ନେପାଳ ପରେ ଏବେ ଶ୍ରୀଲଙ୍କା ମଧ୍ୟ ଭାରତ ବିରୋଧରେ ଖେଳୁଛି କି ଚୀନ୍ କାର୍ଡ? ଆଗକୁ ପଡୋଶୀ ଦେଶ ହୋଇପାରନ୍ତି ବଡ଼ ଶତ୍ରୁ

ନୂଆଦିଲ୍ଲୀ,୨୯।୬: ନେପାଳ ପରେ ଏବେ ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ମଧ୍ୟ ଚୀନ ଆଡକୁ ଢଳୁଛି। ସାରା ବିଶ୍ବରେ ଚୀନର ପୁଞ୍ଜି ନିବେଶ ଓ ଋଣର କ୍ଷତିକୁ ବୁଝିବା ପାଇଁ ଶ୍ରୀଲଙ୍କାର ଉଦାହରଣ ଦିଆଯାଇଥାଏ। ଋଣ ପରିଶୋଧ କରି ନପାରିବା ସ୍ଥିତିରେ ଶ୍ରୀଲଙ୍କାକୁ ରଣନୀତି ରୂପରେ ନିଜର ଗୁରୁତ୍ବପୂର୍ଣ୍ଣ ହମ୍ବନଟୋଟା ବନ୍ଦର ଚୀନକୁ ଦେବାକୁ ପଡିଥିଲା। ଏହାପରେ ଶ୍ରୀଲଙ୍କା ପୁଣିଥରେ ଋଣ ପାଇଁ ଚୀନର ସହାୟତା ନେବାକୁ ଚାହୁଁଛି।

‘ଦ ହିନ୍ଦୁ’ର ରିପୋର୍ଟ ଅନୁସାରେ, କରୋନା ମହାମାରୀ ସଙ୍କଟରେ ଶ୍ରୀଲଙ୍କାକୁ ଆର୍ଥିକ ସଙ୍କଟର ସାମନା କରିବାକୁ ପଡିଛି। ଏଭଳି ସମୟରେ ପ୍ରଥମେ ଭାରତ ସରକାରଙ୍କୁ ଋଣ ପରିଶୋଧକୁ ସ୍ଥଗିତ ରଖିବାକୁ ଅପିଲ କରିଥିଲେ। ତେବେ ୪ ମାସ ବିତିଯିବା ପରେ ମଧ୍ୟ ଏହାକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନଥିଲା। ବିଶ୍ଲେଷକଙ୍କ କହିବା ଅନୁସାରେ, ଏବେ ନେପାଳ ଭଳି ଶ୍ରୀଲଙ୍କା ମଧ୍ୟ ଭାରତ ସହିତ ଚୀନ କାର୍ଡ ଖେଳୁଛି।

ଶନିବାର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ସେ ଅନ୍ତର୍ଜାତୀୟ ମୁଦ୍ରା ସଂଗଠନରୁ ବିକାସଶୀଳ ଦେଶକୁ ଋଣରେ ଆଶ୍ବସ୍ଥି ଦେବାର ଦାବି ଦୋହରାଇଛନ୍ତି। ରାଜପାକ୍ସେ ଭାରତ ସହିତ ସମସ୍ତ ସହଯୋଗୀଙ୍କୁ ଋଣ ଦେୟକୁ ଟାଳିବା ପାଇଁ ଅପିଲ କରିଛନ୍ତି। ଶ୍ରୀଲଙ୍କା ଭାରତରୁ ୯୬ କୋଟି ଡଲାର ଋଣ ନେଇ ରଖିଛି, ଏହାର ପରିଶୋଧ କରିବାକୁ ନେଇ ଦୁଇ ଦେଶ ଭିତରେ ଏବେ ବି ଆଲୋଚନା ଚାଲିଛି। ଏହାଛଡା ଶ୍ରୀଲଙ୍କା କରେନ୍ସି ସ୍ବାପ୍ ଫାସିଲିଟି ଦେବାକୁ ଦାବି କରୁଛି।

ରିପୋର୍ଟ ଅନୁସାରେ, ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ କହିବା ଅନୁସାରେ, ଭାରତ ଓ ଶ୍ରୀଲଙ୍କା ଭିତରେ ଏହି ପ୍ରସଙ୍ଗକୁ ନେଇ ଏକ ଭର୍ଚୁଆଳ ବୈଠକ ପ୍ରସ୍ତାବ ରଖାଯାଇଥିଲା। ତେବେ ଏହି ବୈଠକ କାହିଁକି ହୋଇପାରିଲା ନାହିଁ, ଏହାର କାରଣ ସ୍ପଷ୍ଟ ହୋଇପାରିନାହିଁ। ଜଣେ ଭାରତୀୟ ଅଧିକାରୀଙ୍କ କହିବା ଅନୁସାରେ, ଶ୍ରୀଲଙ୍କା ପକ୍ଷରୁ ଆଲୋଚନାର ତାରିଖ ଧାର୍ଯ୍ୟ ହୋଇପାରୁନି।

ଶ୍ରୀଲଙ୍କାକୁ ଚଳିତ ବର୍ଷ ବିଦେଶୀ ଋଣ ଭାବରେ ୨.୯ ବିଲିୟନ ଡଲାର ପରିଶୋଧ କରିବାକୁ ହେବ। ଋଣ ଆଦାୟ ପାଇଁ ସମୟ ବଢାଇବା ଓ ମୁଦ୍ରାର ଅଦଳ-ବଦଳ ସୁବିଧାକୁ ନେଇ ଭାରତକୁ ୩ ଥର ଶ୍ରୀଲଙ୍କା ଅନୁରୋଧ କରିସାରିଛି। ତେବେ ଭାରତରୁ ସାହାଯ୍ୟ ନେଇ କୌଣସି ଆଶ୍ବାସନା ନମିଳିବା ଭିତରେ ଶ୍ରୀଲଙ୍କାର ସରକାର ପୁଣିଥରେ ଚୀନର  ଦ୍ବାରସ୍ତ ହୋଇଛନ୍ତି। ତେବେ ଶ୍ରୀଲଙ୍କାର ଏହି ପଦକ୍ଷେପ ଦ୍ବାରା ଭାରତ ଉପରେ ଚାପ ବଢିବ। ୧୩ ମଇରେ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗ ଓ ଶ୍ରୀଲଙ୍କା ରାଷ୍ଟ୍ରପତି ରାଜପାକ୍ସେଙ୍କ ମଧ୍ୟରେ ଆଲୋଚାନ ହୋଇଥିଲା। ମହାମାରୀ ସହ ଲଢେଇ ପାଇଁ ଶ୍ରୀଲଙ୍କାକୁ ଚୀନ୍ ୫୦ କୋଟି ଡଲାର ସାହାଯ୍ୟ ପାଇଁ ମଞ୍ଜୁରୀ ଦେଇଥିଲା।

   ସମ୍ବନ୍ଧିତ ଖବର


ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

ଠକେଇର ଚରମ ସୀମା-ନକଲି ଏସ୍‌ବିଆଇ ଶାଖା ଖୋଲି ୩ ଗିରଫ

ବାହାରିଲା ବିଶ୍ୱର ପ୍ରଥମ କୋଭିଡ୍‌-୧୯ ଭାକସିନ୍‌ – ରୁଷିଆର ସଫଳ ହେଲା କ୍ଲିନିକାଲ ପରୀକ୍ଷଣ

କେକ୍‌ ବଦଳରେ ବରଫ କାଟି ବାର୍ଥଡେ ପାଳିଲେ ସୈନିକ …ଭିଡ଼ିଓ ଭାଇରାଲ

ଆମେରିକାରେ କରୋନା ରେକର୍ଡ ! ୨୪ ଘଣ୍ଟା ଭିତରେ ଏତେ ସଂଖ୍ୟକ ନୂଆ କୋଭିଡ୍‌ କେସ୍

ଚୀନ୍ ସହ ସୀମା ବିବାଦ ଭିତରେ ଆମେରିକାରୁ ଭାରତ ଆଣିବ ୭୨,୦୦୦ ଆସଲ୍ଟ ରାଇଫଲ