ଶ୍ରୀଲଙ୍କା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍, କ୍ରାଇଷ୍ଟଚର୍ଚ୍ଚ ଆକ୍ରମଣର ଏହା ଥିଲା ଜବାବ୍

ନୂଆଦିଲ୍ଲୀ,୨୩।୪: ଶ୍ରୀଲଙ୍କାରେ ଇଷ୍ଟର ଅବସରରେ ହୋଇଥିବା ସିରିଜ୍ ଘଟଣା ପାଇଁ ଆତଙ୍କବାଦୀ ସଂଗଠନ ଆଇଏସ୍( ଇସଲାମିକ୍ ଷ୍ଟେଟ୍) ନିଜକୁ ଦାୟୀ। ମଙ୍ଗଳବାର ଆତଙ୍କବାଦୀ ସଂଗଠନ ଆଇଏସ୍  ନିଜର ‘ଆମାକ୍’ ନ୍ୟୁଜ ଏଜେନ୍ସି ଜରିଆରେ ଆକ୍ରମଣ କରିବା ନେଇ ନିଜକୁ ଦାୟୀ କରିଛି। ରବିବାର ହୋଇଥିବା ଏହି ଆକ୍ରମଣରେ ସେଣ୍ଟ ସେଭିଷ୍ଟିୟନ ଚର୍ଚ୍ଚ ଭିତରକୁ ଜଣେ ସନ୍ଦିଗ୍ଧ ପଶୁଥିବାର ଫୁଟେଜ ଦେଖିବାକୁ ମିଳିଛି। ଏହାଛଡା ଶ୍ରୀଲଙ୍କା ସରକାର ମଧ୍ୟ ଆଜି କହିଛନ୍ତି ଯେ, ବିସ୍ଫୋରଣ ଘଟଣାର ସମ୍ପର୍କ ଗତମାସ ନ୍ୟୁଜିଲାଣ୍ଡର କ୍ରାଇଷ୍ଟଚର୍ଚ୍ଚ ମସଜିଦରେ ହୋଇଥିବା ଆକ୍ରମଣ ଘଟଣା ସହିତ ରହିଛି।  

ଶ୍ରୀଲଙ୍କା ସରକାରଙ୍କ ସୁଚନା ଅନୁସାରେ ପ୍ରାରମ୍ଭିକ ତଦନ୍ତରୁ ଜରାପଡିଛି ଚର୍ଚ୍ଚ ଓ ହୋଟେଲରେ ସରିଜ୍ ବିସ୍ଫୋରଣ କ୍ରାଇଷ୍ଟଚର୍ଚ୍ଚ ଆକ୍ରମଣର ଜବାବ୍ ଥିଲା। ଶ୍ରୀଲଙ୍କାର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୩୨୧ ଜଣଙ୍କର ମୃତ୍ୟୁ ହୋଇସାରିଛି। ଉଲ୍ଲେଖନୀୟ ଯେ ୧୫ ମାର୍ଚ୍ଚରେ ଦୁଇଟି ମସଜିଦରେ ଆକ୍ରମଣ ହୋଇଥିଲା ଯେଉଁଥିରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା।

ବିଜୟବର୍ଦ୍ଧନେଙ୍କ କହିଛନ୍ତି, ଆକ୍ରମଣ ପୂର୍ବରୁ କିଛି ସରକାରୀ ଅଧିକାରୀଙ୍କୁ ପଠାଯାଇଥିବା ଗୁଇନ୍ଦା ମେମୋ ଅନୁସାରେ ଇସଲାମିକ୍ ଚରମପନ୍ଥୀ ସଂଗଠନର ଜଣେ ସଦସ୍ୟ କ୍ରାଇଷ୍ଟଚର୍ଚ୍ଚ ସୁଟିଂ ପରେ ସୋସିଆଲ ମିଡିଆରେ କଠୋରପନ୍ଥୀ ସାମଗ୍ରୀ ପୋଷ୍ଟ କରାଯାଇଥିଲା। ସରକାର ନ୍ୟାସନାଲ ତୋହିଦ ଜମାତ(ଏନଟିଜି)କୁ ବିସ୍ଫୋରଣ ପାଇଁ ଦାୟୀ କରାଯାଇଥିଲା। କିନ୍ତୁ ଆଇଏସ୍ ସମର୍ଥକ କିଛି ଟେଲିଗ୍ରାମ ଚାନେଲରେ ସୋମବାର ୩ଟି ଆତ୍ମଘାତୀଙ୍କ ଫଟୋ ଜାରି କରିଥିଲେ। ଏହି ୩ ଜଣ ହେଉଛନ୍ତି ଅବୁଲ ବର୍ରା, ଅବୁଲ ମୁଖତାର ଓ ଅବୁ ଉବେଦା।

   ସମ୍ବନ୍ଧିତ ଖବର


ସ୍ପୁଟନିକ-ଭି ଟିକାର ମୂଲ୍ୟ ରହିବ ଏତିକି ଟଙ୍କା, ରୁଷ ନାଗରିକଙ୍କୁ ମାଗଣା ଡୋଜ୍

ଭୟଙ୍କର ରୂପ ନେଲା ବାତ୍ୟା ‘ନିବାର’: ଚେନ୍ନାଇରେ ପ୍ରବଳ ବର୍ଷା ପରେ ରାସ୍ତାଘାଟ ଜଳମଗ୍ନ, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ

ସୀମାରେ ଅଧିକ ଯୁଦ୍ଧ ବିମାନ ମୁତୟନ କରିବ ଚୀନ୍‌

କରୋନା: ସକ୍ରିୟ ମାମଲାରେ ୭ମ ସ୍ଥାନରେ ଭାରତ, ସୁସ୍ଥ ହେଲେଣି ୯୩.୭୪% ରୋଗୀ

ଆମେରିକାରେ ଅଣାୟତ୍ତ କରୋନା, ସପ୍ତାହକେ ମଧ୍ୟରୁ ଗଲାଣି ୧୦ ହଜାରରୁ ଅଧିକ ଜୀବନ

୨୨୨ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା, ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ୧୦ କୋଟି ଟିକା