ପ୍ରମୁଖ ଖବର
  • ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ ଆଶ୍ବସ୍ତି, ଦଙ୍ଗା ସହ ଜଡିତ ୨ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ…
  • ||
  • ଭଦ୍ରକରେ ୧୪୪ ଧାରା ଜାରି, ଜୁନ ୨ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ
  • ||
  • କନ୍ୟାକୁମାରୀରେ ଧ୍ୟାନ କରିବେ ମୋଦୀ, ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ୩ ହଜାର ଯବାନ
  • ||
  • ଜମ୍ମୁକାଶ୍ମୀରର ଅଖନୁରରେ ୧୫୦ ଫୁଟ ଖାଈକୁ ଖସିଲା ବସ୍, ୨୦ ମୃତ, ୨୮ ଆହତ…
  • ||
  • ଭୁବନେଶ୍ୱର ଏମ୍‌ସ୍‌ରେ ଆଇପିଏସ୍ ଆଶିଷ ସିଂହ, ୬ ଜଣିଆ ଟିମ୍ କରିବେ ସ୍ବାସ୍ଥ ଯାଞ୍ଚ
  • ||
  • ଆଇସିସି ପକ୍ଷରୁ ଟି-ଟ୍ୱେଣ୍ଟି ମାନ୍ୟତା ତାଲିକା ଘୋଷଣା: ଶୀର୍ଷ ମାନ୍ୟତାପ୍ରାପ୍ତ ଦଳ ଭାବେ ବିଶ୍ୱକପ୍‌ ଖେଳିବ ଭାରତ
  • ||
  • କୋରାପୁଟରେ ପୁଣି ଆନ୍ଥ୍ରାକ୍ସ ଆତଙ୍କ: ଦୁଇ ଜଣଙ୍କଠାରୁ ନମୁନା ସଂଗ୍ରହ କଲା ଡାକ୍ତରୀ ଟିମ୍
  • ||
  • କୁଡୁକି ଛକ ନିକଟରେ ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ, ୪ ଗୁରୁତର
  • ||
  • ଗୁରୁବାର ସନ୍ଧ୍ୟାରେ ପ୍ରଚାରରେ ପୂର୍ଣ୍ଣଚ୍ଛେଦ: ଓଡିଶା ଆସୁଛନ୍ତି ରାହୁଲ, ମାରାଥନ୍‌ କ୍ୟାମ୍ପେନ୍ କରିବେ ନବୀନ, ପାଣ୍ଡିଆନ, ଧର୍ମେନ୍ଦ୍ର
  • ||
  • ଭଉଁରି ଯାତ୍ରାରେ ବାଣ ବିସ୍ଫୋରଣ: କଟକ ବଡ଼ ମେଡିକାଲରେ ଜଣଙ୍କ ମୃତ୍ୟୁ, ୫୦ ଆହତ, ୨୦ ଅବସ୍ଥା ସଂକଟାପନ୍ନ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ: ଆସନ୍ତା ଦୁଇ ଦିନ ଅସମ୍ଭାଳ ତାତି, ଉପକୂଳରେ ଜାରି ରହିବ ପ୍ରବଳ ଗୁଳୁଗୁଳି
  • ||

IPL ୨୦୨୪: ଆଜି ସନରାଇଜର୍ସ ହାଇଦ୍ରାବାଦ-ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମଧ୍ୟରେ ମୁକାବିଲା

ହାଇଦ୍ରାବାଦ, ୮।୫: ଚଳିତ ଆଇପିଏଲର ୫୭ତମ ଲିଗ୍‌ ମୁକାବିଲାରେ ଆସନ୍ତା କାଲି ଘରୋଇ ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍‌ ଜରିଆରେ ପଏଣ୍ଟ ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହେବା ପାଇଁ ଉଭୟ ଦଳ ନିକଟରେ ସୁଯୋଗ ରହିଛି । ଫଳରେ ବୁଧବାର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ପଏଣ୍ଟ ତାଲିକାରେ ସନରାଇଜର୍ସ ଚତୁର୍ଥ ଓ ସୁପରଜାଏଣ୍ଟ୍‌ସ ଷଷ୍ଠ ସ୍ଥାନରେ ରହିଛନ୍ତି । ଉଭୟ ଦଳ ୧୧ଟି ଲେଖାଏଁ ମ୍ୟାଚ୍‌ ଖେଳି ୧୨ ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି । କେବଳ ରନ୍‌ ରେଟ୍‌ରେ ସନରାଇଜର୍ସ ଆଗୁଆ ରହିଛି । ଚଳିତ ସିଜନରେ ଉଭୟ ଦଳ ପ୍ରଥମ କରି ପରସ୍ପରକୁ ଭେଟିବେ । ଗତ ୨ ବର୍ଷ ମଧ୍ୟରେ ଉଭୟ ଦଳ ମଧ୍ୟରେ ୩ଟି ମ୍ୟାଚ୍‌ ଖେଳାଯାଇଛି । ସନରାଇଜର୍ସ ସମସ୍ତ ମ୍ୟାଚ୍‌ ପରାଜିତ ହୋଇଛି । ମାତ୍ର ଗତ ଦୁଇ ସିଜନ ତୁଳନାରେ ଏଥର ଦଳ ବେଶ ସନ୍ତୁଳିତ ଓ ଶକ୍ତିଶାଳୀ । ଦଳର ଅଧିକାଂଶ ଖେଳାଳି ଫର୍ମରେ ରହିଛନ୍ତି । 

ମାତ୍ର ରଣନୀତିରେ ଛୋଟ ମୋଟ ତ୍ରୁଟି ଯୋଗୁଁ ଦଳ ଗତ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜିତ ହୋଇଥିଲା । ସୁପରଜାଏଣ୍ଟ୍‌ସ ମଧ୍ୟ ଶେଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସଠୁ ହାରିଥିଲା । ଉଭୟ ଦଳ ବର୍ତ୍ତମାନ ବିଜୟଧାରାକୁ ଫେରିବା ପାଇଁ ବ୍ୟାକୁଳ । ସନରାଇଜର୍ସ ସିଜନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ରହିଛି । ଇତି ମଧ୍ୟରେ ଦଳ ୯୨ଟି ଛକା ମାରି ସାରିଛି ଓ ୫ଟି ମ୍ୟାଚ୍‌ରେ ୨୦୦ରୁ ଊଦ୍ଧ୍ୱର୍ ସ୍କୋର ସଂଗ୍ରହ କରିଛି । ସେହିପରି ସୁପରଜାଏଣ୍ଟସ୍ ଚତୁର ରଣନୀତି ଓ ଶୃଙ୍ଖଳିତ ବୋଲିଂ ବଳରେ ସଫଳତା ପାଇଛି । ଡିପେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସକୁ ୨ଥର ହରାଇବା ସୁପରଜାଏଣ୍ଟ୍‌ସର ସବୁଠୁ ବଡ଼ ସଫଳତା । ଆସନ୍ତା କାଲି ଉଭୟ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ସନରାଇଜର୍ସ କେବଳ ଇମ୍ପାକ୍ଟ ପ୍ଲେୟାର ଭାବେ ଉମ୍ରାନ ମଲ୍ଲିକଙ୍କୁ ଖେଳାଇପାରେ । ଗତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସେ ବୋଲିଂ ଅଭ୍ୟାସ କରୁଥିଲେ । ମାତ୍ର ସନରାଇଜର୍ସ ବ୍ୟାଟି ବିପର୍ଯ୍ୟୟ ଘଟିବାରୁ ଇମ୍ପାକ୍ଟ ପ୍ଲେୟାର ଭାବେ ସାନବୀର ସିଂହଙ୍କୁ ଖେଳାଯାଇଥିଲା । ସୁପରଜାଏଣ୍ଟସ୍ ଏକାଦଶକୁ କ୍ୱିଣ୍ଟନ ଡି କକ୍‌ ଫେରିବା ସମ୍ଭାବନା ନାହିଁ । ସେ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନାହାନ୍ତି । 

ଫଳରେ ଆର୍ସିନ କୂଲକର୍ଣ୍ଣୀ ଆସନ୍ତା କାଲି ଖେଳିବା ଏକ ପ୍ରକାର ନିଶ୍ଚିତ । ପେସ ବୋଲର ମହସିନ ଖାନ ମଧ୍ୟ ଗତ ମ୍ୟାଚ୍‌ରେ ଆହତ ହୋଇଥିଲେ । ମାତ୍ର ସେ ଦଳ ସହ ଆସି ହାଇଦ୍ରାବାଦରେ ପହଞ୍ଚିଛନ୍ତି । ମଙ୍ଗଳବାର ହାଇଦ୍ରାବାଦରେ ପ୍ରବଳ ବର୍ଷା ଯୋଗୁଁ କୌଣସି ଦଳ ଅଭ୍ୟାସ କରିନାହାନ୍ତି । ଉପଲ ଗ୍ରାଉଣ୍ଡ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିଥିବାରୁ ବୁଧବାର ବିଶାଳ ସ୍କୋର ସଂଗୃହୀତ ହେବା ଏକ ପ୍ରକାର ନିଶ୍ଚିତ । ରାତ୍ରିରେ କାକର ଯୋଗୁଁ ବ୍ୟାଟିଂ ସହଜ ହେବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡି ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.