କଲୋମ୍ବ ସିରିଜ୍ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୮୯ ଛୁଇଁଲା

ନୂଆଦିଲ୍ଲୀ ୨୧।୪: ରବିବାର ସକାଳେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ୮ ଥର ବିସ୍ଫୋରଣ ହୋଇଥିବା କଥା ଶ୍ରୀଲଙ୍କା ପୁଲିସ କହିଛି। ତିନିଟି ଗୀର୍ଜା ଓ ଦୁଇଟି ପଞ୍ଚ-ତାରକା ହୋଟେଲ୍‌ରେ ଏହି ଘଟଣା ଘଟିଛି। ବିସ୍ଫୋରଣ ଯୋଗୁଁ ଅନ୍ୟୂନ ୫୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦୦ ଲୋକ ଆହତ ହୋଇଛନ୍ତି।

ଧୀରେ ଧୀରେ ମୃତ୍ୟୁ ସଂଖ୍ୟା​‌ ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ ଅନ୍ୟୂନ ୧୮୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୪୦୦ ଲୋକ ଆହତ ହୋଇସାରିଛନ୍ତି।

ପୁଲିସ ଅଧିକାରୀଙ୍କ କଥାରୁ ଉଦ୍ଧାର କରି ଶ୍ରୀଲଙ୍କାର ‘ଡେଲି ମିରର୍‌’ ରିପୋର୍ଟ କରିଛି ଯେ ବାଟ୍ଟିକାଲୋଆର ଗୋଟାଏ ଗୀର୍ଜାରେ ବିସ୍ଫୋରଣ ଘଟିଛି। ସହରର ଦୁଇଟି ପଞ୍ଚତାରକା ହୋଟେଲ୍‌ରେ ମଧ୍ୟ ବିସ୍ଫୋରଣ ଘଟିଛି।

ଅନ୍‌ଲଙ୍କା ଡଟ୍‌ କମ୍‌ ରିପୋଟ୍‌ ଅନୁସାରେ, ଗୋଟିଏ ବିସ୍ଫୋରଣ କୋଚ୍ଚିକାଡ଼େର ସେଣ୍ଟ୍‌ ଆନ୍ଥୋନି ଗୀର୍ଜା ଏବଂ ଅନ୍ୟ ଗୋଟିଏ ବିସ୍ଫୋରଣ କାଟୁଆପିଟିୟାର ସେଣ୍ଟ୍‌ ସେସ୍‌ବାସ୍ତିଆନ୍‌ ଗୀର୍ଜାରେ ହୋଇଛି। ବିଦେଶୀ ପର୍ଯ୍ୟଟକଙ୍କ ସମେତ ୮୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ଆହତ ହୋଇଥିବା କଥା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଥିଲା।

ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟୁଇଟ୍‌ କରିଛନ୍ତି ଯେ ଭାରତ ସରକାର ଓ ଭାରତର ଦୂତ ଶ୍ରୀଲଙ୍କାର ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍