କ୍ରିକେଟର ଶ୍ରୀସନ୍ତଙ୍କୁ ମିଳିଲା ଆଶ୍ବସ୍ତି; ଉଠିଲା ଆଜୀବନ ବାସନ୍ଦାଦେଶ, ୨୦୨୦ରୁ ଖେଳିପାରିବେ କ୍ରିକେଟ୍

ନୂଆଦିଲ୍ଲୀ ୨୧।୮: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କ୍ରିକେଟର ଏସ.ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦାଦେଶକୁ କୋହଳ କରି ଏହାକୁ ୭ ବର୍ଷ କରିଛି। ବିସିସିଆଇର ଏହି ନିଷ୍ପତ୍ତି ପରେ ୨୦୨୦ ସେପ୍ଟେମ୍ବର ୧୩ରେ ଶ୍ରୀସନ୍ତଙ୍କ ଏହି ପ୍ରତିବନ୍ଧକର ଅବଧି ଶେଷ ହେବ।

ବିସିସିଆଇ ଲୋକପାଳ ଡିକେ ଜୈନ୍ ଏକ ନିର୍ଦ୍ଦେଶ ଜାରି କହିଛନ୍ତି, ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ବ୍ୟାନକୁ କମାଇ ୭ ବର୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଠାରେ ସୂଚନାଥାଉ କି ୧୩ ସେପ୍ଟେମ୍ବର, ୨୦୧୩ରେ ଶ୍ରୀସନ୍ତଙ୍କୁ ଆଜୀବନ ବାସନ୍ଦ କରାଯାଇଥିଲା।

ଏହା ପୂର୍ବରୁ ମାର୍ଚ୍ଚ, ୨୦୧୯ରେ ସୁପ୍ରିମକୋର୍ଟ ଶ୍ରୀସନ୍ତଙ୍କ ଉପରୁ ଆଜୀବନ ବାସନ୍ଦାଦେଶ ଉଠାଇଥିଲେ। ସୁପ୍ରିମକୋର୍ଟ କହିଥିଲେ, ବିସିସିଆଇ ପାଖରେ ଶୃଙ୍ଖଳିତ କାର୍ଯ୍ୟାନୁଷ୍ଠାନ କରିବାର ସବୁ ଅଧିକାର ଅଛି। ଶ୍ରୀସନ୍ତଙ୍କ ଉପରେ ଲଗାଇଥିବା ଆଜୀବନ ବାସନ୍ଦାଦେଶ ଉପରେ ପୁନଃବିଚାର କରୁ।

୨୦୧୫ ଜୁଲାଇରେ ଶ୍ରୀସନ୍ତ, ଅଙ୍କିତ ଚୌହାନ ଓ ଅଜିତ ଚାନ୍ଦିଲା ସହିତ ସ୍ପଟ୍ ଫିକ୍ସିଂ ମାମଲାରେ ସମସ୍ତ ୩୬ଜଣଙ୍କ ନାମରେ ପଟିଆଲା ହାଉସ୍ କୋର୍ଟ ଅପରାଧିକ ମାମଲାରୁ ମୁକ୍ତ କରିଥିଲା।

   ସମ୍ବନ୍ଧିତ ଖବର


ସୁନୀଲ ଗାଭାସ୍କରଙ୍କ ଟିପ୍ପଣୀକୁ ନେଇ କଡା ଜବାବ୍ ଦେଲେ ଅନୁଷ୍କା ଶର୍ମା, କହିଲେ ଏଭଳି

ଡ୍ରଗ୍ସ ଜାଲରେ କ୍ରିକେଟରଙ୍କ ପତ୍ନୀ!

ବିରାଟ କୋହଲିଙ୍କ ଉପରେ ଲାଗିଲା ୧୨ ଲକ୍ଷ ଟଙ୍କାର ଜରିମାନା, ଜାଣନ୍ତୁ କ’ଣ ରହିଛି କାରଣ?

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟରଙ୍କ ହୃଦଘାତରେ ମୃତ୍ୟୁ

ସାମସନ୍‌, ସ୍ମିଥ୍‌ଙ୍କ ଛକା ବର୍ଷା

ଉଦ୍‌ଘାଟନୀ ମ୍ୟାଚ୍‌ ଦେଖିଲେ ୨୦ କୋଟି