ଶ୍ରୀଲଙ୍କା ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୨୯୦ରେ ପହଁଞ୍ଚିଲା, ମୃତକଙ୍କ ଭିତରେ ରହିଛନ୍ତି ଜେଡିଏସ ନେତାଙ୍କ ସହ ୬ ଭାରତୀୟ, ଆଧା ରାତିରୁ ଲାଗୁହେବ ଜରୁରୀକାଳୀନ ପରିସ୍ଥିତି

କଲୋମ୍ବୋ,୨୨।୪: ଶ୍ରୀଲଙ୍କାରେ ଗତ ରବିବାର ଚର୍ଚ୍ଚ ଓ ହୋଟେଲ ସହିତ ମୋଟ ୮ଟି ସ୍ଥାନରେ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ୨୯୦ରେ ପହଁଞ୍ଚିଛି। ଏହି ବିସ୍ଫୋରଣରେ ମୃତକଙ୍କ ଭିତରେ ଭାରତର ୬ ଜଣ ନାଗରିକ ରହିଥିବା ବେଳେ ତାଙ୍କ ଭିତରେ ଅଛନ୍ତି ୪ ଜଣ ଜେଡିଏସ୍ ନେତା। ଏଥିରେ ମୋଟ ୩୩ ଜଣ ବିଦେଶୀ ନାଗରିକ ନିହତ ହୋଇଛନ୍ତି। ୫୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣା ପରେ ଶ୍ରୀଲଙ୍କା ସରକାର ସୋମବାର ଅର୍ଥାତ ଆଜି ମଧ୍ୟ ରାତିରୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଳାଗୁ କରିବେ।

ବିସ୍ଫୋରଣ ପଛରେ ସ୍ଥାନୀୟ କଠୋରପନ୍ଥୀ ମୁସଲମାନ ସଂଗଠନ ନ୍ୟାସନାଲ ତୋହିଦ ଜମାତ୍(ଏନଟିଜେ)ର ହାତ ରହିଛି ବୋଲି କୁହାଯାଉଛି। ଶ୍ରୀଲଙ୍କାର ମନ୍ତ୍ରୀ ରଞ୍ଜିତା ସେନାରତ୍ନେ କହିଛନ୍ତି ‘ବିସ୍ଫୋରଣରେ ସାମିଲ ସମସ୍ତ ଆକ୍ରମଣକାରୀ ଶ୍ରୀଲଙ୍କାର ନାଗରିକ ଥିଲେ। ରାଷ୍ଟ୍ରୀୟ ସୁରକ୍ଷା ମୁଖ୍ୟ ୧୧ ଅପ୍ରେଲ ପୂର୍ବରୁ ଇନ୍ସପେକ୍ଟର ଜେନେରାଲ ଅଫ୍ ପୋଲିସ(ଆଇଜିପି)କୁ ଏଭଳି ଆକ୍ରମଣ ହେବା ନେଇ ଚେତାବନୀ ଦେଇଛନ୍ତି। ଏହି ଆକ୍ରମର ପଛରେ ବିଦେଶୀ ଲିଙ୍କ ମଧ୍ୟ ରହିଥାଇ ପାରେ ବୋଲି ସେ କହିଛନ୍ତି।
External affairs Min. @SushmaSwaraj has confirmed the death of two Kannadigas,KG Hanumantharayappa and M Rangappa, in the bomb blasts in #Colombo.
— H D Kumaraswamy (@hd_kumaraswamy) April 22, 2019
I am deeply shocked at the loss of our JDS party workers, whom I know personally. We stand with their families in this hour of grief
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ଟ୍ବିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ୭ ଜଣ ଜେଡିଏସ୍ କର୍ମୀଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇସାରିଛି। ତେବେ ଆଉ ୩ ଜଣ ନେତା ଏବେ ନିଖୋଜ ରହିଛନ୍ତି। ମୃତକ ନେତାମାନେ ହେଲେ ଲକ୍ଷ୍ମଣ ଗୌଡା ରମେଶ, କେଏସ ଲକ୍ଷ୍ମୀନାରାୟଣ, ଏମ ରଙ୍ଗପା ଓ କେଜି ହନୁମନଥରାୟପ୍ପା। ଏହି ମାମଲାରେ ଏପର୍ଯ୍ୟନ୍ତ ୨୪ ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଗିରଫ କରିସାରିଛି। ଆକ୍ରମଣ ଘଟଣା ପାଇଁ ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାଁନ୍ତି। ରବିବାର ବିଳମ୍ବିତ ରାତିରେ ପୋଲିସକୁ କଲୋମ୍ବୋ ବିମାନବନ୍ଦର ପାଖରୁ ୬ ଫୁଟ ଲମ୍ବା ପାଇପ ମିଳିଥିଲା ତାହା ଭିତର ଦେଖିବା ପରେ ସେଥିରୁ ବମ୍ ମିଳିଥିଲା। ଏହାପରେ ତାକୁ ନିଷ୍କ୍ରିୟ କରାଯାଇଥିଲା। ଘଟଣା ପରେ ଶ୍ରୀଲଙ୍କାର ଲୋକେ ଆତଙ୍କିତ ହୋଇପଡିଥିବା ବେଳେ ଆଉ କୌଣସି ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି।