷ୍କ ସମ୍ପର୍କିତ କିଛି ପରୀକ୍ଷା କରିଛନ୍ତି। କୁହାଯାଉଛି ଯେ, ଗତ କିଛି ଦିନ ହେବ ତାଙ୍କର ନାକରୁ ରକ୍ତ ବାହାରୁଥିଲା। ହସ୍ପିଟାଲର ଡାକ୍ତରଙ୍କ କହିବା ଅନୁସାରେ ମୁଲାୟମଙ୍କୁ ରୁଟିନ୍ ଚେକଅପ୍ କରାଯାଇଛି। ଏହା ସହ ସେ ଦୁର୍ବଳ ଅନୁଭବ କରୁଛନ୍ତି ବୋଲି ମଧ୍ୟ କହିଛନ୍ତି। ଏବେ ତାଙ୍କର ଡାଇବେଟିସ୍ ଅଧିକ ହୋଇଯାଇଛି। ହସ୍ପିଟାଲରେ ଚେକଅପ୍ ହେବାପରେ ତାଙ୍କୁ ଡିସଚାର୍ଜ କରିଦିଆଯାଇଛି।

ଉଲ୍ଲେଖନୀୟ ଯେ, ମୁଲାୟମ ଲେକସଭା ନିର୍ବାଚନ ୨୦୧୯ରେ ମୈନପୁରୀରୁ ମେଣ୍ଟ ପ୍ରାର୍ଥୀ ଭାବରେ ନିଜର ନାମାଙ୍କନ ଦାଖଲ କରିଛନ୍ତି। ସେଠାରେ ୨୩ ଅପ୍ରେଲରେ ମତଦାନ ଥିଲା, ସେ ସୈଫେଇରେ ଭୋଟ ଦେବାକୁ ଯାଇଥିଲେ।ଏହା ପୂର୍ବରୁ ଗତ ୧୯ ତାରିଖରେ ମୈନପୁରୀରେ ମୁଲାୟମଙ୍କ ସମର୍ଥନରେ ମେଣ୍ଟର ନିର୍ବାଚନୀ ସଭା ଆୟୋଜିତ କରାଯାଇଥିଲା। ଯେଉଁଥିରେ ମୁଲାୟମ ସିଂହ ଯାଦବଙ୍କ ସହ ବହୁଜନ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ମାୟାବତୀ ଏବଂ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ତଥା ତାଙ୍କ ପୁଅ ଅଖିଳେଶ ଯାଦବ ଯୋଗ ଦେଇଥିଲେ।

   ସମ୍ବନ୍ଧିତ ଖବର


ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ଗ୍ରହାଣୁ ଧକ୍କାକୁ ଅନୁକରଣ କରି କିଛି ମିନିଟ୍‌ ମଧ୍ୟରେ ପ୍ରୟୋଗଶାଳାରେ ବିକଶିତ କଲେ ହୀରା

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ଆତ୍ମହତ୍ୟା ଉଦ୍ୟମ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ଓଲା, ଉବର ପାଇଁ ନୂଆ ଗାଇଡ୍‌ଲାଇନ ଜାରି: କ୍ୟାବ୍‌ ଡ୍ରାଇଭର ପାଇବେ ୮୦% ଭଡ଼ା, ମୋଟ ଭଡ଼ାର ୨୦% ରଖିପାରିବେ ଆଗ୍ରିଗେଟର

ବଢିଲା ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସମ୍ଭାବନା, ଇରାନ ପରମାଣୁ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ବଢୁଛି ବିବାଦ…

ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କୁ ସଫଳତା ପରେ ବିଏମସି ମେୟର ଦେଲେ ବିବାଦୀୟ ମନ୍ତବ୍ୟ, କହିଲେ ଅଭିନେତ୍ରୀ “ଦୁଇ ଟଙ୍କାର ଲୋକ”…