କରୋନା ଯୁଦ୍ଧରେ ଜୀବନ ହାରିଥିବା ଏଏସପି ସ୍ବର୍ଗତ ଅଶୋକ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି…

ରାଇରଙ୍ଗପୁର: ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର SDPOଙ୍କ କାର୍ଯ୍ୟାଳୟ ପରିସର ଓ ଯୋଶୀପୁର ଥାନା ପରିସରରେ ପୂର୍ବତନ ଅତିରିକ୍ତ ଆରକ୍ଷୀ ଅଧିକକ୍ଷ ସ୍ବର୍ଗତ ଅଶୋକ ପଟ୍ଟନାୟକଙ୍କ ଦ୍ୱାଦଶ ଉପଲକ୍ଷେ ଏକ ଶୋକ ସଭାର ଆୟୋଜନ ହୋଇଥିଲା । କରୋନା ଯୋଦ୍ଧା ସ୍ବର୍ଗତ ପଟ୍ଟନାୟକ କରନାର ମୁକାବିଲା କରି ନିଜେ କରୋନାରେ ମୃତ୍ୟୁ ବରଣ କରିଥିଲେ  । 

ରାଇରଙ୍ଗପୁର SDPO ସ୍ନେହାଶିଷ ସାହୁଙ୍କ ସଭପତିତ୍ତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବାମନଘାଟି ଉପଖଣ୍ଡର ସମସ୍ତ ଥାନାଧିକାରୀ ଓ ପୋଲିସ କର୍ମଚାରୀ , ସ୍ଥାନୀୟ ବ୍ୟବସାୟୀ , ବୁଦ୍ଧିଜୀବୀ , ସାମ୍ବାଦିକ ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ  । ତାଙ୍କର ଆତ୍ମାର ଶାନ୍ତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିବା ସହ ଫୋଟ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ସ୍ବର୍ଗତ ଅଶୋକ ପଟ୍ଟନାୟକ ଜଣେ ଭଦ୍ର, ଅମାୟକ ,ଦୟାଳୁ ଅଧିକାରୀ ଥିଲେ । ସେହିପରି ଯୋଶୀପୁର ଆଇ .ଆଇ. ସି ରଞ୍ଜନ ସେଠି ଙ୍କ ନେତୃତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ  କରଞ୍ଜିଆ SDPO ଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀ , ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ବେଆଇନ ଦେଶୀ ମଦ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନାରେ ଅଭିଯୋଗ କଲେ ମହିଳା

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

‘ସରକାର ସମସ୍ତଙ୍କ ଦୁଃଖ ବୁଝିଲେ, ଆମ ଦୁଃଖ ବୁଝନ୍ତୁ’

ବନ୍ଯଜନ୍ତୁ ଶିକାର ପାଇଁ ତାର ବିଛାଇ ଦୁଇ ଶିକାରୀ ଗିରଫ

ଅନୁଗୁଳ: ଭରତ ନଗରର ୪୮ ଜଣ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ