ଶ୍ରୀଲଙ୍କାରେ ସେନା ପୋଷାକ ପିନ୍ଧି ବୁଲୁଛନ୍ତି ଆତଙ୍କବାଦୀ,କରି ପାରନ୍ତି ଆଉ ଏକ ବଡ଼ ଆକ୍ରମଣ

କଲୋମ୍ବୋ,୨୯।୪:ଶ୍ରୀଲଙ୍କାରେ ସୁରକ୍ଷା ଅଧିକାରୀ ଚେତାବନୀ ଦେଇ କହିଛନ୍ତି ଯେ, ଇଷ୍ଟର ଅବସରରେ ହୋଇଥିବା ଆତ୍ମଗାତୀ ବିସ୍ଫୋରଣ କରିଥିବା ଆତଙ୍କବାଦୀ ସଂଗଠନ  ଆଇଏସ୍ ଅଧିକ ଆକ୍ରମଣ କରିବା ନେଇ ଷଡଯନ୍ତ୍ର କରୁଛି। ଆତଙ୍କବାଦୀମାନେ ଭ୍ୟାନ ଓ ଆତ୍ମଘାତୀ ମାଧ୍ୟମରେ ଆକ୍ରମଣ କରିବାର ଯୋଜନାରେ ରହିଛି। ​‌ସେମାନେ ସେନା ୟୁପିଫର୍ମ ପିନ୍ଧି ଅନ୍ୟମାନଙ୍କ ଠାରୁ ଲୁଚିକି ରହୁଛନ୍ତି।

ଏହି ସୂଚନା ଶ୍ରୀଲଙ୍କାର ମିନିଷ୍ଟରିଆଲ ସିକ୍ୟୁରିଟି ଡିଭିଜନ୍ (ଏମଏମଡି) ପକ୍ଷାୁ କୁହାଯାଇଛି। ଯାହାକି ପୋଲିସର ଏକ ୟୁନିଟ୍। ଏମଏସଡି ପକ୍ଷରୁ ସାଂସଦ ଏବଂ ଅନ୍ୟ ସୁରକ୍ଷା ସଂସ୍ଥାକୁ ଚିଠି ଲେଖି ଏ ବିଷୟରେ କୁହାଯାଇଛି। ଚିଠିରେ ଲେଖା ଯାଇଛି ଯେ, ଆତଙ୍କବାଦୀମାନେ ସେନା ପୋଷାକରେ ଅଛନ୍ତି ଓ ସେମାନେ ଏକ ଭ୍ୟାନ ବ୍ୟବହାର କରିପାରନ୍ତି।ସୋମବାର ଅର୍ଥାତ ଆଜି ସେଠାରେ କୌଣସି ବଡଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଏମଏମଡି ପକ୍ଷରୁ ସୂଚନା ଦିଆଯାଇଛି। ରବିବାର କୌଣସି ଆକ୍ରମଣ ହୋଇନଥିଲେ ମଧ୍ୟ ପୋଲିସ କିଛି ଆଇଏସ୍ ସନ୍ଦିଗ୍ଧଙ୍କୁ ଗିରଫ କରିଛି।

ଉଲ୍ଲେଖନୀୟ ଯେ ୨୧ ଅପ୍ରେଲ ଇଷ୍ଟର ଅବସରରେ ହୋଇଥିବା ଆକ୍ରମଣରେ ୨୫୩ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ୪୦ ଜଣ ବିଦେଶୀ ନାଗରିକ ଥିଲେ। ଏହି ଆକ୍ରମଣ ଘଟଣା ପାଇଁ ଆଇଏସ୍(ଇସଲାମିକ୍ ଷ୍ଟେଟ୍) ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଥିଲା। ଶ୍ରୀଲଙ୍କା ସରକାର ଗତ ରବିବାର ଦେଶରୁ କର୍ଫ୍ୟୁ ହଟାଇଥିଲେ। କିନ୍ତୁ ରାଜଧାନୀ କଲୋମ୍ବେରେ ପୋଲିସ ପକ୍ଷରୁ ବଡି ଚେକ ଓ ସର୍ଚ୍ଚ ଅପରେସନ୍ ସାରା ରାଜି ଜାରି ରହିଛି।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍