ଦୁର୍ଗାପୂଜା ବୋନସ୍‌ ଦାବି ନେଇ ପୂର୍ବତଟ ରେଳବାଇ ଶ୍ରମିକ ୟୁନିୟନର ଦାବିପତ୍ର ପ୍ରଦାନ

କଣ୍ଟାବାଞ୍ଜି ୨୦/୧୦: ଚାରିଆଡେ ପାର୍ବଣର ମାହୋଲ୍ । ଏହି ପାର୍ବଣରେ ପ୍ରତ୍ୟେକ ବର୍ଷ ବିଭିନ୍ନ କର୍ମ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କୁ ବୋନୋସ୍ ଭେଟି ଦେଇଥାନ୍ତି । ପାର୍ବଣ ଆସିକି ଯିବା ଉପରେ । ହେଲେ ଏଯାଏ କଣ୍ଟାବାଞ୍ଜି ପୂର୍ବତଟ ରେଲବାଇ ଶ୍ରମିକ ୟୁନିୟନ ଶାଖାକୁ ମିଳିନି ବୋନସ୍ ଟଙ୍କା । ଯାହାକୁ ନେଇ ଆସନ୍ତୋଷ ଜାହିର କରିଛନ୍ତି ରେଳ ବିଭାଗରେ କାମ କରୁଥିବା କର୍ମଚାରୀ ।  ଏନେଇ କଂଟାବାଂଜି ଏ.ଡି.ଇ.ଏନ.ଙ୍କୁ ଏକ ଦାବିପତ୍ର ଦିଆଯାଇଛି । ଚଳିତ ବର୍ଷ କେନ୍ଦ୍ର ସରକାର ସାରା ଭାରତ ବର୍ଷରେ କାର୍ଯ୍ୟ କରୁଥିବା ରେଳ କର୍ମଚାରୀମାନଙ୍କୁ ପୂଜା ଭେଟି (ବୋନସ) ଦେବା ଘୋଷଣା କରି ନ ଥିବାରୁ ଏହାର ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ପୂର୍ବତଟ ରେଳବାଇ ସମ୍ବଲପୁର ଡିଭିଜନର କୋ-ଅର୍ଡିନେଟର ସୁନୀଲ କୁମାରଙ୍କ ନେତୃତ୍ରରେ ଶତାଧିକ ରେଳ କର୍ମଚାରୀ ଦାବିପତ୍ର ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ କୋଟିପତି ଆକାଉଣ୍ଟାଣ୍ଟ

୭ ବର୍ଷର ଝିଅକୁ ଧରି ପ୍ରେମିକ ସହ ଚମ୍ପଟ ମାରିଲେ ମହିଳା, ବିଚରା ସ୍ୱାମୀ ଥାନାରେ କରୁଛି ଗୁହାରୀ

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଲା ରାୟ: ପ୍ରେମିକ ସମେତ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା

ସାମାନ୍ୟ କଥାରୁ ବୀଭତ୍ସ ହତ୍ୟାକାଣ୍ଡ: ପତ୍ନୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସ୍ୱାମୀ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର